ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ୬୯ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ ଜିତିଛି। ମୁମ୍ବାଇର ବୋଲର ଯଶପ୍ରୀତ ବୁମରା ଏହି ମ୍ୟାଚରେ ସୁନ୍ଦର ଵୋଲିଙ୍ଗ କରି ୩ ଟି ୱିକେଟ ନେଇଥିଲେ। ଏହିମ୍ୟାଚରେ ବୁମରା ଲସିଥ ମାଲିଙ୍ଗାଙ୍କ ଖାସ ରେକର୍ଡର ବରାବରୀ କରିଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ପ୍ରଥମେ ବ୍ୟାଟିଙ୍ଗ କରି ୭ ୱିକେଟ ହରାଇ ୧୫୯ ରନ କରିଥିଲା। ମୁମ୍ବାଇ ଏହି ଲକ୍ଷକୁ ୫ ୱିକେଟ ହରାଇ ୫ ଟି ବଲ ବାକିଥାଇ ହାସଲ କରିନେଇଥିଲା।

ଏହି ମ୍ୟାଚରେ ଯଶପ୍ରୀତ ବୁମରା ଆଇପିଏଲ ଇତିହାସରେ ଦ୍ୱିତୀୟ ଏପରି ବୋଲର ହୋଇଛନ୍ତି ଯିଏକି ଆଇପିଏଲରେ ୧୯ ଥର ୩ ବା ତାଠୁ ଅଧିକ ୱିକେଟ ନେଇଛନ୍ତି। ଏହା ପୂର୍ବରୁ ମୁମ୍ବାଇର ପୂର୍ଵ ବୋଲର ଲସିଥ ମାଲିଙ୍ଗା ୧୯ ଥର ୩ ୱିକେଟ ନେଇଛନ୍ତି। ଆସନ୍ତୁ ସେହି ବୋଲରଙ୍କ ବିଷୟରେ ଜାଣିବା ଯେଉଁମାନେ ଆଇପିଏଲରେ ସବୁଠୁ ଅଧିକ ୩ ଟି ୱିକେଟ ନେଇଛନ୍ତି।
ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ଏହି ମ୍ୟାଚରେ ମୁମ୍ବାଇ ଟଚ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ଏହି ସମୟରେ ବୁମରା ଦିଲ୍ଲୀକୁ ବଡ଼ ସ୍କୋର କରିବାକୁ ଅଟକାଇଦେଇଥିଲେ। ସେସୁନ୍ଦର ବୋଲିଙ୍ଗ କରି ଓପନର ପୃଥୀ ସ୍ୱ ଓ ମିଚେଲ ମାର୍ସର ପ୍ରମୁଖ ୱିକେଟ ନେଇଥିଲେ। ଏହା ଛଡା ଭଲ ଫର୍ମରେ ଥିବା ରୋବମ୍ୟାନ ପାବେଲଙ୍କ ୱିକେଟ ମଧ୍ୟ ବୁମରା ନେଇଥିଲେ। ଏହି ମ୍ୟାଚରେ ବୁମରା ୪ ଓଭରରେ ୨୫ ରନ ଦେଇ ତିନୋଟି ୱିକେଟ ନେଇଥିଲେ।
ମାଲିଙ୍ଗାଙ୍କ ବରାବରୀ କଲେ:

ଏହି ମ୍ୟାଚରେ ତିନୋଟି ୱିକେଟ ନେବା କ୍ଷଣି ବୁମରା ମୁମ୍ବାଇ ଇଣ୍ଡିଆନ୍ସର ନିଜର ପୂର୍ଵ ସାଥି ଲସିଥ ମାଲିଙ୍ଗାଙ୍କ ରେକର୍ଡର ବରାବରୀ କରିଥିଲେ। ବୁମରା ଆଇପିଏଲରେ ୧୯ ଥର ତିନୋଟି ୱିକେଟ ନେଲେ। ମାଲିଙ୍ଗା ତାଙ୍କ ପୂର୍ବରୁ ୧୯ ଥର ତିନୋଟି ୱିକେଟ ନେଇଥିଲେ। ଏହି ଦୁଇଙ୍କ ଛଡା ଅମିତ ମିଶ୍ରା ୧୭ ଥର, ଡିଜେ ବ୍ରାଭୋ ୧୬ ଥର,ଉମେଶ ଯାଦବ ୧୬ ଥର ତିନୋଟି ୱିକେଟ ନେଇଛନ୍ତି।
ଆଇପିଏଲ ୨୦୨୨ରେ ଯଶପ୍ରୀତ ବୁମରା:
ଆଇପିଏଲ ୨୦୨୨ରେ ବୁମରା ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ଏହି କାରଣ ଅଟେକି ମୁମ୍ବାଇ ପ୍ଲେଅଫରେ କ୍ୟାଲିଫାଏ କରିପାରିଲାନି। ମୁମ୍ବାଇ ଭଲ ଵୋଲିଙ୍ଗ କରୁଛନ୍ତି କିନ୍ତୁ ୱିକେଟ ନେଇପାରିନାହାଁନ୍ତି। ସେ ଏହି ଆଇପିଏଲ ସିଜନରେ ୧୪ ମ୍ୟାଚରେ ୩୮୩ ରନ ଦେଇ ୧୫ ୱିକେଟ ନେଇଛନ୍ତି। ଏହି ସିଜନରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୦ ରନ ଦେଇ ୫ ୱିକେଟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।