ଆଜି କାଲି ଯୁବାପିଢିଙ୍କୁ ଦେଖି ବିକିନି ପିନ୍ଧିବା ଏକ ସାଧାରଣ କଥା ହୋଇଗଲାଣି। ହେଲେ କଣ ଆପଣ କେବେ ସେକେଣ୍ଡହ୍ୟାଣ୍ଡ ବିକିନି ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଛନ୍ତି?କିଛିଦିନ ପୂର୍ବରୁ ବିକିନି ନିଲାମ ହେବାର ଏକ ଖବର ଆସି ପହଞ୍ଚିଥିଲା। ସେହି ବିକିନି ପାଇଁ ଲୋକେ ଲକ୍ଷେ ଲକ୍ଷେ ଟଙ୍କା ଦେବାକୁ ରାଜିଥିଲେ। ସେକେଣ୍ଡହ୍ୟାଣ୍ଡ ବିକିନିରେ ଏମିତି କିଛି ଖାସ କଥା ଥିବ ଯାହାପାଇଁ ତାର ନିଲାମୀ କରାଯାଉଛି।ଆଜି ଆମେ ଆପଣଙ୍କୁ ଏହାର ରାଜ ବିଷୟରେ କହିବୁ।

ଅଭିନେତ୍ରୀ ଉର୍ସୁଲା ଏଣ୍ଡ୍ରୋସ ପିନ୍ଧିଥିଲେ ଏହି ବିକିନି:
କହିରଖୁଛୁ ଯେ ଯେଉଁ ବିକିନି ନିଲାମ ହେବାକୁ ଯାଉଛି,ତାକୁ ହଲିଉଡ଼ର ଅଭିନେତ୍ରୀ ଉର୍ସୁଲା ଏଣ୍ଡ୍ରୋସ ଜେମ୍ସ ବାଁଡ଼ଙ୍କ ଫିଲ୍ମ “ଡିଆର. ନୋ”ରେ ପିନ୍ଧିଥିଲେ। ନିକଟରେ ଆଁକଶନର୍ସ ପ୍ରୋଫାଇଲସ ଇନ ହିଷ୍ଟ୍ରିରେ କୁହାଯାଇଥିଲା କି ଏହି ଆଇକୋନିକ ବିକିନିର ନିଲାମ କରାଯିବ। ଏଥିପାଇଁ ସେହି ସେକେଣ୍ଡ ହ୍ୟାଣ୍ଡ ବିକିନି କିଣିବା ପାଇଁ ଲୋକ ଇଛୁକ ଅଛନ୍ତି।
ବିକିନିର ମୂଲ୍ୟ କେତେ:
ଆପଣ ମାନଙ୍କୁ କହିଦେବୁ ଯେ ଉର୍ସୁଲା ଏଣ୍ଡ୍ରୋସଙ୍କ ଏହି ବିକିନିର ନିଲାମ ୧୨ ଓ ୧୩ ନଭେମ୍ବରରେ ଲସ ଆଞ୍ଜେଲସରେ ହବ। ଏବେ ଏହି ସେକେଣ୍ଡ ହ୍ୟାଣ୍ଡ ବିକିନିର ମୂଲ୍ୟ ଶୁଣି ଆପଣଙ୍କ ହୋସ ଉଡ଼ିଯିବ। ଏହାର ମୂଲ୍ୟ ୫୦୦୦୦୦ ଡଲାର ମାନେ ୩ କୋଟି ୬୫ ଲକ୍ଷ ଟଙ୍କାରେ ବିକ୍ରି ହବ। କହିରଖିଛୁ କି ଏହି ବିକିନି ସବୁଠାରୁ ଅଧିକ ଦୁନିଆରେ ଫେମସ ଅଟେ।

୨୦୦୧ ରେ ମଧ୍ୟ ହୋଇସାରିଛି ନିଲାମୀ:
ଉର୍ସୁଲା ଏଣ୍ଡ୍ରୋସ ଯିଏ ଏହି ବିକିନିକୁ ଡିଆର ନୋ ରେ ପିନ୍ଧିଥିଲେ ସେ ଏହି ବିକିନିକୁ ଲଣ୍ଡନରେ ପ୍ରଥମେ ନିଲାମ କରିସାରିଛନ୍ତି । ସେ ସମୟରେ ଏହି ବିକିନି ୪୫,୨୦୦ଡଲାରେ ରେ ବିକ୍ରି ହୋଇଥିଲା। ଏଥର ନିଲାମର ମୂଲ୍ୟ ଆହୁରି ମଧ୍ୟ ବଢ଼ିପାରେ। ଏବେ ଏହା ଦେଖିବାକୁ ହେବ ଯେ ୩ କୋଟିରୁ ଅଧିକ ଦାମ ଥିବା ଏହି ସେକେଣ୍ଡ ହ୍ୟାଣ୍ଡ ବିକିନି ନିଲାମ ମୂଲ୍ୟ ଆଉ କେତେ ବଢିବ। ଆପଣଙ୍କୁ କହିଦେବୁ କି ୮୪ ବର୍ଷୀୟ ଉର୍ସୁଲା ଏଣ୍ଡ୍ରୋସ ଯିଏ ୧୯୬୨ ରେ ଏହି ଫିଲ୍ମରେ ହନୀ ରାଇଡରର ଭୂମିକା ଲିଭେଇଥିଲେ । ଫିଲ୍ମରେ ଯେଉଁ ବିକିନି ପିନ୍ଧିଥିଲେ ତାହା କାଫି ଚର୍ଚ୍ଚାରେ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।