ଜିଓ କରିବାକୁ ଯାଉଛି ଧମାକା । ମାତ୍ର ଏତିକି ଟଙ୍କାରେ ଲଞ୍ଚ କରିବ ୫ଜି ସ୍ମାର୍ଟ ଫୋନ ।

ରିଲାଏନ୍ସ ଜିଓ ଆଉ ଏକ ବଡ ଧମାକା କରିବାକୁ ଯାଉଛି। ଏହାର ଏକ କର୍ମଚାରୀ କହିଲେ କି ଆଗକୁ ଏହି କମ୍ପାନୀ ମାତ୍ର ୫୦୦୦ ଟଙ୍କା ଦାମରେ ଏକ ୫ଜି ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି। କିଛି କର୍ମଚାରୀ କହିଲେ କି ଏହାର ଆଗକୁ ବଢୁଥିବା ଲୋକପ୍ରିୟତାକୁ ଦେଖି ଏହାର ଦାମ ପ୍ରାୟ ୨୫୦୦ ରୁ ୩୦୦୦ ଟଙ୍କା ଯାଏ କରାଯାଇପାରେ।

Google

କମ୍ପାନୀ ଭାରତରେ ଆଜି ଯାଏ ଥିବା ୨ ରୁ ୩ କୋଟି ର ୨ଜି ବ୍ୟବହାରୀ ମାନଙ୍କୁ ଟାର୍ଗେଟ କରିବାକୁ ଚାହୁଁଛି। କମ୍ପାନୀର ଏକ କର୍ମଚାରୀ ତାଙ୍କର ନାମ ଗୁପ୍ତ ରଖିକି କହିଲେ କି ” କମ୍ପାନୀ ତାଙ୍କ ସେହି ୫ଜି ସ୍ମାର୍ଟ ଫୋନର ଦାମ ପ୍ରାୟ ୫୦୦୦ ରୁ ବି କମ କରିବାକୁ ଚାହୁଁଛି। ଆଗକୁ ଯଦି ଏହାର ବିକ୍ରି ତଥା ଲୋକ ପ୍ରିୟତା ବଢେ ତ ଏହାର ଦାମ ପ୍ରାୟ ୨୫୦୦ ରୁ ୩୦୦୦ ଯାଏ ହେଇପାରେ।

ଏଯାଏ ଭାରତରେ ୫ଜି ଫୋନର ଦାମ ପ୍ରାୟ ୨୭୦୦୦ ରୁ ଆରମ୍ଭ ହେଇଥାଏ। ଜିଓ ଭାରତର ପ୍ରଥମ କମ୍ପାନୀ ଯାହା କି ଭାରତରେ ମାଗଣା ରେ ୪ଜି ଫୋନ ଲଞ୍ଚ କରିଥିଲା। ଏହା ପାଇଁ ଭାରତୀୟ ମାନଙ୍କୁ ପ୍ରାୟ ୧୫୦୦ ଟଙ୍କା ଦେବାକୁ ପଡୁଥିଲା ଯାହା କି ପରେ ଫେରାଯାଇପାରୁଥିଲା। ସେହି ପ୍ରକାରେ ହୁଏତ ଜିଓ ଭାରତରେ ୫ଜି ଲଞ୍ଚ କରିବାକୁ ଯାଉଛି ଯାହା ବହୁତ ହିଁ କମ ଦାମରେ ମିଳିପାରେ।

Google

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ତଥା ତାହାର ଭରଣ ପୋଷକ ମୁକେଶ ଅମ୍ବାନୀ କମ୍ପାନୀର ୪୩ ତ୍ତମ ବାର୍ଷିକ ଉତ୍ସବ ରେ ଆୟୋଜିତ ହେଇଥିବା ଏକ ସାଧାରଣ ବୈଠକ ରେ ଭାରତକୁ ପୁରା ୨ଜି ମୁକ୍ତ କରିବା ତଥା ଶସ୍ତା ରେ ୫ଜି ଫୋନ ଲଞ୍ଚ କରିବା କଥା କହିଥିଲେ। କମ୍ପାନୀ ନିଜର ୫ଜି ଉପକରଣ ମାନଙ୍କ ଉପରେ ବି କାମ କରୁଛି ଆଉ ଏହା ତାର ଦୂର ସଂଚାର ବିଭାଗ କୁ ସ୍ପେକ୍ଟରମ ଯୋଗାଣ କରିବା ପାଇଁ ବି ଅନୁରୋଧ କରିଛି। ସରକାର ଏଯାଏ ରିଲାଏନ୍ସ ଜିଓ ର ଅନୁରୋଧକୁ ସ୍ୱୀକାର କରିବାର କିଛି ପ୍ରସ୍ତାବ ମଞ୍ଜୁର କରିନାହିଁ।

ଏହି ସମୟରେ ଭାରତରେ ୫ଜି ନେଟୱର୍କର ସୁବିଧା ନାହିଁ ଆଉ ସରକାର ବି ଭାରତରେ ୫ଜି ଲଞ୍ଚ କରିବାର ସୁବିଧା ପାଇଁ ଏହାର ଦୂର ସଂଚାର ବିଭାଗକୁ ସ୍ପେକ୍ଟରମ ଲଞ୍ଚ କରିବାକୁ କହିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *