ଖେଳାଳିଙ୍କ ଆହତକୁ ନେଇ IPLକୁ ଦାୟୀ କଲେ କୋଚ ଜଷ୍ଟିନ ଲାଙ୍ଗର, ଦେଲେ ଆଶ୍ଚର୍ଯ୍ୟଜନକ ବୟାନ । ସମ୍ପୂର୍ଣ ଜଣାନ୍ତୁ

ଅଷ୍ଟ୍ରେଲିଆର କୋଚ ଜଷ୍ଟିଂ ଲାଙ୍ଗରଙ୍କୁ ଭାରତୀୟ ପ୍ରିମିୟର ଲିଗ (ଆଇପିଏଲ) ବହୁତ ପସନ୍ଦ ମାତ୍ର ଏହି ସିରିଜରେ ଅଷ୍ଟ୍ରେଲିଆ ତଥା ଭାରତର ଅଧିକ ପ୍ଲେୟର ମାନଙ୍କର ଆହତ ହେବାକୁ ନେଇ ସେ ଏହି ଟୁର୍ଣ୍ଣାମେଣ୍ଟକୁ ଦାୟୀ କରିଛନ୍ତି। ଭାରତରେ କରୋନା ପାଇଁ ଲକଡାଉନ ହେଇଥିବା ପାଇଁ ଆଇପିଏଲ ସେପ୍ଟେମ୍ବରରୁ ନଭେମ୍ବର ଭିତରେ ଖେଳା ଯାଇଥିଲା। ସାଧାରଣ ଭାବେ ଏହା ଏପ୍ରିଲ ରୁ ମେ ମାସ ଭିତରେ ଖେଳା ଯାଇଥାଏ। ଏହି କାରଣରୁ ଭାରତର ଅନେକ ପ୍ଲେୟର ଆହତ ହେଇଗଲେ। ଆଉ ଅଷ୍ଟ୍ରେଲିଆର ବି ଅନେକ ପ୍ଲେୟର ଏବେ ଫିଟନେସ ସମସ୍ୟାରେ ପୀଡିତ ଅଛନ୍ତି।

Google

ଲାଙ୍ଗର ଏକ ଭରଚୁଆଲ ପ୍ରେସ କଂଫେରେନ୍ସ ଡାକି କହିଲେ ” ଏହି ସିରିଜରେ ଆହତ ଖେଳାଳି ମାନଙ୍କର ସଂଖ୍ୟା ବହୁତ ଲମ୍ବା ଅଟେ। ମୋତେ ଲାଗୁଛି କି ଆଇପିଏଲର ଟାଇମିଂ ଠିକ ନଥିଲା। ଭାରତର ପ୍ରମୁଖ ଖେଳାଳି ମହମ୍ମଦ ଶାମି, କେ ଏଲ ରାହୁଲ ତ ଆହତ ହେବା କାରଣରୁ ସିରିଜରୁ ବାହାର ହେଇଗଲେ ଆଉ ତା ସହ ଏବେ ଫ୍ରେସ ନାମ ଭାବେ ଯଶପ୍ରୀତ ବୁମରାହ ଆଉ ରବୀନ୍ଦ୍ର ଜାଡେଜାଙ୍କର ନାମ ବି ସାମିଲ ହେଇଯାଇଛି।”

ଅଷ୍ଟ୍ରେଲିଆର ଡେଭିଡ ୱାର୍ଣର ପ୍ରଥମ ଦୁଇଟି ଟେଷ୍ଟରୁ ବାହାର ହେଇ ଯାଇଥିଲେ। ମାତ୍ର କୋଚ ଲାଙ୍ଗର ଆଇପିଏଲର ପ୍ରଶଂସା କରୁ କରୁ କହିଲେ ” ମୋତେ ଆଇପିଏଲ ପସନ୍ଦ ଅଟେ। ଏହା ସେହିପରି ଅଟେ ଯେପରି ମୋର ଯୁବ ସମୟରେ କାଉଁଟି କ୍ରିକେଟ ଥିଲା। କାଉଁଟି କ୍ରିକେଟରେ ଆମ ମାନଙ୍କର ସ୍କିଲ ବିକଶିତ ହେଉଥିଲା ଆଉ ଆଇପିଏଲ ଦ୍ୱାରା ସୀମିତ ଓଭର କ୍ରିକେଟର ସ୍କିଲ ବିକଶିତ ହେଉଛି।”

Google

କିନ୍ତୁ ତା ପରେ ସେ କହିଲେ ” ମାତ୍ର ଏହି ବର୍ଷ ଟାଇମିଙ୍ଗ ଠିକ ନଥିଲା। ଦୁଇଟି ଯାକ ଟିମର କେତେ ଖେଳାଳି ଆହତ ଅଛନ୍ତି ଯାହା କି ଏହି ଲିଗର ପ୍ରଭାବ ହେଇପାରେ। ମୋତେ ବିଶ୍ୱାସ ଅଛି କି ଭାରତ ବୋର୍ଡ ଏହାର ଦେଖାଶୁଣା କରିବ।” ଏହା ପଚାରିବା ପରେ କି ବୁମରାହ ଆଉ ଜାଡେଜାଙ୍କର ଆହତ ହେବାଦ୍ୱାରା ଭାରତୀୟ ଟିମ ଉପରେ କି ପ୍ରଭାବ ପଡିବ ଲାଙ୍ଗର କହିଲେ ” ନିଶ୍ଚିତ ଭାବେ ବହୁତ ପ୍ରଭାବ ପଡିବ ମାତ୍ର ଏବେ ସମୟ ହେଉଛି ସବୁଠୁ ଫିଟ ପ୍ଲେୟର ବାଜି ମାରିବେ।”

ଆପଣଙ୍କୁ କହି ରଖୁଛୁ କି ଭାରତ ଅଷ୍ଟ୍ରେଲିଆ ଭିତରେ ଖେଳା ଯାଉଥିବା ବୋର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଗ୍ୟାବାରେ ୧୫ ଜାନୁଆରୀକୁ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ଟେଷ୍ଟରେ ଏଡିଲେଡ଼ ଗ୍ରାଉଣ୍ଡରେ ଭାରତକୁ ୮ୱିକେଟରେ ଲଜ୍ଜାଜନକ ହାର ମିଳିଲା। ତା ପରେ ଭାରତ ମେଲବର୍ଣ ଟେଷ୍ଟକୁ ୮ ୱିକେଟରେ ବହୁତ ଉନ୍ନତ ଭାବେ ଜିତିଲା। ତୃତୀୟ ଟେଷ୍ଟ ସିଡ୍ନୀରେ ଖେଳା ଯାଇଥିଲା ଯାହାକୁ ପଞ୍ଚମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ବହୁତ ଭଲ ଭାବେ ଖେଳିକି ଡ୍ର କରିଦେଲେ। ପ୍ରକୃତରେ ଏବେ ସିରିଜ ୧-୧ ରେ ଡ୍ର ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *