ଜୟା ବଚ୍ଚନ କହିଥିଲେ,”କରିସ୍ମା କପୁର ମୋର ବୋହୂ ହେବାକୁ ଯାଉଛନ୍ତି ।” ହେଲେ ଏହି କାରଣରୁ ଭଙ୍ଗିଗଲା ସମ୍ପର୍କ ।

Jaya bachchan said karishma kapoor to be her daughter in law but due to this reason not done, Bachchan Family, Bollywood, Nitidina

ପ୍ରେମ ଠାରୁ ଅଧିକ ଅନୁଭବ ଜୀବନରେ ଆଉ କିଛି ହୋଇପାରିବ ନାହିଁ। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଅଭିନେତ୍ରୀ କରିସ୍ମା କପୁରଙ୍କୁ ମଧ୍ୟ ଦୁହିଁଙ୍କ ସହ ପ୍ରେମ ହୋଇ ଯାଇଥିଲା। କେବଳ ପ୍ରେମ ହୋଇ ନଥିଲା,ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା। ନିର୍ବନ୍ଧ ପରେ ବିବାହ ପୂର୍ବରୁ ଏହି ଭାଙ୍ଗି ଯାଇଥିଲା।

Google

 

କପୁର ଓ ବଚ୍ଚନ ପରିବାର ମଧ୍ୟରେ ସମ୍ପର୍କ ସୃଷ୍ଟି ହବାକୁ ଯାଉଥିଲା। ଏହା ୨୦୦୨ର କଥା ଅଟେ।ଅଭିଷେକ ଓ କରିସ୍ମାଙ୍କ ବିବାହ ହେବାକୁ ଥିଲା। ଏକ ବର୍ଷ ପରେ ୨୦୦୩ ରେ ଏମାନଙ୍କ ବିବାହକୁ ଅପେକ୍ଷା କରିଥିବା ପ୍ରଶଂସକ ମାନଙ୍କୁ ଏହି ଦୁଇ ପରିବାର ଏକ ଖବର ଶୁଣେଇଲେ ,ଯାହାକୁ ଶୁଣିବା ପରେ ସମସ୍ତଙ୍କ ହୋସ ଉଡ଼ିଗଲା। ଦୁଇ ପରିବାର ପକ୍ଷରୁ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ଭାଙ୍ଗି ଯିବାର ଖବର ଆସିଲା।

ଭାଇରାଲ ହୋଇଥିବା ଭିଡିଓ:

ଏହି କଥା ସତ ଯେ ଅଭିଷେକ ଓ କରିସ୍ମାଙ୍କ ବିବାହ ହୋଇ ନଥିଲା ହେଲେ ଅଭିଷେକ ବଚ୍ଚନଙ୍କ ମା ଓ ଫିଲ୍ମ ଅଭିନେତ୍ରୀ ଜୟା ବଚ୍ଚନ ସମସ୍ତଙ୍କ ଆଗରେ ବୋହୂ ରୂପରେ ସ୍ୱୀକାର କରିଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା।

ଏହି ଭିଡ଼ିଓରେ ଜୟା ବଚ୍ଚନ ଏହା କହୁଥିଲେ କି ନିଜ ଗ୍ରୁପରେ ଏକ ନୂଆ ପରିବାରକୁ ଯୋଡିବା ପାଇଁ ଯାଉଛୁ । ଏହା କପୁର ଫ୍ୟାମିଲି ଅଟେ। ରଣଧୀର କପୁର ଓ ବବିତା କପୁରଙ୍କ ଫ୍ୟାମିଲି। ଜୟା ବଚ୍ଚନ ଏହା ମଧ୍ୟ କହିଥିଲେ କି କରିସ୍ମା କପୁର ମୋର ହେବାକୁ ଥିବା ବୋହୁ ଅଟନ୍ତି। ନିଜ ପିତାଙ୍କ ୬୦ ତମ ଜନ୍ମ ଦିନରେ ନିଜ ମାତାପିତାଙ୍କୁ ଅଭିଷେକ ବଚ୍ଚନ ଏହି ଉପହାର ଦେଇଥିଲେ।

ଜୟା ବଚ୍ଚନ ଯେବେ ଏହା ଘୋଷଣା କରିଥିଲେ,କରିସ୍ମା କପୁରଙ୍କୁ ବହୁତ ଲାଜ ଲାଗିଥିଲା। ଲଜ୍ଜିତ ହୋଇ ସେ ଷ୍ଟେଜ ଉପରେ ପହଞ୍ଚିଥିଲେ। ସେ ପୁରା ବଚ୍ଚନ,ନନ୍ଦା ଓ କପୁର ଫ୍ୟାମିଲି ସହ ପୋଜ ମଧ୍ୟ ଦେଇଥିଲେ। ଏଥିରେ କରିସ୍ମା କାପୁରଙ୍କ ଚମକୁଥିବା ମୁଦି ମଧ୍ୟ ଦୃଶ୍ୟମାନ ହେଉଥିଲା।

ଆରମ୍ଭ ହୋଇଥିଲା ଡେଟିଂ:

ଅମିତାଭ ଓ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନଙ୍କ ଯେବେ ୧୯୯୭ ରେ ବିବାହ ହୋଇଥିଲା,କରିସ୍ମା ଓ ଅଭିଷେକ ନିକଟତର ହୋଇଥିଲେ। ସେବେଠୁ ଦୁହେଁ ଡେଟିଂ କରୁଥିଲେ। ପାଖାପାଖି ୫ ବର୍ଷ ଡେଟିଂ କରିବା ପରେ ୨୦୦୨ ଅକ୍ଟୋବରରେ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ଘୋଷଣା ହୋଇଥିଲା। ଯାହାପରେ ସମସ୍ତେ ଚକିତ ହୋଇଯାଇଥିଲେ।

ଏହା ପୂର୍ବରୁ ଏମାନଙ୍କ ପ୍ରେମ କାହାଣୀ କଥା କେହି ଜାଣି ନଥିଲେ। କରିସ୍ମା ସେବେ ମଧ୍ୟ କହିଥିଲେ କି ଏହି ପରିବାରର ସହ ଯୋଡି ହୋଇ ମତେ ବି ଖୁସି ଲାଗୁଛି। ପରେ ଯେତେବେକେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ଦୁହିଁଙ୍କ ମୁହଁରୁ କିଛି ଶୁଣିବାକୁ ମିଳି ନ ଥିଲା।

Google

ସୂତ୍ର ମୁତାବକ କରିସ୍ମା କପୁରଙ୍କ ମା ବବିତା କାପୁର ତାଙ୍କ ଝିଅଙ୍କ ଭବିଷ୍ୟତ ସୁରକ୍ଷିତ ଓ ସ୍ଥିର ରହୁ। ସେ ଜାଣିଥିଲେ କି ଅଭିଷେକଙ୍କ ଫିଲ୍ମ ଫ୍ଲପ ହେଉଛି। ବଚ୍ଚନ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଠିକ ନଥିଲା। ଏହା ଛଡା ବଚ୍ଚନ ପରିବାରର ପ୍ରଡକ୍ସନ ହାଉସ ମଧ୍ୟ ଠିକ ଚାଲୁ ନଥିଲା।

ଦୁହେଁ ବଢ଼ିଗଲେ ନିଜ ଜୀବନରେ ଆଗକୁ:

ସେ ବଚ୍ଚନ ପରିବାରଠୁଁ ଏକ ମାଂଗ ମଧ୍ୟ ରଖିଥିଲେ। ଏଥିରେ କୁହାଯାଇଥିଲା କି ଅମିତାଭଙ୍କ ଏକ ସମ୍ପତ୍ତିର ଭାଗ ଅଭିଷେକ ବଚ୍ଚନଙ୍କ ନାମରେ କରି ଦିଆଯାଉ। ବଚ୍ଚନ ପରିବାର ଏହା ପାଇଁ ପ୍ରସ୍ତୁତ ନଥିଲା। କେବଳ ଏତିକି ନୁହେଁ ଜୟା ବଚ୍ଚନ ଚାହିଁଥିଲେ କି ବିବାହ ପରେ କରିସ୍ମା କାମ ମଧ୍ୟ ଛାଡି ଦିଅନ୍ତୁ। ଏହି କାରଣରୁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଉଥିଲା।

ଏହାପରେ କରିସ୍ମା କପୁର ତଲାକସୁଦା ବିଜନେସମ୍ୟାନ ସଂଜୟ କାପୁରଙ୍କ ସହ ୨୦୦୩ରେ ବିବାହ କରିଥିଲେ,ହେଲେ ୨୦୧୬ ରେ ତାଙ୍କର ଛାଡ଼ପତ୍ର ହୋଇଥିଲା। କରିସ୍ମାଙ୍କ ସମାୟରା ଓ କିୟାନ ନାମକ ଦୁଇ ଛୁଆ ଅଛନ୍ତି। ଅନ୍ୟପଟେ ଏପ୍ରିଲ ୨୦ ରେ ଅଭିନେତ୍ରୀ ଐସୋର୍ଯ୍ୟା ରାୟଙ୍କ ସହ ଅଭିଷେକ ବଚ୍ଚନ ବିବାହ କରିଥିଲେ। ତାଙ୍କ ଝିଅ ଆରାଧ୍ୟା ଏବେ ୯ ବର୍ଷର ହୋଇଗଲେଣି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *