କୋର୍ଟ ନିର୍ଦ୍ଦେଶ ଦେଲେ ଯେ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରାଯାଉ । ଜାଣନ୍ତୁ ସମ୍ପୂର୍ଣ ଖବର ।

Kangana Ranaut, Bollywood, Court, Nitidina

ଏବେ ଚିନ୍ତା ବଢିଯାଇଛି କଙ୍ଗନାଙ୍କର। କୋର୍ଟ ତାଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରିବାକୁ କହିଦେଇଛନ୍ତି। ଏହାର କାରଣ ହେଉଛି ସେ କରିଥିବା ଟ୍ୱିଟ ଯାହାକି କୃଷି ବିଲ ପାଇଁ ଆନ୍ଦୋଳନ କରୁଥିବା କୃଷକମାନଙ୍କ ବିରୁଦ୍ଧରେ ଥିଲା।

ଜଣେ ଆଇନଜୀବୀ କଙ୍ଗନାଙ୍କ ଟ୍ୱିଟ ପାଇଁ ତାଙ୍କ ବିରୁଦ୍ଧରେ କେରଳର ଟୁମକୁର କୋର୍ଟରେ କେସ କରିଛନ୍ତି। କ୍ୟାଥସାନ୍ଦ୍ର ପୁଲିସ ଷ୍ଟେସନର ଇଂସିପେକ୍ଟରଙ୍କୁ ଏଫ ଆଇ ଆର ରଜୁ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଅଭିଯୋଗ ପତ୍ରର ନକଲ ମଧ୍ୟ ତାଙ୍କୁ ଦେଇଛନ୍ତି।ଅଭିଯୋଗକାରୀ ଓକିଲ ଏଲ ରମେଶ ନାଇକ ମିଡ଼ିଆକୁ ସୂଚନା ଦେଇଛନ୍ତି କି କୋର୍ଟ କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରିଛନ୍ତି।

Show me where I demeaned farmers', asks Kangana as NSUI Punjab burns her  effigies- The New Indian Express

କଙ୍ଗନା ନିଜ ଟ୍ୱିଟ ଜରିଆରେ ସେହି ଲୋକମାନଙ୍କୁ “ଆତଙ୍କବାଦୀ” ବୋଲି କହିଛନ୍ତି ଯେଉଁ ଲୋକମାନେ କୃଷି ବିଲ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କୃଷକ ମାନଙ୍କୁ ପ୍ରେରଣା ଦେଉଛନ୍ତି।

କଙ୍ଗନା ନିଜ ଟ୍ୱିଟ ଜରିଆରେ କହିଛନ୍ତି କି, “ପ୍ରଧାନମନ୍ତ୍ରୀ ଜି,ଯିଏ ଶୋଇବାର ଓ ଅବୁଝା ହେବାର ଅଭିନୟ କରେ ତାଙ୍କୁ ବୁଝାଇବା ବ୍ୟର୍ଥ ଅଟେ ହେଲେ ଯିଏ ସତରେ ଶୋଇଛି ତାକୁ ଉଠାଯାଇପାରେ ଓ ଭଲ ବୁଝାମଣା ଥିଲେ ତାଙ୍କୁ ବୁଝାମଧ୍ୟ ଯାଇପାରେ। ଏହି ଆତଙ୍କବାଦୀମାନେ ରକ୍ତର ନଦୀ ବୁହାଇଦେଲେ କିନ୍ତୁ ସିଏଏରେ ଏମାନଙ୍କ ନାଗରିକତା ଯାଇନାହିଁ। “ଏହା ଏମଏସପିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟୁଇଟରେ କଙ୍ଗନାଙ୍କ ପ୍ରତିକ୍ରିୟା ଥିଲା।

Court Order
Google

କଙ୍ଗନା ଲଗାତାର ଭାବେ ଟ୍ୱିଟ କରି ସେମାନଙ୍କୁ କଡା ନିନ୍ଦା ଓ ଆତଙ୍କବାଦୀ ସହ ତୁଳନା କରୁଛନ୍ତି ଯେଉଁମାନେ ଏହି କୃଷି ବିଲ ବିଭୋକ୍ଷକାରୀଙ୍କୁ ଉସକାଉଛନ୍ତି।

କଙ୍ଗନାଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୪,୧୦୮,୧୫୩,୧୫୩(କ),୫୦୪ମାମଲା ରଜୁ ହୋଇଛି।ଯାହା ସେ ୨୦ସେପ୍ଟେମ୍ବରରରେ କରିଥିବା ଟ୍ୱିଟ ପାଇଁ ଉଦ୍ଦିଷ୍ଟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *