ଛାତ୍ର ଅରବିନ୍ଦଙ୍କ କାହାଣୀ ଲକ୍ଷ ଲଷ ମେଡ଼ିକାଲ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଏକ ପ୍ରେରଣା ଯେଉଁମାନେ ସଂଘର୍ଷ ଓ ଅଭାବ ପାଇଁ ନିଜ ଲକ୍ଷକୁ ଛାଡିଦେଇଥାନ୍ତି। ଅରବିନ୍ଦ ଏହା ପ୍ରମାଣ କରିଦେଇଛନ୍ତି କି ମଝବୁତ ଆତ୍ମବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ। ଅରବିନ୍ଦଙ୍କ ଆତ୍ମବିଶ୍ୱାସ ଏହି କଥାରୁ ଜଣାପଡୁଛି କି ସେ ଜଣେ ସାମାନ୍ୟ ଛାତ୍ର ହୋଇ ମଧ୍ୟ ଏହି ସ୍ଥାନ ହାସଲ କରିଛନ୍ତି। ଆଗକୁ ପଢ଼ାଣ୍ଠ ଆପଣଙ୍କୁ ଆମେ ଅରବିନ୍ଦଙ୍କ କାହାଣୀ କହିଛୁ।

ଅରବିନ୍ଦ ନିଜ ଗ୍ରାମର ପ୍ରଥମ ଡାକ୍ତର ହେବେ:
ଅରବିନ୍ଦ ଗୋରଖପୁରର ସରକାରୀ ସ୍କୁଲରେ ପଢ଼ିଛନ୍ତି।ପ୍ରତିଦିନ ସାଇକେଲରେ ୮ କିଲୋମିଟର ଯିବା ଆସିବା ଥିଲା। ୧୦ ରେ ମାତ୍ର ୪୮% ଓ ଦ୍ୱାଦଶରେ ୬୦% ମାର୍କ ଥିଲା। ଏତେ କମ ମାର୍କ ରଖିବା ପରେ ମଧ୍ୟ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ ଏବଂ ଏହା ସହିତ ନିଜକୁ ମଧ୍ୟ ପ୍ରସ୍ତୁତ କଲେ। ଅରବିନ୍ଦ କହିଲେ କି ଏଲନର ମାର୍ଗ ଦର୍ଶନ ମୁଖ୍ୟ ପଏଣ୍ଟ ଥିଲା। ଅରବିନ୍ଦ କହିଲେ କି ମୁଁ ମୋର ସଫଳତାର ସବୁ ଶ୍ରେୟ କୋଟାକୁ ଦେବାକୁ ଚାହୁଁଛି। ଯଦି ମୁଁ କୋଟାକୁ ଆସିପାରିନଥାନ୍ତି ଏହା ସବୁ ପାଇପାରି ନଥାନ୍ତି। ମୁଁ ଏକ ସାଧାରଣ ଛାତ୍ର ଥିଲି ଓ ଦ୍ୱାଦଶରେ ରେ ମାତ୍ର ୬୦% ମାର୍କ ରଖିଥିଲି। ଦଶମରେ ବି ସେକେଣ୍ଡ ଡିଭିଜନ ପ୍ରାପ୍ତ କରିଥିଲି। କୋଟାରେ ଭଲ ପରିବେଶ ଦ୍ଵାରା ଏହା ସବୁ ସମ୍ଭବ ହେଲା। ଏଠାରେ ଏଲନ କ୍ୟାରିଅର ଇଂନଷ୍ଟୁଚୁଏଣ୍ଟରେ କୌଣସି ପ୍ରକାର ଭେଦ ଭାବ ହୋଇନଥାଏ। ସବୁ ଛାତ୍ର ଛାତ୍ରୀ ମାନଙ୍କୁ ସମାନ ସୁବିଧା ଦିଆଯାଇଥାଏ ଓ ସମସ୍ତଙ୍କ ପ୍ରତିଭା ସହ ଉଚିତ ବ୍ୟବହାର କରାଯାଇଥାଏ।
ଅଭାବରେ ପଡିଲେ-ବଢିଲେ ଓ ମନ ଦେଇ ପାଠ ପଢିଲେ:
ଅଭାବରେ ପଡିଲେ-ବଢିଲେ ଓ ମନ ଦେଇ ପାଠ ପଢି ଉତ୍ତର ପ୍ରଦେଶର ଛାତ୍ର ଅରବିନ୍ଦ କୋଟାରେ ରହି ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ପରିବାରକୁ ଗ୍ରାମରେ ସମ୍ମାନ ଦେବା ତଥା ବାପାଙ୍କ ଲାଜକୁ ଗର୍ବରେ ବଦଳାଇବା ପାଇଁ ଛାତ୍ର ଦୁଇବର୍ଷ ପୂର୍ବେ ଏଲନ କୋଟା ଆସିଥିଲେ। ଏଠାରେ ମେଡ଼ିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି କଲେ ଓ ମେଡ଼ିକାଲ କଲେଜରେ ପଢିବା ପାଇଁ ପ୍ରସ୍ତୁତ।ଡାକ୍ତର ହୋଇ ସେ ନିଜ ମାତା ପିତାଙ୍କ ଗର୍ବର ପାତ୍ର ହେବାକୁ ଚାହୁଁଛନ୍ତି।
ଅରବିନ୍ଦ ନିଟ ୨୦୨୦ରେ ୬୨୦ ନମ୍ବର ପ୍ରାପ୍ତ କରିଛନ୍ତି। ସେ ଅଲଇଣ୍ଡିଆ ରେ ୧୧୬୦୩ ଓ ଓବିସି କାଟାଗୋରୀରେ ୪୩୯୨ ସ୍ଥାନରେ ଅଛନ୍ତି। ଅରବିନ୍ଦ କୁମାର ସାଧାରଣତଃ ଉତ୍ତର ପ୍ରଦେଶର କୁସିନଗରର ବରଡ଼ି ଗ୍ରାମର ଲୋକ ଅଟନ୍ତି। ଅରବିନ୍ଦଙ୍କ ବାପା ଭିକାରୀ କୁମାର କବାଡ଼ିଆ କାମ କରିଥାନ୍ତି। ସେ ସାଇକେଲ ଓ ରିକ୍ସାରେ ଗାଁ ଗାଁ ବୁଲି କବାଡ଼ କିଣି ତାକୁ ବିକ୍ରିକରି ପରିବାର ପୋଷଣ କରିଥାନ୍ତି। କିଛି ପ୍ରକାରର କାମ ଗ୍ରାମରେ ନଥିଲା।

ଅରବିନ୍ଦ ଥଉପେଡିକ ସର୍ଜନ ହେବାପାଇଁ ଚାହୁଁଛନ୍ତି:
ପରିବାରର ପରିସ୍ଥିତି ଭଲ ନଥିଲା ଏପରି ପରିସ୍ଥିତିରେ ପଞ୍ଚମ ଯାଏ ପଢିଥିବା ବାପା ଭିକାରୀ ଗ୍ରାମ ରୁ ବି ବହୁତ ଦୂର ଜମସେଦପୁର ଟାଟା ନଗର ଯାଇ ସେହି କାମ କରୁଥିଲେ। ମା ଲଲିତା ଦେବୀ ପାଠପଢିନାହଁନ୍ତି ଓ ସେ ଘର କାମ କରିଥାନ୍ତି। ତାଙ୍କ ଇଛା ଥିଲା କି ଅରବିନ୍ଦ ଡାକ୍ତର ହେଉ।ସେଥିପାଇଁ ସେ ବହୁତ ସଂଘର୍ଷ କଲେ ଓ ପୁଅକୁ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ କୋଟା ପଠାଇଲେ। ଏଲନରେ ଆଡ଼ମିସନ କଲେ। ପ୍ରଥମ ଚେଷ୍ଟାରେ ଭଲ ମାର୍କ ରହିନଥିବାରୁ ଅଧିକ ପରିଶ୍ରମ କଲେ।ଏହା ପରେ ଦ୍ୱିତୀୟ ଚେଷ୍ଟାରେ ସଫଳତା ଅର୍ଜନ କଲେ।
ଗ୍ରାମର ପ୍ରଥମ ଡାକ୍ତର ହେବାକୁ ଥିବା ଅରବିନ୍ଦ କହିଛନ୍ତି କି ସେ ଗ୍ରାମର ପ୍ରଥମ ଯିଏକି ଡାକ୍ତର ହେବେ। ସେ କହିଛନ୍ତି କି ଛୋଟ ଭାଇ ଅମିତ କୁମାର ଶିକ୍ଷକ ଭର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି। ଏମବିବିଏସ କରିବା ପରେ ଥଉପେଡିକ ସର୍ଜନ ହେବାପାଇଁ ଚାହୁଁଛି। ସେ କହିଛନ୍ତି ମୁଁ ଚାହୁଁଚି ମୋ ପରିବାରକୁ ସମ୍ମାନ ମିଳୁ। ମୋ ବାପାଙ୍କ ପ୍ରଥମେ ଭିକାରୀ କବାଡ଼ିଆ କୁହାଯାଉଥିଲା ଏବେ ଡାକ୍ତରର ବାପା କୁହାଯାଉ। ଅରବିନ୍ଦଙ୍କ ମେଡ଼ିକାଲ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଏକ ପ୍ରେରଣା ଯେଉଁମାନେ ସଂଘର୍ଷ ଓ ଅଭାବ ପାଇଁ ପାଠପଢା ଛାଡିଦେଇଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।