କଙ୍ଗନା ରଣୱାତଙ୍କ ବିରୁଦ୍ଧରେ FIR ଦର୍ଜ ହେଲା, ମାମଲା କଣ ଜାଣନ୍ତୁ।

Kangana Ranaut, Bollywood, Nitidina

ଅଭିନେତ୍ରୀ କଙ୍ଗନା ରଣୱାତଙ୍କ ବିରୁଦ୍ଧରେ କର୍ଣ୍ଣାଟକର ତୁମକୁରୁ ପୋଲିସ ଏଫ ଆଇ ଆର ଦର୍ଜ କରିଛି।

Google

କର୍ଣ୍ଣାଟକର ତୁମକୁର ଜିଲ୍ଲାରେ ଅଭିନେତ୍ରୀ କଙ୍ଗନା ରଣୱାତଙ୍କ ବିରୁଦ୍ଧରେ ଏଫ ଆଇ ଆର ଦର୍ଜ ହୋଇଛି।ପୁଲିସ ଅଧିକାରୀ ଏହାର ବିବରଣୀ ଦେଇଛନ୍ତି କଙ୍ଗନାଙ୍କ ଟୁଇଟକୁ ନେଇ ଶୁକ୍ରବାରକୁ ଏକେ ଅଦାଲତ ପୁଲିସକୁ ଏଫ ଆଇ ଆର ଦର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତୁମକୁରୁର ପ୍ରଥମ ଶ୍ରେଣୀର ନ୍ୟାୟିକ ମାଜିଷ୍ଟ୍ରେଟ (ଜେଏମଏଫସି)ର ଅଦାଲତରେ ଓକିଲ ରମେଶ ନାୟକଙ୍କ ଦ୍ଵାରା ଦର୍ଜ ଅଭିଯୋଗ ଦ୍ଵାରା କ୍ୟାଥାସଂଦରା ଥାନା ନିରୀକ୍ଷକଙ୍କୁ ରଣୱାତଙ୍କ ବିରୁଦ୍ଧରେ ପ୍ରାଥମିକ ଦର୍ଜ କରିବା ପାଇଁ ନିର୍ଦେଶ କରିଥିଲେ।

ଅଦାଲତ କହିଛନ୍ତି କି ଅଭିଯୋଗକାରୀ ସିଆରପିସିର ଧାରା ୧୫୬ (୩) ଅନୁସାରେ ଅଭିଯୋଗ ଦାଖିଲ ହୋଇଛି।କହିରଖୁଛୁ କି ପିଏମ ମୋଦି କିଛିଦିନ ତଳେ ଲାଗୁ କରିଥବା କୃଷି ବିଧେୟକଙ୍କ ସମ୍ବନ୍ଧରେ ଏକ ଟ୍ୱିଟ କରିଥିଲେ।

Google

ଏହାକୁ ରିଟ୍ୱିଟ କରି କଙ୍ଗନା ରଣୱାତ କହିଥିଲେ- “ପ୍ରଧାନମନ୍ତ୍ରୀ ଜି, ଯିଏ ଶୋଇ ରହିଛି ତାକୁ ଉଠେଇହବ, ଯାହାକୁ ଅବିଶ୍ୱାସ ଥିବ ତାକୁ ବୁଝେଇ ହବ ହେଲେ ଯିଏ ଶୋଇବାର ଅଭିନୟ କରେ, ଯିଏ ନ ବୁଝିବାର ଅଭିନୟ କରେ ତାଙ୍କୁ ଆପଣ ବୁଝେଇଲେ କଣ ଫରକ ପଡିବ?ଏମାନେ ସେହି ଆତଙ୍କି। ସିଏଏରୁ ଗୋଟିଏ ଲୋକର ବି ନାଗରିକତା ଯାଇନାହିଁ। ହେଲେ ସେମାନେ ରକ୍ତର ନଦୀ ବୁହାଇଦେଲେ।”

ନାୟକ କହିଛନ୍ତି ଯେ ଅହି ଟୁଇଟ ଯୋଗୁଁ ତାଙ୍କ ଭାବନାରେ ଦୁଃଖ ପ୍ରକାଶ ହେଉଛି। ଯାହାପରେ ସେ କଙ୍ଗନାଙ୍କ ବିରୁଦ୍ଧରେ ପ୍ରାଥମିକି ଦର୍ଜ କରିବାକୁ ନିଷ୍ପତ୍ତି ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *