୧୯ ବର୍ଷୀୟ ୟସସ୍ୱୀ ଜୟସୱାଲ ଖେଳିଲେ ଆକର୍ଷଣୀୟ ପାରି, ଗୋଟିଏ ଓଭରରେ ଶ୍ରୀଶାନ୍ତଙ୍କୁ ମାରିଲେ ଏତେ ରନ, ସମସ୍ତେ ଆଶ୍ଚର୍ଯ୍ୟ।

ମୁମ୍ବାଇ ପକ୍ଷରୁ ଖେଳୁଥିବା ଓପନର ବ୍ୟାଟ୍ସମ୍ୟାନ ୟସସ୍ୱୀ ଜୟସୱାଲ କେରଳ ବିପକ୍ଷରେ ଭୟାନକ ୪୦ ରନର ପାରି ଖେଳିଛନ୍ତି।

Google

ମୁମ୍ବାଇର ଓପନର ବ୍ୟାଟ୍ସମ୍ୟାନ ୧୯ ବର୍ଷୀୟ ୟସସ୍ୱୀ ଜୟସୱାଲ କେରଳର ଅନୁଭବୀ ବୋଲର ଶ୍ରୀଶାନ୍ତଙ୍କ ବଲରେ ଚୌକା ଛକା ମାରିଛନ୍ତି। ସୈଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଓ କେରଳ ମାଡ଼ରେ ବୁଧବାରକୁ ଖେଳାଯାଉଥିବା ମ୍ୟାଚରେ ଟର୍ଚ୍ଚ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ଫଇସଲା କରିଥିଲା। ଓପନର ବ୍ୟାଟ୍ସମ୍ୟାନ ୟସସ୍ୱୀ ଯୟସୱାଲ ଓ ଆଦିତ୍ୟ ତାରେ ୮୮ ରନର ପାର୍ଟନରସିପ କରି ମୁମ୍ବାଇର ଆରମ୍ଭକୁ ମଝବୁତ କରିଥିଲେ। ଯୁବ ବ୍ୟାଟ୍ସମ୍ୟାନ ୟସସ୍ୱୀ ଯୟସୱାଲ ୭ ବର୍ଷ ପରେ କ୍ରିକେଟକୁ ଫେରିଥିବା ଅନୁଭବୀ ବ୍ୟାଟ୍ସମ୍ୟାନ ଶ୍ରୀଶାନ୍ତଙ୍କ ବଲରେ ଅନେକ ରନ ସଂଗ୍ରହ କରିଛନ୍ତି। ସେ ୩୨ ବଲରେ ୪ ଟି ଚୌକା ଓ ୨ ଟି ଛକା ମାର ୪୦ ରନର ପାରି ଖେଳିଥିଲେ। ୬ ନମ୍ବର ଓଭରରେ ଶ୍ରୀଶାନ୍ତଙ୍କ ବଲରେ ୟସସ୍ୱୀ ଜୟସୱାଲ ଭୟାନକ ପାରି ଖେଳିଥିଲେ। ସେହି ଓଭରରେ ସେ ୧୬ ରନ ସଂଗ୍ରହ କରିଥିଲେ। ପ୍ରଥମ ବଲ ଡ଼ଟ ଥିଲା। ଶ୍ରୀଶାନ୍ତଙ୍କ ଦ୍ୱିତୀୟ ବଲରେ ୟସସ୍ୱୀ ଜୟସୱାଲ ଛକା ମାରିଥିଲେ। ତୃତୀୟ ବଲରେ ପୁଣି ଏକ ଛକା ମାରିଥିଲେ। ତା ପର ବଲରେ ଆକ ଏକ ଚୌକା ମାରିଥିଲେ। ସେହି ଓଭରରେ ଶ୍ରୀଶାନ୍ତ ୧୮ ରନ ଦେଇଥିଲେ।

୭ ବର୍ଷ ପରେ ଶ୍ରୀଶାନ୍ତ ପଡ଼ିଆକୁ ଫେରିଛନ୍ତି:

ଶ୍ରୀଶାନ୍ତ ୧୧ ଜାନୁଆରୀକୁ ପୁଡୁଚେରୀ ବିପକ୍ଷରେ ୭ ବର୍ଷ ପରେ ପଡ଼ିଆକୁ ଓହ୍ଲାଇଥିଲେ। ସେ ୪ ଓଭରରେ ୨୯ ରନ ଦେଇ ଗୋଟେ ବ୍ୟାଟ୍ସମ୍ୟାନକୁ ଆଉଟ କରିଥିଲେ। ସେ ପୁଡୁଚେରୀର ବ୍ୟାଟ୍ସମ୍ୟାନ ଫାବିଦ ମହମ୍ମଦଙ୍କୁ ବୋଲ୍ଡ କରିଥିଲେ। ଆଉଟ କରିବା ପରେ ଶ୍ରୀଶାନ୍ତ ଭାବପ୍ରବଣ ହୋଇଯାଇଥିଲେ। ମ୍ୟାଚ ଫିକ୍ସିଙ୍ଗ ଦୋଷରେ ୭ ବର୍ଷ ପ୍ରତିବନ୍ଧକ ପରେ ଏହା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା।

Google

ଭାରତୀୟ କ୍ରିକେଟ ବୋର୍ଡ ଆଇପିଏଲରେ ସ୍ପର୍ଟ ଫିକ୍ସିଙ୍ଗ ଅଭିଯୋଗରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।ମ୍ୟାଚ ଶେଷ ହେବା ପରେ ସେ ଟ୍ୱିଟରେ ପ୍ରସଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ୨୦୦୭ ଓ ୨୦୧୧ ଭାରତ ବିଶ୍ୱକପ ଜିତିବା ଟିମର ଅଂଶ ଥିବା ଶ୍ରୀଶାନ୍ତ କହିଛନ୍ତି ଏହା ଆରମ୍ଭ ମାତ୍ର। ଶ୍ରୀଶାନ୍ତ ଇଣ୍ଟରନେସନାଲ କ୍ରିକେଟରୁ ବ୍ୟାନ ହେବା ପୂର୍ବରୁ ୨୭ ଟେଷ୍ଟରେ ୮୭ ୱିକେଟ ନେଇଥିଲେ ଓ ୫୩ ଏକଦିବସିୟରେ ୭୫ ୱିକେଟ ନିଜ ନାମରେ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *