ଭାରତୀୟ କ୍ରିକେଟର ମହାନାୟକ କପିଲ ଦେବଙ୍କୁ ହାର୍ଟଆର୍ଟକ ଆସିବା ପରେ ସେ ଦିଲ୍ଲୀ ସ୍ଥିତ ଫୋଟିସ ଏକ୍ସଟ୍ରସ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଛି। ଏଠାରେ ଡାକ୍ତର ଅତୁଲ ମାଥୁର କପିଲଙ୍କର ଦେଖା ଶୁଣା କରୁଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ବୋଲି କୁହାଯାଉଛି। ଡାକ୍ତର ଅତୁଲଙ୍କ କହିବା କଥା କି କ୍ରିକେଟର କପିଲ ଦେବଙ୍କୁ ମାଇନର ହାର୍ଟଆର୍ଟକ ଆସିଥିଲା। ଏହା ପରେ ଏନଜିଓପ୍ଲସ୍ତି ହୋଇଗଲା। ଯେତେବେଳେ କପିଲ ଦେବଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କୁହାଗଲା ସେତେବେଳେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ସ୍ୱାସ୍ଥ୍ୟ ଭଲ ପାଇଁ ପ୍ରାର୍ଥନା କରିଥିଲେ।

ପୂର୍ବ ଭାରତୀୟ କ୍ରିକେଟର ତଥା ଭଲ ଅଲରାଉଣ୍ଡର କପିଲ ଦେବ ଭଲ କମେଟ୍ରି ମଧ୍ୟ କରନ୍ତି। ସେ ଭାରତ ପାଇଁ ୧୯୮୩ ବିଶ୍ୱକପ ଜିତାଇଥିଲେ। ୧୩୧ ଟେଷ୍ଟ ମ୍ୟାଚ ଖେଳିଥିବା କପିଲ ଜଣେ ହିଁ ଅଲରାଉଣ୍ଡର ଅଟନ୍ତି। ଯିଏ ୪୦୦ ୱିକେଟ ନେବା ସହିତ ୪୦୦୦ ରନ କରିଥିଲେ।
ସେ ନିଜ ଆନ୍ତର୍ଜାତିକ ଖେଳରେ ୧୩୧ ଟି ଟେଷ୍ଟ ଏବଂ ୨୨୫ଟି ଦିନିକିଆ ମ୍ୟାଚ ଖେଲିଛନ୍ତି। ଟେଷ୍ଟରେ ୫୨୪୮ ରନ ସହିତ ୪୩୪ ୱିକେଟ ଏବଂ ଦିନିକିଆରେ ୩୭୮୩ ରନ ସହିତ ୨୫୩ ୱିକେଟ ନେଇଛନ୍ତି। ସେ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ। ଯାହା ଫରିଦାବାଦରେ ବର୍ଷ ୧୯୯୪ରେ ଖେଳାଯାଇଥିଲା।

ସେ ୧୯୯୯ ରେ ଭାରତୀୟ ଦଳର କୋଚ ହୋଇଥିଲେ। ସେ ୨୦୦୫ ରେ ଖୁସି ନାମକ ରାଷ୍ଟ୍ରୀୟ ସରକାରୀ ସଙ୍ଗଠନ ସ୍ଥାପନା କରିଥିଲେ। ସେ ଏବେ ସେହି ସଙ୍ଗଠନର ଅଧ୍ୟକ୍ଷ ଅଟନ୍ତି। ଖୁସି ଦିଲ୍ଲୀରେ ବିଶେଷଧିକୃତ ପିଲାମାନଙ୍କ ପାଇଁ ତିନୋଟି ବିଦ୍ୟାଳୟ ଚଳାନ୍ତି। ୨୪ ସେପ୍ଟେମ୍ବର ୨୦୦୮ ଦିନ କପିଲ ଦେବ ଭାରତୀୟ ପ୍ରାଦେଶିକ ସେନାରେ ଭାଗ ନେଇଥିଲେ ଏବଂ ତାଙ୍କୁ ଲେଫ୍ଟନେଣ୍ଟ କର୍ଣଲ ରୂପରେ ବଛା ଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।