ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣୱାତ ଆମେରିକାର ଉପରାଷ୍ଟ୍ରପତି କମଲା ହୈରିସଙ୍କୁ ସପୋର୍ଟ କରିଛନ୍ତି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଏକ ଅଦ୍ଭୁତ ବୟାନ ଦେଇଛନ୍ତି। ସେ ଜୋ ବାଇଡେନଙ୍କୁ ଗଜନୀ ସହିତ ତୁଳନା କରିଛନ୍ତି। ସେହିପରି କମଳା ହୈରିସଙ୍କ ବିଜୟକୁ କହିଲେ ଐତିହାସିକ।

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣୱାତ ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ଦେବାକୁ ଜମାବି ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ବଲିଉଡ଼, ରାଜନୀତିକ ଓ ସାମାଜିକ ଉପରେ ନିଜ ମତ ରଖିଥାନ୍ତି ଓ ତାଙ୍କ ପ୍ରଶଂସକ ତାଙ୍କୁ ସପୋର୍ଟ ମଧ୍ୟ କରିଥାନ୍ତି ଓ ଅନେକ ଥର ତାଙ୍କୁ ବିରୋଧ ମଧ୍ୟ କରାଯାଇଥାଏ । ଅଭିନେତ୍ରୀ ଏବେ ଆମେରିକା ନିର୍ବାଚନ ଫଳ ଉପରେ ନିଜ ମତ ରଖିଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଳା ହୈରିସଙ୍କୁ ସପୋର୍ଟ କରିଛନ୍ତି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଏକ ଅଦ୍ଭୁତ ବୟାନ ଦେଇଛନ୍ତି।
କଙ୍ଗନା ରଣୱାତ ଆମେରିକାର ନୂଆ ଉପରାଷ୍ଟ୍ରପତି କମଲା ହୈରିସ ଙ୍କ ଭାଷଣରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ ଟ୍ୱିଟ କରି ଲେଖିଛନ୍ତି,ଗଜନୀ ବାଇଡେନଙ୍କ ବିରୁଦ୍ଧରେ ସୁନିଶ୍ଚିତ ନୁହେଁ ଯାହାଙ୍କ ଡାଟା ପ୍ରତି ୫ ମିନିଟରେ କ୍ରାସ ହୋଇଯାଇଥାଏ,ଏତେ ସାରା ଔଷଧ ଯାହା ତାଙ୍କ ଭିତରେ ପ୍ରବେଶ କରାଯାଇଛି ଯାହା ଦ୍ୱାରା ସେ ଗୋଟେ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ଏହା ନିଶ୍ଚିତ କି ଆଗକୁ କମଲା ହୈରିସ ସବୁ ସମ୍ଭାଳିବେ। ଯେବେ ଏକ ମହିଳା ଉଠିଥାଏ ସେ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ବାଟ ପ୍ରସ୍ତୁତ କରିଥାଏ। ଏହି ଐତିହାସିକ ଦିନକୁ ସେଲିବ୍ରେଟ କରନ୍ତୁ”।
ଜୋ ବାଇଡେନଙ୍କୁ ମିଳିଲା ୭.୪ କୋଟି ଭୋଟ:
କହିରଖିବୁ କି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡା ମୁକାବିଲା ଦେଖାଯାଉଥିଲା। ଡେମୋକ୍ରେଟିକ ପାର୍ଟିର ନେତା ଜୋ ବାଇଡେନ ଶନିବାରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡା ମୁକାବିଲାରେ ପରାସ୍ତ କରିଛନ୍ତି। ବିଜୟ ପରେ ନିଜ ଗୃହ ରାଜ୍ୟ ଡେୟାବେୟରର ବିଲମିଙ୍ଗଟନରେ ଲୋକଙ୍କୁ ସମ୍ବର୍ଦ୍ଧନା ଦେଇ ଜୋ ବାଇଡେନ ଏହି ବିଜୟକୁ ଐତିହାସିକ କହିଛନ୍ତି। ସେ କହିଛନ୍ତି କି ୭.୪ କୋଟି ଆମେରିକା ବାସୀ ମୋତେ ଭୋଟ ଦେଇଛନ୍ତି।

କମଲା ହୈରିସ ସୃଷ୍ଟିକଲେ ଇତିହାସ:
ଏହା ସହିତ ଭାରତୀୟ ମାଟିର କମଲା ହୈରିସ ଆମେରିକାର ପ୍ରଥମ ମହିଳା , ପ୍ରଥମ ଅଶ୍ୱେତ ଓ ପ୍ରଥମ ଦକ୍ଷୀଣ ଏସିଆଇ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।ଦୁନିଆ ସାରାର ଅଶ୍ୱେତ ଓ ଦକ୍ଷୀଣ ଏସିୟୀ ମହିଳା ମାନେ ସୋସିଆଲ ମିଡିଆରେ କମଲା ହୈରିସଙ୍କୁ ଏହି ଐତିହାସିକ ବିଜୟ ପାଇଁ ପ୍ରତିକ୍ରିୟା ଦେଉଛନ୍ତି। କଙ୍ଗନା ରଣୱାତ ମଧ୍ୟ ଜଣେ ମହିଳା ଏତେ ବଡ଼ ପଦବୀରେ ପହଁଚିବାକୁ ଐତିହାସିକ ବୋଲି କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।