ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଜଗତରେ ନେପୋଟିଯିମ ମାମଲା ସର୍ଵ ପ୍ରଥମେ କଙ୍ଗନା ରଣୱାତ ଉଠାଇଥିଲେ। କଙ୍ଗନା ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଯେଉଁ ସଂଗ୍ରାମ କରୁଛନ୍ତି ସେଥିରେ ପୁରା ଦେଶ ତାଙ୍କୁ ସମର୍ଥନ ଦେଇଛି । ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ କଙ୍ଗନା ଚୁପ ନବସି ନିଜ ସହ ହୋଇଥିବା ଘଟଣା କହିଛନ୍ତି । ଏହା ଭିତରେ ସଞ୍ଜୟ ରାଵତ କଙ୍ଗନାଙ୍କୁ ମୁମ୍ବାଇ ନଆସିବା ପାଇଁ ଧମକ ଦେଇଛନ୍ତି । ଯାହାର ଜବାବରେ କଙ୍ଗନା ୯ ସେପ୍ଟେମ୍ବରକୁ ମୁମ୍ବାଇ ଆସିକି ଦେଖାଇଲେ । ଯାହା ପରେ ନିଜର ରାଗ ସୁଝାଇବା ପାଇଁ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଅଫିସକୁ ବିଏମସିକୁ ନୋଟିସ ଦେଇ ଭାଙ୍ଗିଦେଲେ । ଆସନ୍ତୁ ଆଜି ଆମେ କଙ୍ଗନାଙ୍କ ମନାଲିରେ ଥିବା ଘର ବିଷୟରେ ଜାଣିବା ।

ପାହାଡ଼ ମଝିରେ ଥିବା ତାଙ୍କ ଘରୁ ପାହାଡ଼ର ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖି ହେବ:
ବିଶ୍ୱ ମହାମାରି କରୋନା ସମୟରେ ହୋଇଥିବା ଲକଡାଉନ ସମୟରେ କଙ୍ଗନା ନିଜ ମନାଲି ଘରେ ଥିଲେ । ମନାଲିରେ କଙ୍ଗନାଙ୍କ ଆଲିସାନ ଘର ଅଛି । କଙ୍ଗନା ନିଜ ଟ୍ୱିଟର ଆକାଉଣ୍ଟରେ ସେହି ଘରର କିଛି ଫଟୋ ପୋଷ୍ଟ କରିଛନ୍ତି । ପାହାଡ଼ ମଝିରେ ଥିବା ତାଙ୍କ ଘର ରହି ପାହାଡ଼ର ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିହେବ । ଏହି ଘରେ ୮ ଟି ବେଡ଼ରୁମ ଅଛି । କଙ୍ଗନା ଏହି ଘରର ଷ୍ଟାଇଲ ଦୁବାଇ ଷ୍ଟାଇଲ ଭଳି କରିଛନ୍ତି ।

୨୦୧୮ ରେ କରିଥିଲେ ଗୃହ ପ୍ରବେଶ:
କଙ୍ଗନାଙ୍କ ବେଡ଼ରୁମ ସଂପୂର୍ଣ୍ଣ ଆଧୁନିକ ଦେଖାଯାଉଛି । ତାଙ୍କ ରୁମରେ ଆର୍ମ ଚେୟାର ଓ ଜୟପୁର ରମସ କାର୍ପେଟ ରଖାଯାଇଛି । ଘରର କବାଟରେ ସୁନ୍ଦର ଚିତ୍ର ସ୍ଥାପିତ ହୋଇଛି । ଘରର ସଜାଇବା ପାଇଁ ଦେଶର ଅନେକ ରାଜ୍ୟର ଆକର୍ଷଣୀୟ ଜିନିଷ ବ୍ୟବହାର କରାଯାଇଛି ।

ବର୍ଷ ୨୦୧୮ ରେ କଙ୍ଗନା ମନାଲିର ଏହି ଆଲିଶାନ ଘରେ ଗୃହ ପ୍ରବେଶ କରିଥିଲେ । କଙ୍ଗନାଙ୍କ ଏହି ଆଲିଶାନ ଘରେ ଅତ୍ୟାଧିନିକ ଯିମ ମଧ୍ୟ ଅଛି । ସେ ନିଜ ଏହି ବଙ୍ଗଳାରେ ଯୋଗ ରୁମ ମଧ୍ୟ କରିଛନ୍ତି । ଛାତରେ ଟପ୍ ଗ୍ଲାସ ରୁଫ ଲଗାଯାଇଛି, ଯାହା ଅତ୍ୟନ୍ତ ଆକର୍ଷଣୀୟ ଅଟେ ।
ମନାଲିରେ ଘର କରିବା କଙ୍ଗନାଙ୍କ ଏକ ସ୍ୱପ୍ନ ଥିଲା:
କଙ୍ଗନାଙ୍କ ଇଚ୍ଛା ଥିଲାକି ସେ ନିଜ ଜନ୍ମ ଭୂମିରେ ଏକ ଘର ତିଆରି କରିବେ । ଯେବେ କଙ୍ଗନାଙ୍କ ଫିଲ୍ମ “କୁଇନ” ରିଲିଜ ହେଲା ଓ ହିଟ ହୋଇଗଲା ସେବେ କଙ୍ଗନା ମନାଲିରେ ୧୦ କୋଟିର ଜାଗା କିଣିଲେ ଓ ୩୦ କୋଟିର ଘର ତିଆରି କଲେ । ଯାହା ପାଇଁ ସେ ଅଲଗା ଅଲଗା ସ୍ଥାନରୁ ଜିନିଷ ଆଣିଥିଲେ । ତାଙ୍କ ଏହି ଆଲିଶାନ ଘର ବାସ୍ତବରେ ଦେଖିବା ପାଇଁ ବହୁତ ଆକର୍ଷଣୀୟ ଅଟେ । ଏହି ଘରର କିଛି ଫଟୋ କଙ୍ଗନା ସେୟାର କରିଛନ୍ତି ଯାହା ଅତ୍ୟନ୍ତ ସୁନ୍ଦର ଅଟେ ଏବଂ ଏହା ସମସ୍ତଙ୍କ ମନକୁ ମୋହିତ କରିଦେବା ଭଳି ଅଟେ । ଏହି ଘରେ ରହି ପାହାଡ଼ର ସୌନ୍ଦର୍ଯ୍ୟ ଦେଖି ହେବ ଯାହା ବହୁତ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଟେ । ଏହି ଘର କରିବା କଙ୍ଗନାଙ୍କ ଏକ ସ୍ୱପ୍ନ ଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।