କପିଲ ଦେବ ପୁଣି ଉଠାଇଲେ ବ୍ୟାଟ, ବିଶ୍ୱ ବିଜେତା ଅଧିନାୟକଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭାଇରଲ ଭିଡିଓ

୧୯୮୩ରେ ଭାରତକୁ ପ୍ରଥମ ଥର ବିଶ୍ୱକପ ଜିତାଇଥିବା ଅଧିନାୟକ କପିଲ ଦେବ ପୁଣି ଥରେ କ୍ରିକେଟର ରୂପରେ ଦେଖାଯାଇଛନ୍ତି। କପିଲ ଦେବ ପୁଣି ଥରେ ବ୍ୟାଟ ଧରି ହେଲମେଟ, ଗ୍ଲୋବସ, ପ୍ୟାଡ଼ ପିନ୍ଧି ପଡିଆକୁ ଓହ୍ଲାଇଥିବା ଦେଖାଯାଇଛି। ପ୍ରକୃତରେ ଗୋଟେ ଏଡ଼ ପାଇଁ କପିଲ ଦେବ ପୁଣିଥରେ କ୍ରିକେଟ ହିସାବରେ ଓହ୍ଲାଇଛନ୍ତି ନିଶାନ ଇଣ୍ଡିଆର ଏକ ଏଡ଼ରେ କପିଲ ଦେବ କ୍ରିକେଟର ରୂପରେ ଲୋକଙ୍କୁ କରୋନା ଭାଇରସରୁ ବଞ୍ଚିବାର ଉପାୟ ଲୋକଙ୍କୁ କହୁଛନ୍ତି। କରୋନାରୁ ବଞ୍ଚିବା ପାଇଁ କରୁଥିବା ଏଡ଼ରେ କପିଲ ଦେବ ଯେଉଁ ରୂପରେ ଦେଖାଯାଉଛନ୍ତି ତାହା ବାସ୍ତବରେ ବହୁତ ସୁନ୍ଦର ଅଟେ ଓ ତାଙ୍କର ସେହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେହି ଏଡ଼ରେ କପିଲ ଦେବ ଦାଢ଼ି ,ନିଶା ବଢ଼ାଇବା ସହ ଚୁଟି ବଢ଼ାଇ ପଛରେ ବାନ୍ଧିଛନ୍ତି।

Google

କପିଲ ଦେବ ଏହି ଏଡରେ କହୁଛନ୍ତିକି କିପରି ସେ ନିଜ ଜୀବନରେ ଅନେକ ବାଉଁସରର ସାମ୍ନା କରିଛନ୍ତି କିନ୍ତୁ କରୋନା ସବୁଠୁ ମାରାତ୍ମକ ଓ ସମସ୍ତେ ଏହାର ସାମ୍ନା କରୁଛନ୍ତି। କରୋନା ଏଡରେ ସେ କହୁଛନ୍ତି,”ଜୀବନରେ ଅନେକ ବାଉଁସରର ସାମ୍ନା କରିଛି କିନ୍ତୁ କରୋନା ସବୁଠୁ ମାରାତ୍ମକ ଓ ଆମେ ସମସ୍ତେ ଏହାର ସାମ୍ନା କରୁଛେ। ଯେବେ ମୁଁ ଖେଳିବାକୁ ଓହ୍ଲାଉଥାଏ ସେବେ ହେଲମେଟ ପିନ୍ଧିଥାଏ ଯାହା ଦ୍ୱାରା ବାଉଁସରରୁ ବଞ୍ଚିପାରିବି। ସେହିପରି ଏହି ମାସ୍କ ଆପଣଙ୍କୁ କ-ରୋ-ନା ଭାଇରସରୁ ବଞ୍ଚାଇବ। ମେଲମେଟ ପିନ୍ଧି ମୁଁ ପୁରା ଦେଶ ସହିତ ବଲକୁ ବାଉଣ୍ଡରି ବାହାରକୁ ମାରିଥାଏ। ଆପଣମାନେ ଏହି ମାସ୍କ ପିନ୍ଧନ୍ତୁ ଓ କରୋନା ଭାଇରସକୁ କେବଳ ଦେଶରୁ ନୁହେଁ ପୁରା ଦୁନିଆ ବାହାରକୁ ଫୋପାଡ଼ି ଦିଅନ୍ତୁ।

ଯସପାଲ ଶର୍ମାଙ୍କ ମୃ-ତ୍ୟୁ ଯୋଗୁ କପିଲ ଦେବଙ୍କୁ ଲାଗିଲା ଝଟକା:

କହିରଖିବୁକି ମଙ୍ଗଳବାରକୁ ପୂର୍ଵ କ୍ରିକେଟର ଯସପାଲ ଶର୍ମାଙ୍କ ମୃତ୍ୟୁ ଦ୍ଵାରା କପିଲ ଦେବଙ୍କୁ ବଡ଼ ଝଟକା ଲାଗିଛି। କପିଲ ଦେବ ଏହି ଦୁଃଖଦ ଖବର ଶୁଣି କାନ୍ଦିପକାଇଲେ। ଯସପାଲ ଶର୍ମା ମଧ୍ୟ ୧୯୮୩ ବିଶ୍ୱକପର ଅଂଶ ଥିଲେ ଓ ଭାରତକୁ ବିଶ୍ୱ ବିଜେତା କରିବାରେ ଏକ ବଡ଼ ଭୂମିକା ନିଭାଇଥିଲେ। କପିଲ ଦେବ ଲାଇଭ ଶୋରେ ହିଁ ଯଶପାଲ ଶର୍ମାଙ୍କୁ ମନେପକାଇ କାନ୍ଦିପକାଇଲେ। କପିଲ ଦେବ କହିଲେକି ସେ ଯଶପାଲ ଶର୍ମାଙ୍କ ମୃତ୍ୟୁକୁ ସ୍ୱୀକାର କରିପାରୁନାହାଁନ୍ତି। ସେ ଲାଇଭ ଶୋରେ କହିଛନ୍ତି,”ଆଇ ଲଭ ୟୁ ଯଶ ,,ସୁନ୍ଦର ପାରି ଖେଳିଲ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *