ମନୁଷ୍ୟ ଜୀବନରେ କାର୍ଯ୍ୟ ବହୁତ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ। ବିନା କୌଣସି କାମରେ ମନୁଷ୍ୟ ଜୀବନର କଳ୍ପନା କରାଯାଇ ପାରିବ ନାହିଁ । କୌଣସି ମନୁଷ୍ୟକୁ ଜୀବନକୁ ଉତ୍ତମ ରୂପରେ ଚଲେଇବା ପାଇଁ କିଛି ନା କିଛି କାର୍ଯ୍ୟ କରିବାକୁ ପଡିଥାଏ। ତାହା ଚାକିରୀ ହେଉ କିମ୍ବା କୌଣସି ବ୍ୟବସାୟ। ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ କାମ କରେ ଓ ସେ ନିଜର ଏବଂ ନିଜ ପରିବାରର ପାଳନ କରେ।

ଆଜି ସାରା ଦୁନିଆରେ କେତେ ପ୍ରକାରର କାର୍ଯ୍ୟ ରହିଅଛି।ଯେବେକି ପୁରୁଣା ସମୟରେ କାର୍ଯ୍ୟର ମାତ୍ରା କମ ଥିଲା।ଆଜି ଲୋକମାନଙ୍କ ପାଖରେ କରିବା ପାଇଁ ଅନେକ ପ୍ରକାରର କାର୍ଯ୍ୟ ଅଛି। କେତେକ କାମ ଏପରି ମଧ୍ୟ ଅଛି ଯାହା ବିଷୟରେ ବହୁତ ଲୋକ ଜାଣିନଥିବେ। ଏପରି ଏକ କାମ ବା ଚାକିରୀ ବିଷୟରେ ଆମେ କହିବାକୁ ଯାଉଛୁ।
ଆପଣଙ୍କୁ ଏହା ଜାଣିବାରେ ବଡ଼ ଆର୍ଶ୍ଚଯ୍ୟ ହେବ କି ଦୁନିଆରେ ଏକ ଚାକିରୀ ବା ବୃତ୍ତି ଏପରି ଅଛି ଯେଉଁଥିରେ ପ୍ରାୟ ୧୧୨ ଲୋକ ହିଁ କାର୍ଯ୍ୟରତ । ତେବେ ଆସନ୍ତୁ ଏହା ବିଷୟରେ ବିସ୍ତାରରେ ଜାଣିବା।
ଆପଣଙ୍କୁ କହିଦେଉଛୁ କି ଏହି କାମ ପାଣିର ସ୍ୱାଦ ବାରିବା ଅଟେ। ଆପଣ ଖାଦ୍ୟର ସ୍ୱାଦ ବାରିବା କିମ୍ବା ମଦର ସ୍ୱାଦ ବାରିବା ବିଷୟରେ କେତେ ଥର ଶୁଣିଥିବେ କିନ୍ତୁ ଏହା ଆପଣଙ୍କ ପାଇଁ ପ୍ରଥମ ମୌକା ହେବ ଯେବେ ଆପଣ ଶୁଣିବେକି ପାଣିର ସ୍ୱାଦ ବାରିବା ଭଳି କାର୍ଯ୍ୟ ମଧ୍ୟ ଏହି ଦୁନିଆରେ ଅଛି। ଭାରତରୁ ଗଣେଷ ଅୟର ନାମକ ବ୍ୟକ୍ତି ଏହି କାର୍ଯ୍ୟ କରନ୍ତି।
ତାଙ୍କର କହିବା କଥା କି ଆଗାମୀ ୫ ରୁ ୧୦ ବର୍ଷ ଭିତରେ ଚାକିରୀର ସୁବର୍ଣ୍ଣ ସୁଯୋଗ ମିଳିବ। କହିଦେଉଛୁ କି ଏହି କାମ କରୁଥିବା ଲୋକଙ୍କୁ ୱାଟର ଟେଷ୍ଟର କୁହାଯାଏ।
ପାଣିର ସ୍ୱାଦରେ ହାଲୁକା,ବୁଡି,ଫଳିୟ ଆଦି ପରୀକ୍ଷା କରାଯାଏ। ଭାରତରେ ଏକ ମାତ୍ର ପ୍ରମାଣିତ ୱାଟର ଟେଷ୍ଟର କୁହନ୍ତିକି ତାଙ୍କ କାମ ବିଷୟରେ ଲୋକମାନେ ତାଙ୍କର ବହୁତ ମଜାକ ଉଡ଼ାନ୍ତି ଓ ତାଙ୍କୁ ୱାଟର ଟେଷ୍ଟର ହୋଇଥିବାରୁ କୌଣସି ଖାସ ମାନ୍ୟତା ଦିଆଯାଏ ନାହିଁ।

ଗଣେଷଙ୍କ ଅନୁସାରେ ସେ ଏହି କାମ ବିଷୟରେ ଆଜିଠୁ ୧୦ ବର୍ଷ ପୂର୍ବେ ବର୍ଷ ୨୦୧୦ରେ ଶୁଣିଥିଲେ। ପରେ ସେ ଏହି କ୍ଷେତ୍ରରେ କ୍ୟାରିୟର କରିବାର ନିଷ୍ପତି ନେଇଥିଲେ ଓ ସେ ଜର୍ମାନୀର ଡୋଇମେନ୍ସ ଏକାଡେମୀ ଇନ ଗ୍ରାଏଫେଲଫିଙ୍ଗ ଇନଷ୍ଟିଚ୍ୟୁଟରୁ ପ୍ରମାଣ ପତ୍ରର କୋର୍ସ କଲେ।
ଏହି କାମ ବିଷୟରେ ସେ ବିସ୍ତାରରେ ସୂଚନା ଦେଇ ଗଣେଷ ଅୟର ଆଗକୁ କହିଲେ କି ପାଣିର ଅଲଗା ଅଲଗା ପ୍ରକାରର ପରିଚୟ ଥାଏ। ଗଣେଷ ଏହି କାର୍ଯ୍ୟକୁ ବହୁତ ଅଲଗା ବୋଲି କହିଛନ୍ତି ଓ ଏହା କହିଛନ୍ତି କି ପାଣିର ଫାଇଦା ମଧ୍ୟ ଅଲଗା ହୋଇଥାଏ । ଯେବେ କି ଏହାର କେତେ ପ୍ରକାରର ପରୀକ୍ଷା କରାଯାଏ। କହିଦେଉଛୁ କି ଆଜି ଗଣେଷ ଅୟର ଏହି କାମ ବେବରେଜ କମ୍ପାନୀ ଭିନରେ ଭାରତ ଓ ଭାରତୀୟ ଉପମହାଦୀପର ପରିଚାଳନା ନିର୍ଦେଶକ ରୂପରେ କାମ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।