ବଲିଉଡ ଆକ୍ଟର ହିତ୍ରିକ ରୋଶନଙ୍କ ଇଣ୍ଟରନେଟ ଷ୍ଟକ ମାମଲାକୁ ମୁମ୍ବାଇ ପୋଲିସ କ୍ରାଇମ ଇଂନଟେଲିଜେନ୍ସ ୟୁନିଟିକୁ ବଦଳି କରାଇଦେଲା। ଅଭିନେତା ବର୍ଷ ୨୦୧୬ ରୁ ୨୦୧୭ରେ ମୁମ୍ବାଇ ପୋଲିସର ସାଇବର ସେଲରେ ଅଭିଯୋଗ ଦାଖଲ କରାଇଥିଲେ କି ୨୦୧୬ରେ ବେଆଇନ ଭାବରେ ଇଣ୍ଟରନେଟ ଜରିଆରେ ତାଙ୍କ ଉପରେ ଲକ୍ଷ ରଖାଯାଇଥିଲା କୌଣସି ଅଜଣାଙ୍କ ଦ୍ଵାରା ପିଛା କରାଯାଇଥିଲା।

ପୋଲିସ କମିଶନରଙ୍କୁ ଲେଖିଥିବା ପତ୍ର:
ମୁମ୍ବାଇ ପୋଲିସ ଆୟତରୁ ହିତ୍ରିକ ରୋଶନଙ୍କ ଓକିଲ ମହେଶ ଜେଠମଲାନୀ ଏହି କେଶକୁ ବଦଳିର ପ୍ରାର୍ଥନା କରିଥିଲେ ଯାହାପରେ ଏହା ବଦଳ କରିଦିଆଗଲା। ମିଡ଼ିଆ ରିପୋର୍ଟ ଅନୁସାରେ ହିତ୍ରିକ ରୋଶନଙ୍କ ଓକିଲ ମାମଲାକୁ ବଦଳି କରାଇବା ପାଇଁ ମୁମ୍ବାଇ ପୋଲିସ କମିଶନରଙ୍କୁ ପତ୍ର ଲେଖିଥିଲେ,ଯାହାପରେ ଏହି ଫଇସଲା ନିଆଗଲା ଓ ମାମଲା ବଦଳି କରାଗଲା।
ହିତ୍ରିକ ରୋଶନଙ୍କୁ ୧୦୦ରୁ ଅଧିକ ପଠାଯାଇଥିଲା ମେଲ:
କମିଶନରଙ୍କୁ ଏହି ପତ୍ରରେ ମହେଶ ଜେଠମଲାନୀ ଲେଖିଛନ୍ତି କି ବର୍ଷ ୨୦୧୩ ଓ ୨୦୧୪ରେ ବେଆଇନ ଭାବରେ ଅଭିନେତ୍ରୀ କଙ୍ଗନା ରଣୱାତଙ୍କ ଇମେଲ ଆଇଡ଼ରୁ କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ଵାରା ହିର୍ତିକ ରୋଶନଙ୍କୁ ୧୦୦ରୁ ବି ଅଧିକ ପଠାଯାଇଥିବା ମେଲର ମାମଲାରେ ସାଇବର ସେଲର ତରଫରୁ ସନ୍ତୁଷ୍ଟି ପ୍ରକାଶ ହୋଇନାହିଁ। ଏଥିପାଇଁ ଏହି କେଶକୁ କ୍ରାଇମ ଇଂନଟେଲିଜେନ୍ସ ୟୁନିଟିକୁ ବଦଳି କରିଦେବା ଉଚିତ। ସେ ଏହା ମଧ୍ୟ କହିଲେ କି ଅଭିନେତା ଏହି ପ୍ରସଙ୍ଗରେ ସାହାଯ୍ୟ କରୁଛନ୍ତି ଓ ନିଜର ସବୁ ପ୍ରକାର ବୈଦୁତିକ ଯନ୍ତ୍ର ଜମା କରିଛନ୍ତି।

କଙ୍ଗନାଙ୍କ ଜବାବ:
କଙ୍ଗନାଙ୍କୁ ଯେବେ ଏହି ପୁରା ମାମଲାର ସୂଚନା ମିଳିଲା ତେବେ ବଲିଉଡ଼ ରାଣୀ ଭଡକି ଉଠିଲେ। କଙ୍ଗନା ରଣୱାତ ନିଜ ପ୍ରତିକ୍ରିୟା ଦେଇ ଟ୍ୱିଟ କଲେ,’ଆର ଦୁଃଖଭରା କାହାଣୀ ପୁଣି ଆରମ୍ଭ ହୋଇଗଲା, ଆମର ବ୍ରେକଅପ ଓ ତାର ଛାଡ଼ପତ୍ରକୁ କେତେ ବର୍ଷ ବିତିଗଲାଣି, କିନ୍ତୁ ସେ ଆଗକୁ ଯିବାକୁ ଇଚ୍ଛା କରୁନାହାନ୍ତି। ଅନ୍ୟ କୌଣସି ମହିଳାଙ୍କୁ ଡେଟ କରିବାକୁ ମଧ୍ୟ ମନା କରୁଛନ୍ତି। ଯେବେ ମୁଁ ନିଜ ଜୀବନରେ କିଛି ଆଶା ପାଇବାକୁ ସାହାସ ଏକାଠି କରୁଛି ତେବେ ସେ ପୁଣି ସେହି ନାଟକ ଆରମ୍ଭ କରିଦେଉଛି। କେଉଁ ପର୍ଯ୍ୟନ୍ତ କାନ୍ଦିବ ଏକ ଛୋଟ ସମ୍ପର୍କ ପାଇଁ?’
His sob story starts again, so many years since our break up and his divorce but he refuses to move on, refuses to date any woman, just when I gather courage to find some hope in my personal life he starts the same drama again, @iHrithik kab tak royega ek chote se affair keliye? https://t.co/qh6pYkpsIP
— Kangana Ranaut (@KanganaTeam) December 14, 2020
କଙ୍ଗନା ଓ ହିତ୍ରିକ ରୋଶନଙ୍କ ସମ୍ପର୍କ:
କଙ୍ଗନା ଓ ହିତ୍ରିକ ରୋଶନ କ୍ରିସ ୩ ଓ କାଇଟସ୍ ଦୁଇଟି ଫିଲ୍ମରେ କାମ କରିଛନ୍ତି। କାଇଟସ୍ ଚଳଚିତ୍ର ପରେ ହିଁ ଏହି ଦୁହିଁଙ୍କ ମଧ୍ୟରେ ସମ୍ପର୍କକୁ ନେଇ କେତେ କଥା ଉଡିଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କର ଚର୍ଚ୍ଚା ନିଜେ କଙ୍ଗନା ରଣୱାତ କରିଥିଲେ। ହିତ୍ରିକ ରୋଶନଙ୍କ ସହ ବ୍ରେକଅପ ହେବାପରେ ମଧ୍ୟ କଙ୍ଗନା ନିଜେ ନିଜର ପ୍ରେମ କାହାଣୀର ବାଜା ବଜାଇଥିଲେ।

କଙ୍ଗନା କେତେକ ଇଣ୍ଟରଭିଉରେ ହିର୍ତିକ ରୋଶନଙ୍କୁ ନେଇ କେତେ ପ୍ରକାରର କଥା ମଧ୍ୟ କହିଥିଲେ। ତେବେ ଦ୍ୱିତୀୟ ପଟରେ ହିତ୍ରିକ ରୋଶନ ମଧ୍ୟ କଙ୍ଗନାଙ୍କ ଉପରେ କେତେ ପ୍ରକାରର ଅଭିଯୋଗ ଲଗାଇଲେ ଏତିକି ହିଁ ନୁହେଁ ସେ ଏହା ମଧ୍ୟ କହିଥିଲେକି କଙ୍ଗନାଙ୍କ ଇମେଲ ଆଇଡିରୁ ୨୦୧୩ ଓ ୨୦୧୪ରେ ତାଙ୍କୁ ଇମେଲ ମିଳିଥିଲା।
ସେହି ସମୟରେ ଏହା ମଧ୍ୟ ମନେହେଉଥିଲା କି କଙ୍ଗନା ଓ ହିତ୍ରିକଙ୍କର ଅନ୍ତରତା ହେଉଛି ହିତ୍ରିକ ଓ ସୁଜେନଙ୍କ ଛାଡପତ୍ରର କାରଣ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।