ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଶିବସେନା ଦଳ ମଧ୍ୟରେ ଚର୍ଚ୍ଚା ଲାଗିରହିଛି । ଉଭୟ ପକ୍ଷରୁ ବିବାଦ ବର୍ତ୍ତମାନ ସୁଧା ଥମିବାର ନାଁ ନେଉନାହିଁ । କଙ୍ଗନା ବର୍ତ୍ତମାନ ନିଜର ହୋମ ଟାଉନ ମନାଲି ଫେରିଛନ୍ତି । ଏହାପରେ ମଧ୍ୟ ସେ ମହାରାଷ୍ଟ୍ର ସରକାର ଓ ଶିବସେନା ପାର୍ଟି ଉପରେ ବିବାଦିତ ସ୍ୱର ଉଠାଇବା ବନ୍ଦ କରିନାହାଁନ୍ତି । ଏହାପୂର୍ବରୁ ମଧ୍ୟ କଙ୍ଗନା ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା । କଙ୍ଗନା ମୁମ୍ବାଇରେ ୫ ଦିନ ରହିବାପରେ ବର୍ତ୍ତମାନ ନିଜର ଘରକୁ ଫେରିଆସିଛନ୍ତି ।

କଙ୍ଗନା ରାଣାୱତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଆରୋପ ଲଗାଇଛନ୍ତି । ଖବର ଆସୁଛି କି, କଙ୍ଗନା ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଉପରେ ଆରୋପ ଲଗାଉଛନ୍ତି ।
ମୁମ୍ବାଇରେ କଙ୍ଗନାଙ୍କ ଫ୍ଲାଟ ଅବୈଧ ନିର୍ମାଣ କାରଣରୁ ବିଏମସି କଙ୍ଗନାଙ୍କ ବଙ୍ଗଳାକୁ ଭଙ୍ଗାରୁଜା କରିବାପରେ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଜାରି ରହିଛି । କଙ୍ଗନା ନିଜର ବୟାନରେ ପୂର୍ବରୁ କହିଥିଲେ କି, ତାଙ୍କୁ ମୁମ୍ବାଇରେ ଭୟ ଲାଗୁଛି ଓ ସେ ମୁମ୍ବାଇରେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଏହାପରେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ଆସିବାପାଇଁ ମନା କରିଦେଇଥିଲେ ।

ଏହିସବୁ ପରେ କଙ୍ଗନା ଶେଷରେ ମୁମ୍ବାଇକୁ ପାକିସ୍ତାନ ସହିତ ତୁଳନା କରିଦେଇଥିଲେ ଯାହାଦ୍ୱାରା ମୁମ୍ବାଇ ସରକାର କଙ୍ଗନାଙ୍କ ବିରୁଧରେ ମୁମ୍ବାଇ ପ୍ରତି ଅପଶବ୍ଦ ବ୍ୟବହାର କରିବାର ଆରୋପ ଆଣିଥିଲେ । ସଞ୍ଜୟ ରାଉତଙ୍କ ଜବାବରେ କଙ୍ଗନା ନିଜର ମୁହଁ ଖୋଲି କହିଥିଲେ, ସେ ମୁମ୍ବାଇ ସେପ୍ଟେମ୍ବର ୯ ତାରିଖ ଦିନ ଆସିବେ ଓ କାହାର ଦମ ଅଛି ତାଙ୍କୁ ଅଟକାଇ ଦେଖାଅ । ବର୍ତ୍ତମାନ କଙ୍ଗନାଙ୍କ ପ୍ରଡକ୍ସନ ହାଉସରେ ଭଙ୍ଗାରୁଜା ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।