ବର୍ତ୍ତମାନ ସମୟରେ ନିଜ ଟ୍ୱିଟ ପାଇଁ କଙ୍ଗନା ରନାଉତ ଖୁବ ଚର୍ଚ୍ଚାରେ। ବର୍ତ୍ତମାନ କଙ୍ଗନାଙ୍କ ଏମିତି ଏକ ଟ୍ୱିଟ ସାମ୍ନାକୁ ଆସିଛି ଯାହାଦ୍ଵାରା ତାଙ୍କ ବିପକ୍ଷଙ୍କୁ ଚିନ୍ତାରେ ପକାଇଦେଇଛି। ସେହିପରି ନିକଟରେ କଙ୍ଗନାଙ୍କ ଦ୍ଵାରା ସେୟାର କରାଯାଇଥିବା ଏକ ଟ୍ୱିଟ ବହୁତ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି କି ଯେଉଁ ଲୋକଙ୍କୁ ଲାଗୁଛି କି ହିନ୍ଦୀ ଚଳଚିତ୍ର ଇଣ୍ଡରଷ୍ଟ୍ରି ଶୀର୍ଷରେ ଅଛି,ତ ଏମିତି ବିଲକୁଲ ନୁହେଁ।
କଙ୍ଗନା କଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା:-
ସେମିତିରେ କଙ୍ଗନା କାହାର କାମରେ ଅତେ ଜଲଦି ଖୁସି ହୁଅନ୍ତି ନାହିଁ। ହେଲେ ଏଥର କଙ୍ଗନା ରଣୱାତ ଇଉପି(UP) ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନୋଏଡାରେ ଚଳଚିତ୍ର ସିଟି ତିଆରି କରିବାର ବୟାନରେ ବହୁତ ଖୁସି ଅଛନ୍ତି। ଆଉ ତାଙ୍କର ଏହି ନିଷ୍ପତ୍ତିକୁ ପ୍ରଶଂସା ମଧ୍ୟ କରିଛନ୍ତି।

କଙ୍ଗନା ରଣୱାତ ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି:-
“ମୁଁ ଏହି ଘୋଷଣାର ପ୍ରଶଂସା କରୁଛି,ଯୋଗୀ ଆଦିତ୍ୟନାଥ।ଆମକୁ ଚଳଚିତ୍ର ଉଦ୍ୟୋଗରେ ବହୁତ ସୁଧାର ଆଣିବାର ଆବଶ୍ୟକତା ରହିଛି। ସବୁଠାରୁ ପ୍ରଥମେ ଆମକୁ ଏକ ବଡ ଚଳଚିତ୍ର ଉଦ୍ୟୋଗର ଆବଶ୍ୟକତା ରହିଛି। ଯାହାକୁ ଭାରତର ଚଳଚିତ୍ର ଉଦ୍ୟୋଗ କୁହାଯାଉଛି,ଯାହାଦ୍ଵାରା ଆମେ ଅନେକ କାରକର ଆଧାରରେ ବିଭାଜିତ କରୁ, ହଲିଉଡ଼ ଚଳଚିତ୍ରକୁ ଏହାର ଲାଭ ମିଳିଥାଏ।ଗୋଟିଏ ଉଦ୍ୟୋଗ ହେଲେ କେତେ ଚଳଚିତ୍ର ସିଟି।”
People’s perception that top film industry in India is Hindi film Industry is wrong. Telugu film industry has ascended itself to the top position and now catering films to pan India in multiple languages, many hindi films being shot in Ramoji Hydrabad 1/2 https://t.co/zB6wkJg1zX
— Kangana Ranaut (@KanganaTeam) September 19, 2020
ଲୋକଙ୍କ ଧାରଣାକୁ କହିଲେ ଭୁଲ:-
ନିଜ ଟ୍ୱିଟ ଜରିଆରେ କଙ୍ଗନା ଲେଖିଛନ୍ତି କି:- “ଲୋକମାନଙ୍କ ଧାରଣା ଅଛି କି ଭାରତର ଶୀର୍ଷ ଚଳଚିତ୍ର ଇଣ୍ଡଷ୍ଟ୍ରି ହିନ୍ଦୀ ଚଳଚିତ୍ର ଇଣ୍ଡଷ୍ଟ୍ରି ଯାହା କି ଭୁଲ ଅଟେ। ତେଲଗୁ ଚଳଚିତ୍ର ଇଣ୍ଡଷ୍ଟ୍ରି ନିଜକୁ ଶୀର୍ଷକୁ ନେଇଗଲାଣି ଓ ଭାରତରେ କେତେକ ଭାଷାରେ ଚଳଚିତ୍ର ହେଉଛି। କେତେକ ହିନ୍ଦୀ ଚଳଚିତ୍ରର ସୁଟିଂ ରାମୋଜି ହାଇଦ୍ରାବାଦରେ ହେଉଛି।
୮ ଜଣ ଆତଙ୍କି ପାଇଁ ଇଣ୍ଡଷ୍ଟ୍ରିକୁ ବିପଦ:-
କଙ୍ଗନା ବଲିଉଡର ଆଠ ଜଣ ଆତଙ୍କିଙ୍କ ବିଷୟରେ ଚର୍ଚ୍ଚା କରିଛନ୍ତି। ଏହି ୮ ଆତଙ୍କ କରୁଥିବା ଲୋକଙ୍କ ନାମ ନେଇ କହିଛନ୍ତି ଭାଇ-ଭତିଜାବାଦ ଆତଙ୍କବାଦ,ଡ୍ରଗ୍ସ ମାଫିଆ ଆତଙ୍କବାଦ,ଲିଙ୍ଗଭେଦ ଆତଙ୍କବାଦ,ଧାର୍ମିକ ଓ କ୍ଷେତ୍ରିୟ ଆତଙ୍କବାଦ,ବିଦେଶୀ ଚଳଚିତ୍ରର ଆତଙ୍କବାଦ,ପାଇରେସି ଆତଙ୍କବାଦ,କୃଷକଙ୍କ ଶୋଷଣ ଆତଙ୍କବାଦ,ପ୍ରତିଭାର ଶୋଷଣର ଆତଙ୍କବାଦ”। କଙ୍ଗନା କହିଛନ୍ତି କି ଏହି ୮ ଆତଙ୍କବାଦୀଙ୍କ ଠାରୁ ଆମକୁ ବଲିଉଡ଼କୁ ବଞ୍ଚେଇବାର ଅଛି।