ଏହି ଦିନରେ କପିଲ ଦେବ ୯ ୱିକେଟ ନେଇ ଭାଙ୍ଗିଥିଲେ ୱେଷ୍ଟଇଂଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଅଣ୍ଟା, ରେକର୍ଡ ଆଜିବି ସେହିପରି ରହିଛି ।

Kapil Dev On This Day this record was maintained even after 37 years, Cricket, Nitidina

କପିଲ ଦେବ ନିଜ ଟେଷ୍ଟ କ୍ୟାରିଅରରେ ୧୩୪ ମ୍ୟାଚ ଖେଳି ୪୩୪ ୱିକେଟ ନେଇଛନ୍ତି। ସେ ଏକ ମାତ୍ର ଖେଳାଳି ଅଟନ୍ତି ଯିଏକି ଟେଷ୍ଟ ମ୍ୟାଚରେ ୫୦୦୦ ରନ କରିବା ସହ ୪୦୦ ରୁ ଅଧିକ ୱିକେଟ ନେଇଛନ୍ତି।

Google

୧୯୮୩ ବର୍ଷଟି ଭାରତୀୟ ଟିମ ଓ କପିଲ ଦେବଙ୍କ ପାଇଁ ଐତିହାସିକ ରହିଥିଲା। ସେହି ବର୍ଷ ଭାରତୀୟ ଟିମ ପ୍ରଥମଥର କପିଲ ଦେବଙ୍କ ଅଧିନାୟକତ୍ୱରେ ବିଶ୍ୱକପ ଜିତିଥିଲା। ଅନ୍ୟ ପଟେ କପିଲ ଦେବ ମଧ୍ୟ ବିଶ୍ୱକପରେ ୧୭୫ ରନ କରିବା ସହ ବୋଲିଙ୍ଗରେ ମଧ୍ୟ ନିଜ ପରାକ୍ରମ ଦେଖାଇଥିଲେ। ୧୯୮୩ରେ ସେତେବେଳର ଭାରତୀୟ ଅଧିନାୟକ ୧୮ ଟି ଟେଷ୍ଟ ମ୍ୟାଚରେ ୭୨ ୱିକେଟ ନେଇଥିଲେ। ଅହମଦାବାଦ ଟେଷ୍ଟ ମ୍ୟାଚରେ ୱେଷ୍ଟଇଂଣ୍ଡିଜ ବିପକ୍ଷରେ ସେ ୧୦ ୱିକେଟ ନେବାରୁ ମାତ୍ର ୧ ୱିକେଟ ପଛରେ ରହିଗଲେ।

ଗୋଟିଏ ପାରିରେ ୯ ୱିକେଟ ନେଇଥିବା ଏକମାତ୍ର ଅଧିନାୟକ:

କପିଲ ଦେବ ପାରିରେ ୯ ୱିକେଟ ନେବାର କମାଲ ସେହି ସମୟର ସବୁଠୁ ଶକ୍ତିଶାଳୀ ଟିମ ୱେଷ୍ଟଇଂଣ୍ଡିଜ ବିପକ୍ଷରେ ଅହମଦାବାଦର ଗ୍ରାଉଣ୍ଡରେ କରିଥିଲେ। ୧୬ ନଭେମ୍ବର ୧୯୮୩ କୁ କପିଲ ଦେବ ଅହମଦାବାଦ ଟେଷ୍ଟ ମ୍ୟାଚରେ ୱେଷ୍ଟଇଂଣ୍ଡିଜର ଦ୍ୱିତୀୟ ପାରିରେ ୩୦.୩ ଓଭରରର ମାତ୍ର ୮୩ ରନ ଦେଇକି ୯ ୱିକେଟ ନେଇଥିଲେ। ସେହି ପାରିରେ ସେ କେବଳ ୱେଷ୍ଟଇଂଣ୍ଡିଜର ବ୍ୟାଟ୍ସମ୍ୟାନ ଡେସମଣ୍ଡଙ୍କ ୱିକେଟ ନେଇପାରିନଥିଲେ। କାରଣ ତାଙ୍କୁ ଭାରତର ଅନ୍ୟ ବୋଲର ବଲବିନ୍ଦର ସିଂହ ସିଧୁ ଆଉଟ କରିଥିଲେ।

ଆଜି ପର୍ଯ୍ୟନ୍ତ ୩୭ ବର୍ଷ ପରେ ମଧ୍ୟ କପିଲ ଦେବଙ୍କ ସେହି ରେକର୍ଡ ଭାଙ୍ଗିପାରିନାହିଁ। ସେ ଏକ ମାତ୍ର ଅଧିନାୟକ ବୋଲର ଯିଏକି ଗୋଟିଏ ପାରିରେ ୯ ୱିକେଟ ନେଇଛନ୍ତି।କପିଲ ଦେବ ନିଜ ଟେଷ୍ଟ କ୍ୟାରିଅରରେ ୧୩୪ ମ୍ୟାଚ ଖେଳି ୪୩୪ ୱିକେଟ ନେଇଛନ୍ତି। ସେ ଏକ ମାତ୍ର ଖେଳାଳି ଅଟନ୍ତି ଯିଏକି ଟେଷ୍ଟ ମ୍ୟାଚରେ ୫୦୦୦ ରନ କରିବା ସହ ୪୦୦ ରୁ ଅଧିକ ୱିକେଟ ନେଇଛନ୍ତି।

Google
କପିଲଙ୍କ ସୁନ୍ଦର ପ୍ରଦର୍ଶନ ପରେ ମଧ୍ୟ ହାରିଲା ଭାରତ:

କପିଲ ଦେବଙ୍କ ସେହି ଐତିହାସିକ ପାରି ପରେ ମଧ୍ୟ ଭାରତ ୧୩୮ ରନରେ ହାରିଲା। ଅହମଦାବାଦର ମୋଟରା ଷ୍ଟାଡ଼ିଅମରେ ଖେଳାଯାଇଥିବା ସେହି ମ୍ୟାଚରେ ଟଚ ଜିତି କପିଲ ଦେବ ଆଗ ଫିଲ୍ଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ।ୱେଷ୍ଟଇଂଣ୍ଡିଜ ପ୍ରଥମ ପାରିରେ ୨୮୧ ରନ କରିଥିଲା। ଏହା ପରେ ଭାରତୀୟ ଟିମ ମଧ୍ୟ ପ୍ରଥମ ପାରିରେ ମାତ୍ର ୨୪୧ ରନ ହିଁ କରିପାରିଲା। ଦ୍ୱିତୀୟ ପାରିରେ କପିଲ ଦେବ ସୁନ୍ଦର ବୋଲିଙ୍ଗ କରି ୱେଷ୍ଟଇଂଣ୍ଡିଜ କୁ ମାତ୍ର ୨୦୧ ରେ ଅଟକାଇଥିଲେ। ଜିତିବା ପାଇଁ ଭାରତକୁ ୨୪୨ ରନର ଆବଶ୍ୟକତା ଥିଲା କିନ୍ତୁ ଭାରତ ମାତ୍ର ୧୦୩ ରନରେ ଅଲଆଉଟ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *