ସାଉଥ ଇଣ୍ଡିଆନ ଓ ବଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ତାଙ୍କ ଵିଵାହକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ବହୁତ ଜଲ୍ଦି ସିଂଘମ ଗାର୍ଲ ମାନେ କାଜଲ ଅଗ୍ରୱାଲ ବିବାହ କରିବାକୁ ଯାଉଛନ୍ତି । କାଜଲ ତାଙ୍କ ଅଫିସିଆଲ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏହି କଥା କହିଛନ୍ତି । ସେ ଇଷ୍ଟାଗ୍ରାମରେ ଵିଵାହର ତାରିଖ ମଧ୍ୟ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖି ସବୁ ପ୍ରସଂଶକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଆଉ ବହୁତ ଖୁସି ମଧ୍ୟ ନଜର ଆସୁଛନ୍ତି ।

ଆମେ ଆପଣଙ୍କୁ କହିବୁ ଯେ କିଏ ହେବେ କାଜଲଙ୍କ ଲାଇଫ ପାର୍ଟନର:
କାଜଲଙ୍କ ଜୀବନସାଥୀ ହେବାକୁ ଯାଉଥିବା ଗୌତମ ଜଣେ ଉଦ୍ୟୋଗୀ ଅଟନ୍ତି । କାଜଲ ତାଙ୍କ ଇଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି- “ମତେ ଏହି କଥା କହିବାରେ ବହୁତ ଖୁସି ଲାଗୁଛି କି,ମୁଁ ଅକ୍ଟୋବର ୩୦ ତାରିଖରେ ଗୌତମ କୀଚଳୁଙ୍କ ସହ ବିବାହ କରିବାକୁ ଯାଉଛି । “ସେ ଲେଖିଛନ୍ତି କି-“ମୁଁ ମୋ ନୂଆ ଜୀବନକୁ ନେଇ ବହୁତ ଉତ୍ସାହିତ ଅଛି।ମହାମାରୀ ପାଇଁ ସମାରୋହ ଛୋଟ ହେବ। ହେଲେ ବହୁତ ରୋମାଂଚକର ହେବ। ନୂଆ ଜୀବନ ଆରମ୍ଭ କରିବା ପାଇଁ ଆପଣ ମାନଙ୍କର ଆଶୀର୍ବାଦ ଆବଶ୍ୟକତା ରହିଛି ।”

ଆମେ କହିଦେବୁ ଯେ କାଜଲ ଅଗ୍ରୱାଲ ତାଙ୍କ ବିବାହ ମୁମ୍ବାଇରେ କରିବେ । କାଜଲ ଅଗ୍ରୱାଲଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି ।
କାଜଲ ଅଗ୍ରୱାଲ ସଡ଼ିଆଲ ମିଡ଼ିଆରେ ତାଙ୍କର ଏକ ଫୋଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ହୃଦୟର ଆକୃତିର ଫୋଟୋ ରହିଛି । ସେହି ଫୋଟୋରେ ସେ କେବଳ ଏକ ହାର୍ଟ ଇମୋଜି ଲାଗେଇଛନ୍ତି । ବିବାହର ଖବର ଶୁଣି ସବୁ ପ୍ରସଂଶକ ତାଙ୍କୁ କୃତଜ୍ଞତା ଜଣାଉଛନ୍ତି ।
ସୂତ୍ର ମୁତାବକ କାଜଲ ଅଗ୍ରୱାଲଙ୍କ ଵିଵାହ କାର୍ଯ୍ୟକ୍ରମ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ବିବାହରେ କାଜଲ କେବଳ ସେହି ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି,ଯାହାଙ୍କୁ ସେ ନିକଟରୁ ଜାଣିଛନ୍ତି। କୋରନା କାରଣ ପାଇଁ ଅଧିକ ଲୋକ ସାମିଲ ହେବେ ନାହିଁ।
ଗୌତମ କୀଚଲୁ କିଏ?
କାଜଲ ଅଗ୍ରୱାଲଙ୍କ ହେବାକୁ ଯାଉଥିବା ଜୀବନସାଥୀ ଜଣେ ଉଦ୍ୟୋଗୀ ଓ ଇଣ୍ଟିରିୟାର ଡିଜାଇନର ଅଟନ୍ତି। ସେ ବହୁତ ଜଣାଶୁଣା ବିଜନେସମ୍ୟାନ। ଗୌତମ କୀଚଳୁଙ୍କୁ ଡିଜାଇନ କଳା କୁ ବହୁତ ପସନ୍ଦ କରନ୍ତି। ତାଙ୍କର ଏହି ବିବାହ କାଜଲଙ୍କ ସହ ଲଭ-ଆରେଞ୍ଜ ବିବାହ ହେବ। ତାଙ୍କର ନିର୍ବନ୍ଧ ଆଗରୁ ସାରିଯାଇଛି।
କାଜଲ ଅଗ୍ରୱାଲ ସାଉଥ ଇଣ୍ଡଷ୍ଟ୍ରି ର ବହୁତ ବଡ଼ ଅଭିନେତ୍ରୀ।ଏହାଛଡା ସେ ତେଲଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି।କେବଳ ସାଉଥ ଇଣ୍ଡଷ୍ଟ୍ରି ନୁହେଁ ବଲିଉଡରେ କାମ କରି ତାଙ୍କର ବହୁତ ଫ୍ୟାନସ ଅଛନ୍ତି। କାଜଲଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିଲେ ସେ ବଲିଉଡରେ ୨୦୦୪ ରେ ପାଦ ରଖିଥିଲେ। ବିବେକ ଓବ୍ରୟେ ଓ ଐସ୍ଵର୍ଯ୍ୟା ରାୟଙ୍କ ଫିଲ୍ମ ‘କ୍ୟୁ ହୋ ଗୟା ନା’ରେ ଅଭିନେତ୍ରୀ ଐସ୍ଵର୍ଯ୍ୟାଙ୍କ ଭଉଣୀ ହେବାର ଅଭିନୟ କରିଥିଲେ।

ନିକଟରେ କାଜଲ ଅଗ୍ରୱାଲ ,ଅଦିଟି ରାୟ ହେଦରିଙ୍କ ସହ ଫିଲ୍ମ ‘ହେ ସିନାମିକା’ରେ ନଜର ଆସିବେ। ଏହା ଛଡା ସେ କମଳ ହାସନଙ୍କ ଫିଲ୍ମ “ଇଣ୍ଡିଆନ୨” ନିଜର କଳା ଦେଖେଇବାର ନଜର ଆସିବେ।
କାଜଲ ଅଗ୍ରୱାଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୬ ବର୍ଷ ହେବ ରହିଆସୁଛନ୍ତି। ସେ ବଲିଉଡରେ ଅଜୟ ଦେବଗନଙ୍କ ସହ ସିଂଘମ ଫିଲ୍ମରେ ମଧ୍ୟ ନଜର ଆସିଥିଲେ। ଏହି ଫିଲ୍ମରେ କାମ କରିବା ପରେ ସେ ବହୁତ ଫେମସ ହୋଇଥିଲେ।ଏହାଛଡା ସେ ମଧ୍ୟ ଅନ୍ୟ କେତେକ ବଲିଉଡ ଫିଲ୍ମରେ କାମ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।