SRH ର ଲଗାତାର ତୃତୀୟ ପରାଜୟ ପରେ କାବ୍ୟା ମାରନଙ୍କ ଫଟୋ ଭାଇରାଲ, ଭାଙ୍ଗିଲା ଲୋକଙ୍କ ହୃଦୟ!

ଆଇପିଏଲର ନବମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଭିତରେ ଖେଳାଯାଇଛି।ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇର ବୋଲରମାନେ ଭଲ ବୋଲିଙ୍ଗ କରି ହାଇଦ୍ରାବାଦକୁ ୧୩ରନରେ ହରାଇଦେଲେ। ହାଇଦ୍ରାବାଦର ଲଗାତାର ତୃତୀୟ ପରାଜୟ ପରେ ‘ମିଷ୍ଟ୍ରି ଗାର୍ଲ’ କାବ୍ୟା ମାରନ ଟ୍ୱିଟରରେ ଟ୍ରେଣ୍ଡ କରିବାକୁ ଲାଗିଛନ୍ତି ବୋଲି ଦେଖା ଯାଇଛି।

Google

ହାଇଦ୍ରାବାଦର ପରାଜୟ ପରେ କାବ୍ୟା ମାରନ ମଧ୍ୟ ନିଜ ଇମୋସନ ଉପରେ କାବୁ ରଖିପାରିନାହାନ୍ତି। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ବହୁତ ଦୁଃଖୀ ଥିବାର ଦେଖିବାକୁ ମିଳୁଛି ଏବଂ ଏହା ହାଇଦ୍ରାବାଦ ଫ୍ୟାନସଙ୍କୁ ଦୁଃଖୀ କରୁଛି। ଫଟୋ ଭାଇରାଲ ହେଉ ହେଉ ମ୍ୟାଚ ଭିତରେହିଁ କାବ୍ୟା ମାରନ ଟ୍ୱିଟରେ ଟ୍ରେଣ୍ଡ କରିବାକୁ ଲାଗିଥିଲେ ଏବଂ ୟୁଜର୍ସ ନିଜ ମତ ଦେବା ଆରମ୍ଭ କରି ଦେଇଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି,”ମ୍ୟାଚ ହାରିଗଲେ ଚଳିବ କିନ୍ତୁ କାବ୍ୟାଙ୍କୁ ଏତେ ଉଦାସ ଦେଖି ମୋ ହାର୍ଟ ଭାଙ୍ଗିଗଲା।”

ଆଉ ଜଣେ ୟୁଜର୍ସ ଲେଖିବାର ନଜର ଆସିଛନ୍ତି କି,”ହାଇଦ୍ରାବାଦ ଯଦି ଏମିତି ହାରିବାର ଅଛି ତ କାବ୍ୟାଙ୍କୁ ଷ୍ଟାଡିୟମକୁ ଆଣନି,ଆମଦ୍ଵାରା ତାଙ୍କ ଦୁଃଖ ଦେଖାଯାଉନି।” କାବ୍ୟା ସନରାଇଜର୍ସ ହାଇଦ୍ରାବାଦର ସିଇଓ ରହିଛନ୍ତି। ଇଏ ପ୍ରଥମ ଥର ନୁହେଁ,ଏହା ପୂର୍ବରୁ ବହୁତ ଥର ତାଙ୍କୁ ହାଇଦ୍ରାବାଦ ଜର୍ସିରେ ନିଜ ଦଳର ସପୋର୍ଟ ବଢ଼େଇବା ପାଇଁ ଷ୍ଟାଡିୟମରେ ଦେଖିବାକୁ ମିଳିଛି।

Google

ଜଣେଇଦବୁ ଯେ ଶନିବାର ଦିନ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟର୍ଚ୍ଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୫ଟି ୱିକେଟରେ ୧୫୦ ରନ ବନେଇଥିଲା। ପରେ ସେ ସନରାଇଜର୍ସ ହାଇଦ୍ରାବାଦକୁ ୧୯.୪ ଓଭରରେ ୧୩୭ରନରେ ହରାଇଦେଲା। ମୁମ୍ବାଇ କରିଥିବା ୧୫୦ରନକୁ ଟକ୍କର ଦେବାକୁ ୧୫୧ରନ ଲକ୍ଷରେ ଯାଇଥିବା ମ ବେୟରଷ୍ଟୋ ୪୩ ଏବଂ ଅଧିନାୟକ ଡେବିଡ଼ ୱାରନର ୩୬ ମିଶି ଫାଷ୍ଟ ୱିକେଟ ପାଇଁ ୪୫ ବଲରେ ୬୭ ରନକରି ଦଳକୁ ବିସ୍ଫୋଟକ ପ୍ରାରମ୍ଭ ଦେଇଥିଲେ।

Google

କିନ୍ତୁ ତାଙ୍କପରେ ବିଜୟ ଶଙ୍କରଙ୍କ ଛଡା କେହିବି ବ୍ୟାଟ୍ସମ୍ୟାନ ଭଲ ଖେଳି ପାରିନଥିଲେ ଏବଂ ହାଇଦ୍ରାବାଦ ୧୩ରନରେ ମ୍ୟାଚ ହାରିଗଲା। ମୁମ୍ବାଇ ପାଇଁ ଖେଳୁଥିବା ବ୍ୟାଟ୍ସମ୍ୟାନ କ୍ୟୁଣ୍ଟନ ଡ଼ିକକ ୩୯ ବଲରେ ୫ଟି ଚୌକା ସାହାଯ୍ୟରେ ୪୦ରନ ଏବଂ ଶେଷରେ ପୋଲାଡ଼ଙ୍କର ୨୨ବଲରେ ଗୋଟେ ଚୌକା ଏବଂ ୩ଟି ଛକା ସାହାଯ୍ୟରେ ୩୫ରନ କରି ନଟ ଆଉଟ ରହିଥିଲେ ଓ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *