IPL ୨୦୨୨ ମେଗା ଅକ୍ସନ ପୂର୍ବରୁ ଜେସନ ରୟଙ୍କ ଧମାକାଦାର ଶତକ, ୩୬ ବଲରେ କଲେ ଏହି କାରନାମା

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଯେସନ ରୟ ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ବରୁ ୩୬ ବଲରେ ଶତକ ମାରିଛନ୍ତି। ସେ ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ କେଂସିଂଟନ ଓଭଲରେ ବାରବାଡୋସ ଇଲେଭେନ ବିପକ୍ଷରେ ନିଜ ପାରିରେ ୧୦ଟି ଛକା ଓ ୯ ଟି ଚୌକା ମାରିଛନ୍ତି। ତାଙ୍କର ଏହି ସୁନ୍ଦର ପାରି ଦ୍ଵାରା ଇଂଲଣ୍ଡ ଟିମ ୪ ୱିକେଟ ହରାଇ ୨୩୧ରନର ସ୍କୋର କରିଥିଲା।

Google

ଯେସନ ରୟ ଆଇସିସି ଟି-୨୦ ବିଶ୍ୱକପ ସମୟରେ ଆଘାତ ହୋଇଯାଇଥିଲେ। ସେମି ଫାଇନାଲ ପୂର୍ବରୁ ସେ ବାହାର ହୋଇଯାଇଥିଲେ। ଏହା ପରେ ସେ ନିଜ ଫିଟନେସକୁ ନେଇ ବହୁତ ପରିଶ୍ରମ କରିଥିଲେ। ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ବିଶ୍ୱକପ ମ୍ୟାଚରେ ଯେସନ ରୟଙ୍କ ହାତରେ ଆଘାତ ଲାଗିଥିଲା। ଏହା ପରେ ସେ ଆଉ ଖେଳିନଥିଲେ।

ସେ ସୁନ୍ଦର ପାରି ଦ୍ଵାରା ଫେରିଛନ୍ତି। ଏହି ମ୍ୟାଚରେ ସେ ଟମ ବାନଟମଙ୍କ ସହ ୧୪୧ ରନର ପାର୍ଟନରସିପ କରିଥିଲେ ଓ ମାତ୍ର ୪୭ ବଲରେ ୧୧୫ରନର ପାରି ଖେଳିଥିଲେ। ସେ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ସହ ମ୍ୟାଚରେ ପୁରା କବ୍ଜା କରିଥିଲେ। ସାମ ବିଲିଙ୍ଗସ ଆସେସର ଆରମ୍ଭ ପରେ ଅଷ୍ଟ୍ରେଲିଆରୁ ଫେରିବା ପରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା।

ଟି-୨୦କୁ ଫେରିବାକୁ ଯାଉଥିବା ଯେସେନ ରୟ ସୁନ୍ଦର ଫର୍ମରେ ଦେଖାଯାଉଛନ୍ତି। ସେ ୧୧୫ ରନରେ ଆଉଟ ହେବା ପୂର୍ବରୁ ୩୬ ବଲରେ ଶତକ ପୁରା କରିଥିଲେ। ନିଜର ଏହି ଆକ୍ରାମକ ଖେଳ କାରଣରୁ ଇଂଲଣ୍ଡର ଏହି ଓପନର ବ୍ୟାଟ୍ସମ୍ୟାନଙ୍କୁ ଆଇପିଏଲ ୨୦୨୨ରେ ଲଖନଉ, ଅହମ୍ମଦାବାଦ ସହିତ ସବୁ ଟିମ ନିଜ ସହିତ ଯୋଡିବାକୁ ଚାହିଁବେ। ୩୧ ବର୍ଷୀୟ ଏହି ଖେଳାଳିଙ୍କ ପାଖରେ ୬୮୪୨ ରନ ସହିତ ୨୬୨ ଟି-୨୦ର ଅନୁଭବ ଅଛି। ଯେଉଁଥିରେ ୪୬ ଅର୍ଦ୍ଧଶତକ ଓ ୪ ଶତକ ସାମିଲ ଅଛି।

ଯେସନ ରୟ ୧୩ ଆଇପିଏଲ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୩୨୯ ରନ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ଅଛି। ଯେସନ ରୟ ଆଇପିଏଲରେ ତିନୋଟି ଅଲଗା ଅଲଗା ଟିମ ପଟୁ ଖେଳିଛନ୍ତି। ସେ ବର୍ଷ ୨୦୧୭ରେ ଗୁଜୁରାଟ ଲାୟନ୍ସ ପଟୁ ତିନୋଟି ମ୍ୟାଚ ଖେଳିଥିଲେ। ବର୍ଷ ୨୦୧୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିଥିଲେ। ସେ ଦିଲ୍ଲୀ ତରଫରୁ ପ୍ରଥମ ମ୍ୟାଚରେ ୯୧ରନର ନଟଆଉଟ ପାରି ଖେଳି ଟିମକୁ ଜିତାଇଥିଲେ।୨୦୨୦ ଆଇପିଏଲ ନିଲାମୀରେ ଦିଲ୍ଲୀ କ୍ୟାପିଟଲ୍ସ ତାଙ୍କୁ କିଣିଥିଲା। କିନ୍ତୁ ୨୭ ଅଗଷ୍ଟ ୨୦୨୦କୁ ବ୍ୟକ୍ତିଗତ କାରଣ ପାଇଁ ସେ ଆଇପିଏଲ ୨୦୨୦ରୁ ବାହାରିଯାଇଥିଲେ।

Google

ଯେସନ ରୟ ଆଇପିଏଲରୁ ବାହାର ହେବା ପରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଡେନିୟଲ ସାମସ ତାଙ୍କ ଜାଗାରେ ଟିମରେ ସାମିଲ କରାଯାଇଥିଲା। ଯେସନଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୧ ପୂର୍ବରୁ ରିଲିଜ କରିଦେଇଥିଲା। ୨୦୨୧ ଆଇପିଏଲ ପୂର୍ବରୁ ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ଦ୍ଵାରା ମିଚେଲ ମାର୍ସଙ୍କ ରିପ୍ଲେସମେଣ୍ଟ ରୂପରେ ସାଇନ କରିଦିଆଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *