ଜୁହି ଚାୱାଲାଙ୍କୁ ଭଲ ପାଇ ବସିଥିଲେ ସଲମାନ ଖାନ ଏବଂ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଏହି କାରଣରୁ ଦୁଇ ଜଣ ଏକ ହୋଇପାରିଲେ ନାହିଁ ।

ଜୁହି ଚାୱାଲା ବ୍ୟବସାୟୀ ଜୟ ମେହତାଙ୍କୁ ନିଜର ଜୀବନସାଥୀ ବାଛିଲେ ଓ ସଲମାନ ଖାନ ଆଜି ମଧ୍ୟ ଅବିବାହିତ ଅଛନ୍ତି କିନ୍ତୁ ଦୁହିଁଙ୍କ ମଧ୍ୟରେ ଏମିତି କଣ ହୋଇଥିଲା ଯେ ଚାହିଁକରି ମଧ୍ୟ ସଲମାନ ଜୁହିଙ୍କୁ ନିଜ କନ୍ୟା କରିପାରିଲେନି।

ଜୁହି ଚାୱାଲା ନିଜର କ୍ୟାରୀୟରରେ କେତେ ଖୁବ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଆଜି ବି ତାଙ୍କର ସୌନ୍ଦର୍ଯ୍ୟ ଏବଂ ହସର ଚର୍ଚ୍ଚା ବଲିଉଡରେ ହେଉଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି କି ଗୋଟେ ସମୟ ଏହି ହସରେ ସଲମାନ ଖାନ ଯେପରି ସୁପରଷ୍ଟାର ବି ଫିଦା ହୋଇଯାଇଥିଲେ। ଏ ପର୍ଯ୍ୟନ୍ତ କି ସେ ତ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଏପରି ହୋଇପାରିଲା ନାହିଁ।

ଜୁହି ଚାୱାଲା ବ୍ୟବସାୟୀ ଜୟ ମେହେତାକୁ ନିଜର ଜୀବନସାଥୀ ବାଛିଲେ ଓ ସଲମାନ ଖାନ ଆଜି ମଧ୍ୟ ଅବିବାହିତ ଅଛନ୍ତି କିନ୍ତୁ ଦୁହିଁଙ୍କ ମଧ୍ୟରେ ଏମିତି କଣ ହୋଇଥିଲା ଯେ ଚାହିଁକରି ମଧ୍ୟ ସଲମାନ ଜୁହିଙ୍କୁ ନିଜ କନ୍ୟା କରିପାରିଲେନି।

ଏହି କାରଣରୁ ହେଇ ପାରିଲା ନାହିଁ ଦୁଇ ଜଣଙ୍କ ବିବାହ:-

ସଲମାନ ଖାନଙ୍କୁ ଜୁହି ଚାୱାଲା ପସନ୍ଦ ଥିଲେ ଏହି ବିଷୟରେ ନିଜେ ସଲମାନ ଖାନ ଏକ ଇଣ୍ଟରଭିୟୁରେ କହିଥିଲେ। ସେ କହିଥିଲେ-‘ଜୁହି ବହୁତ ଭଲ ଅଟେ।ସେ ବହୁତ ଦୟାଳୁ ଅଟେ। ମୁଁ ତ ତାଙ୍କ ବାପାଙ୍କୁ ବି ପଚାରିଥିଲି କି କଣ ସେ ଜୁହିଙ୍କର ବିବାହ ମୋ ସହିତ କରାଇବେ। ସେ ମନା କରିଦେଇଥିଲେ। ‘ଅଥବା ଜୁହିଙ୍କର ବାପାଙ୍କ କାରଣରୁ ଦୁହେଁ ଏକ ହୋଇପାରିଲେ ନାହିଁ।

Google
୧୯୯୬ରେ ଜୟ ମେହତାଙ୍କ ସହ ଜୁହି ଚାୱାଲା କରିଥିଲେ ବିବାହ:-

ସେହିପରି ସଲମାନ ଏବଂ ଜୁହି ଏକ ହୋଇନଥିଲେ କିନ୍ତୁ ଜୁହି ଚାୱାଲା ୧୯୯୬ରେ ଜୟ ମେହତାଙ୍କ ସହ ବିବାହ କରିଥିଲେ।ଯଦିଓ ସେତେବେଳେ କାହାକୁ ତାଙ୍କ ବିବାହ ବିଷୟରେ ଜଣା ନଥିଲା। ଜୁହି କହିଥିଲେ ‘ଆମର ପ୍ରଥମ ଦେଖା ମୋର ବଲିଉଡରେ ଆସିବା ପୂର୍ବରୁ ହୋଇଥିଲା ଯଦିଓ ଚଳଚ୍ଚିତ୍ରରେ ଆସିବା ପରେ ମୋର ତାଙ୍କ ସହିତ କଥାବାର୍ତ୍ତା ହେଉନଥିଲା କିନ୍ତୁ ପୁଣି କିଛି ବର୍ଷ ପରେ ସାଙ୍ଗମାନଙ୍କ ଦ୍ୱାରା ରଖାଯାଇଥିବା ରାତ୍ରି ଭୋଜନରେ ପୁଣି ମିଶିଥିଲୁ। ଏହା ପରେ ଆମର କଥାବାର୍ତ୍ତା ଆରମ୍ଭ ହୋଇଗଲା। ଏହା ପରେ ମୁଁ ଯେଉଁଠିକୁ ଯାଉଥିଲି ମତେ ଜୟ ଦେଖାକରିବାକୁ ଆସନ୍ତି। ‘ମୋର ମନେ ଅଛି ମୋର ଜନ୍ମଦିନରେ ଜୟ ଏକ ଟ୍ରକ ଭରି ଲାଲି ଗୋଲାପ ଆଣିଥିଲେ। ମୁଁ ତାକୁ ସବୁ ଦେଖି ଆର୍ଶ୍ଚଯ୍ୟ ହୋଇଯାଇଥିଲି।ସେ ମୋ ପାଇଁ ଯାହା ବି କରିପାରୁଥିଲେ,ସେ ତାହା କରୁଥିଲେ। ପୁଣି ବର୍ଷ ଶେଷ ପରେ ସେ ମତେ ବିବାହ ପାଇଁ ପ୍ରୋପୋଜ କଲେ।

ସଲମାନ ଆଜି ବି ଅଛନ୍ତି ଏକଲା:-

ଯଦିଓ ଜୁହି ସଂସାର କରିନେଲେ କିନ୍ତୁ ସଲମାନ ଖାନ ଆଜି ବି ଏକଲା ଅଛନ୍ତି । ଯଦିଓ ତାଙ୍କ ନାମ କେତେକ ହିରୋଇନମାନଙ୍କ ସହ ଯୋଡ଼ା ଯାଇଛି ହେଲେ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *