କଙ୍ଗନା ରଣୱାତ କହିଲେ- ମୁଁ ମୋର ସବୁ ଆୱାର୍ଡ଼ ଫେରେଇଦେବି, ଏହା ଗୋଟେ କ୍ଷତ୍ରିୟର ବଚନ । ଜାଣନ୍ତୁ ପୂରା ଘଟଣା ।

Kangana Ranaut said I will return all my awards it's the promise of a Kshatriya, Nitidina

ନିଜ ଆଲୋଚନାକୁ ନେଇ କଙ୍ଗନା ରଣୱାତ ଟୁଇଟ କରି କହିଛନ୍ତି କି .. ଯଦି ମୁଁ ଗୋଟିଏ ବି ଭୁଲ କିମ୍ଭା ମିଛ ଦୋଷ ଲଗେଇଥିବି,ତେବେ ମୁଁ ମୋର ସମସ୍ତ ପୁରସ୍କାର ଫେରେଇଦେବି।

ନୂଆ ଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ ଙ୍କ ମୃତ୍ୟ ମାମଲାରେ ମର୍ଡର ଥିଓରୀ ଅମାନ୍ୟ ହେବା ପରେ ଅଭିନେତ୍ରୀ କଙ୍ଗନା ରଣୱାତ ଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଅଛି।ଆଜି ଦିନସାରା #କଙ୍ଗନାପୁରସ୍କାରଫେରାନ୍ତୁ ଟ୍ରେଣ୍ଡ ରେ ରହିଥିଲା।ଏବେ କଙ୍ଗନା ନିଜ ସମାଲୋଚକଙ୍କୁ ଉତ୍ତର ଦେଇଛନ୍ତି।

Kangana Ranaut said I will return all my awards it's the promise of a Kshatriya
Google

ସେ #କଙ୍ଗନାପୁରସ୍କାରଫେରାନ୍ତୁ ସହ ଟୁଇଟ କରି କହିଛନ୍ତି କି, “ଏହା ମୋର ଇଣ୍ଟରଭିୟୁ ଯଦି ସ୍ମୃତି ଶକ୍ତି ଦୁର୍ବଳ ଅଛି ତ ପୁଣି ଦେଖନ୍ତୁ ,ଯଦି ମୁଁ ଗୋଟିଏ ବି ମିଛ ବା ଭୁଲ ଦୋଷ ଲଗାଇଥିବି,ତେବେ ମୁଁ ନିଜର ସମସ୍ତ ପୁରସ୍କାର ଫେରାଇଦେବି,ଏହା ଏକ କ୍ଷତ୍ରିୟ ର ବଚନ,ମୁଁ ରାମ ଭକ୍ତ ଅଟେ,ପ୍ରାଣ ଯିବ କିନ୍ତୁ ବଚନ ଯିବନି,ଜୟ ଶ୍ରୀ ରାମ।”

ଘଟଣା କଣ?:

କହିଦେଉଛୁ କି କଙ୍ଗନା ରଣୱାତ ଏକ ଇଣ୍ଟରଭିୟୁ ରେ ସୁଶାନ୍ତ ସିଂହ ରାଜପୁତ୍ ଙ୍କ ଆତ୍ମହତ୍ୟା କୁ ହତ୍ୟା ବୋଲି କହିଥିଲେ।ସେ କହିଥିଲେ କି ଯଦି ତାଙ୍କର ଗୋଟିଏ ବି ଦାବି ମିଛ ହୋଇଥିବ ତେବେ ସେ ନିଜର ପଦ୍ମଶ୍ରୀ ପୁରସ୍କାର ଫେରାଇଦେବେ।

ଏମ୍ସ ର ଫରେନ୍ସି ବିଭାଗ ର ଅଧ୍ୟକ୍ଷ ଗୁପ୍ତା ଶନିବାର କହିଥିଲେ କି ମେଡିକାଲ ବୋର୍ଡ ରାଜପୁତ ଙ୍କର ମୃତ୍ୟୁ ମାମଲା ରେ ହତ୍ୟା ର ସମ୍ଭାବନା କୁ ଅମାନ୍ୟ କରିଛନ୍ତି ଓ ଏହାକୁ ” ଝୁଲିକରି କରାଯାଇଥିବା ଆତ୍ମହତ୍ୟା ” କହିଛନ୍ତି। କିଛି ମିଡ଼ିଆ ରିପୋର୍ଟ ରେ ସିବିଆଇ ସୂତ୍ର ରୁ କୁହାଯାଇଛି କି ଯାଞ୍ଚ କାରୀମାନେ ମଧ୍ୟ ହତ୍ୟା ର ଦାବି କୁ ଅମାନ୍ୟ କରୁଛନ୍ତି।

Kangana Ranaut said I will return all my awards it's the promise of a Kshatriya
Google

ଏହି ଖବର ପରେ ଟୁଇଟ ରେ #କଙ୍ଗନାପୁରସ୍କାରଫେରାନ୍ତୁ ଚର୍ଚ୍ଚିତ ହୋଇଥିଲା।ଅଭିନେତ୍ରୀ ସ୍ୱରା ଭାସ୍କର କଙ୍ଗନା ଙ୍କ ଉପରେ ଆରୋପ ଲଗେଇ କହିଛନ୍ତି କି , ” ଏବେ ତ ସିବିଆଇ ଏବଂ ଏମ୍ସ ଦୁହେଁ ହିଁ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି କି ସୁଶାନ୍ତ ସିଂହ ରାଜପୁତ ଙ୍କର ମୃତ୍ୟୁ ଏକ ଆତ୍ମହତ୍ୟା ଥିଲା..କିଛି ଲୋକ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପୁରସ୍କାର କୁ ଫେରେଇବା କଥା କହୁଥିଲେ ନା ?”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *