ଇଂଲଣ୍ଡର ପୂର୍ଵ ଅଧିନାୟକ ତଥା ମହାନ ଖେଳାଳି କେଭିନ ପିଟରସନ ଆଇପିଏଲକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଆଇପିଏଲକୁ ସବୁଠୁ ବଡ଼ ସୋ ବୋଲି କହିଛନ୍ତି। ସେ ଏହି ସମୟରେ ଅନ୍ୟ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ନକରିବା ପାଇଁ ଉପସ୍ଥାପନ କରିଛନ୍ତି। ସେ ଏହି ବିଷୟରେ ଏକ ଟ୍ୱିଟ କରିବାର ନଜର ଆସିଛନ୍ତି। ପାକିସ୍ତାନର ପ୍ରଶଂସକ ଏଥିରେ ଖୁସି ନାହାଁନ୍ତି। ସେମାନେ ଆଡୁ ସାଡୁ କମେଣ୍ଟ କରୁଛନ୍ତି।

କେବିନ ପିଟରସନ ଶୁକ୍ରବାରକୁ କହିଛନ୍ତିକି ସବୁ କ୍ରିକେଟ ବୋର୍ଡଙ୍କୁ ବୁଝିନେବା ଉଚିତ କି ଆଇପିଏଲ କ୍ରିକେଟର ସବୁଠୁ ବଡ଼ ସୋ। ସେହି ସମୟରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ କରିବା ଉଚିତ ନୁହେଁ। ପିଟରସନ ନିଜ ଟ୍ୱିଟରରେ ଲେଖିଛନ୍ତି,”ସବୁ କ୍ରିକେଟ ବୋର୍ଡକୁ ବୁଝିବା ଅଟେକି ଆଇପିଏଲ ଦୁନିଆର କ୍ରିକେଟର ସବୁଠୁ ବଡ଼ ସୋ। ଏହି ସମୟରେ କୌଣସି ଇଣ୍ଟରନ୍ୟାସନାଲ ମ୍ୟାଚ କରିବା ଠିକ ନୁହେଁ। ଭେରୀ ଭେରୀ ଭେରୀ ସିମ୍ପଲ”। କହିରଖିବୁ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲରେ ଇଂଲଣ୍ଡର ୧୨ ଜଣ ଖେଳାଳି ଅଂଶ ସାମିଲ ହୋଇଛନ୍ତି। ଇଂଲଣ୍ଡର ଲିମିଟେଡ଼ ଓଭର ଅଧିନାୟକ ଇୟୋନ ମୋର୍ଗାନ ମଧ୍ୟ ସାମିଲ ରହିଛନ୍ତି।
Cricket boards need to realise that the @IPL is the biggest show in town.
DO NOT schedule ANY international games whilst it’s on.
V v v simple!
— Kevin Pietersen? (@KP24) April 2, 2021

ମୋର୍ଗାନଙ୍କର ହିଁ ଅଧିନାୟକତ୍ୱରେ ବର୍ଷ ୨୦୧୯ ରେ ଇଂଲଣ୍ଡ ଟିମ ପ୍ରଥମଥର ବିଶ୍ୱକପ ବିଜେତା ହୋଇଥିଲା।ମୋର୍ଗାନଙ୍କ ଛଡା,ମୋଇନ ଅଲ୍ଲୀ,ଜୋସ ବଟଲର, ସାମ କରନ,ଡେଭିଡ ମଲାନ, ଜୋଫ୍ରା ଆର୍ଚ୍ଚର,ବେନ ଷ୍ଟୋକସ, ଜନି ବେୟରଷ୍ଟୋ, ଟମ କରନ, ସାମ୍ସ ବିଲିଙ୍ଗସଙ୍କ ନାମ ମଧ୍ୟ ସାମିଲ ଅଛି। କିନ୍ତୁ ସର୍ଜରି ପାଇଁ ଜୋଫ୍ରା ଆର୍ଚ୍ଚର ପୁରା ସିଜନରୁ ବାହାର ହୋଇଯାଇଛନ୍ତି। ଆଇପିଏଲର ଫାଇନାଲ ୩୦ ମଇକୁ ଖେଳାଯିବ।

ବର୍ତ୍ତମାନ ଇଂଲଣ୍ଡର ଖେଳାଳି ଚିନ୍ତାରେ ଅଛନ୍ତି କି ଆଇପିଏଲ ଖେଳିବେ ନା ୨ ଜୁନରୁ ନ୍ୟୁଜଲ୍ୟାଣ୍ଡ ସହ ହେବାକୁ ଥିବା ୨ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦେଶ ପକ୍ଷରୁ ଖେଳିବେ। ଯଦି ତାଙ୍କ ଟିମ ପ୍ରଥମ ୨ ଭିତରେ ଆସେ ତେବେ ତାଙ୍କୁ ଦେଶ ପାଇଁ ବା ଆଇପିଏଲରୁ ଗୋଟେ ହିଁ ବାଛିବାକୁ ହେବ। ଇଂଲଣ୍ଡ ଓ ଓଏଲ୍ସ କ୍ରିକେଟର ନିର୍ଦେଶକ ଏସେଲ ଯାଇଲ୍ସ ପୂର୍ବରୁ ହିଁ କହିଛନ୍ତିକି ଇସିବି ଆଇପିଏଲ ଖେଳୁଥିବା ଖେଳାଳିଙ୍କ ଉପରେ ଚାପ ପକାଇବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।