ଅମ୍ପନ ଆଜିକୁ ୧୮ଦିନ ବିତିଥିବାବେଳେ ଗତକାଲି ରାତ୍ରିରୁ ହାସନାବାଦର ବିଭିନ୍ନ ଅଞ୍ଚଳରେ ପୁଣି ଜୁଆର ପାଣି ମାଡ଼ି ଆସିବାଦ୍ବାରା ନୂତନ ଭାବେ ୯ଟି ଗ୍ରାମ ପ୍ଲାବିତ ହୋଇଥିବା ଜଣାପଡ଼ିଛି । କେବଳ ହାସନାବାଦ ନୁହେଁ ବସିରହାଟର କେତେକ ଗ୍ରାମ ମଧ୍ୟ ପ୍ଲାବିତ ହୋଇଛି । ସେହିପରି ପାଣି ସ୍ରୋତରେ ହାସନାବାଦ, ହିଜଳିଗଞ୍ଜ ଓ ସନ୍ଦେଶଖାଲିେର ନୂତନ ଭାବେ ବହୁ କ୍ଷୟକ୍ଷତି ଘଟିଛି ।
ଅଞ୍ଚଳରେ ଜୁଆର ପାଣି ମାଡ଼ି ଆସିବାଦ୍ବାରା ପ୍ରାୟ ଆଠଶହ ଭଳି ଘର ପାଣି ଘେରରେ ରହିଛି । ଅନ୍ୟପକ୍ଷରେ ହାସନାବାଦର ପାଟଲିଖାନପୁର ଅଞ୍ଚଳର ‘ଭାଁସା’ ନଦୀବନ୍ଧଟି ଜୁଆର ପାଣିରେ ଧକ୍କା ଖାଇ ଭାଙ୍ଗିଯିବାଦ୍ବାରା ସକାଳୁ ଟିୟାମାରି, ତିଲେରଚକ, ବେନା, ବେଦପାଟଲି, ବାଲିଘାଡ଼ାଙ୍ଗା, ଠାକୁରାଣିଆବାଦ, ଗୋୟାଲଆଟି, ଖାଁପୁକୁରର ବହୁ ଅଞ୍ଚଳ ପ୍ଲାବିତ ହୋଇଯାଇଛି । ଏପରିକି ଉଚ୍ଚ ଅଞ୍ଚଳ ଭାବେ ପରିଚିତ ସ୍ଥାନୀୟ ଶୁକୁକୁନିର ମୁକ୍ତାରଚକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସେହିରି ହିଜଳିଗଞ୍ଜର ରୂପମାରି ପଞ୍ଚାୟତର ବାଇନାଡ଼ା, ଗେୟୋଁମାରି ଇଲକାରେ ନୂତନ ଭାବେ ଜୁଆର ପାଣି ପ୍ରବେଶ କରିବାଦ୍ବାରା ଅଞ୍ଚଳବାସୀ ଅନ୍ୟ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ଫଳରେ ସ୍ଥାନୀୟ ଉଚ୍ଚ ରାସ୍ତାରେ ଗ୍ରାମବାସୀମାନେ ଆଶ୍ରୟ ନେଇଥିବା ଦେଖାଯାଇଛି ।
୧୨ ହଜାର ବାସହରା:
ଅମ୍ପନ ଆଜକୁ ୧୮ଦିନ ଅତିକ୍ରମ କରିଥିବାବେଳେ ନୂତନ ଭାବେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଜୁଆର ପାଣି ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିବାଦ୍ବାରା ପ୍ରାୟ ୧୨ହଜାର ଭଳି ଗ୍ରାମବାସୀ ବାସହରା ହେବାକୁ ବାଧ୍ୟ ହୋଇଛନ୍ତି । ରାଜରାସ୍ତାରେ ଆଶ୍ରୟ ନେଇଥିଲେ ସୁଦ୍ଧା କଳା ବାଦଳ ଓ ଝିପିଝିିପି ବର୍ଷା ଆରମ୍ଭ ହେବାଦ୍ବାରା ସମଗ୍ର ପରିସ୍ଥିତି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ପ୍ରଶାସନ ପକ୍ଷରୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଦିଆଯାଇଥିଲେ ସୁଦ୍ଧା ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

ଅଞ୍ଚଳବାସୀଙ୍କ ବକ୍ତବ୍ୟ ଯେ ଗତ ଶୁକ୍ରବାରଠୁ ନଦୀଗୁଡ଼ିକରେ ଧୀରେ ଧୀରେ ପାଣି ବୃଦ୍ଧି ପାଉଛି । ଅଞ୍ଚଳର କେତେକ ନଦୀବନ୍ଧ ଦୁର୍ବଳ ଥିବାରୁ ସେହିସ୍ଥାନଗୁଡ଼ିକରେ ଫାଟ ସୃଷ୍ଟି ହୋଇ ଏଭଳି ପରିସ୍ଥିତି ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ଆଶ୍ରୟ ଉପରେ ଗୁରୁତ୍ବ ଦେଉଥିଲେ ସୁଦ୍ଧା ବନ୍ଧ ମରାମତି ପ୍ରତି ବିଶେଷ ଗୁରୁତ୍ବ ଦେଉନାହିଁ, ଯାହାଦ୍ବାରା ପ୍ରତିବର୍ଷ ପରିସ୍ଥିତି ଏଭଳି ହେଉଛି। ହାସନାବାଦ, ହିଞ୍ଜିଳିଗଞ୍ଜ ସହ ମୌସୁନୀ ଓ ଘୋଡ଼ାମାରା ଦ୍ବୀପର ବହୁ ଚାଷ ଜମି ଏହି ଜୁଆରରେ ପ୍ଲାବିତ ହୋଇଯାଇଛି ବୋଲି ସେମାନେ କହିଛନ୍ତି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।