ରାହୁଲ ଦ୍ରାଭିଡ ଯାହାଙ୍କୁ ଦୁନିଆ ଦି ୱାଲ ନାମରେ ଜାଣିଛି। ଭାରତର ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡ ତାଙ୍କ ସମୟରେ ସ୍ପିନର ତଥା ପେଶ ବୋଲର ମାନଙ୍କୁ ବହୁତ ଭଲ ଭାବେ ଖେଳିଥିଲେ। ସେ ତାଙ୍କ ସମୟରେ ସ୍ପିନର ମାନଙ୍କ ବିପକ୍ଷରେ ତ ବହୁତ ଭଲ ଖେଲୁଥିଲେ ହି ଖେଳୁଥିଲେ, ପେଶ ବୋଲରଙ୍କ ବିପକ୍ଷରେ ବି ତାଙ୍କର ଟେକନିକ ବହୁତ ଉଚ୍ଚ କୋଟିର ଥିଲା। ଟର୍ନ ଆଉ ବାଉଁଶ ଥିବା ପିଚ ମାନଙ୍କରେ ରାହୁଲ ଦ୍ରାଭିଡଙ୍କ ଭଳିଆ ବ୍ୟାଟିଂ ହୁଏତ ଦୁନିଆର ଆଉ କେଉଁ ବ୍ୟାଟ୍ସମ୍ୟାନ କରି ପାରିବ ନାହିଁ। ଏହା ହିଁ କାରଣ କି ତାଙ୍କୁ ଦ ୱାଲ ଭାବେ କୁହାଯାଏ। ଆଉ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ସ୍ପିନର ମାନଙ୍କ ବିପକ୍ଷରେ ଭଲ ଖେଳିବା ପାଇଁ ରାହୁଲ ଦ୍ରାଭିଡଙ୍କର ତରିକା ବ୍ୟବହାର କରନ୍ତି। ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ ପିଟରସନ, ତାଙ୍କର ଇଂଲଣ୍ଡର ନୂତନ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରଳୀ ଆଉ ଡମ ଶିବଲି ଙ୍କର ସାହାଯ୍ୟ କରିବା କଥା କହୁଥିଲେ। ଏହି ଦୁଇ ଜଣ ହିଁ ବ୍ୟାଟ୍ସମ୍ୟାନ ଶ୍ରୀଲଙ୍କାରେ ସ୍ପିନର ମାନଙ୍କ ବିପକ୍ଷରେ ତିନି ଥର ଆଉଟ ହେଇ ସାରିଛନ୍ତି ଆଉ ଏହା ଦେଖିବା ପରେ କେଭିନ ନିଜର ଟ୍ୱିଟରରେ ସ୍ପିନରଙ୍କୁ କିପରି ଖେଳି ହେବ ତାହା ପୋଷ୍ଟ କଲେ ଆଉ ତାହା ତାଙ୍କୁ ରାହୁଲ ଦ୍ରାଭିଡ ଶିଖେଇଥିଲେ।

କେଭିନ ଯେତେବେଳେ ଖେଳୁଥିଲେ ତ ସେ ରାହୁଲ ଦ୍ରାଭିଡଙ୍କୁ ସ୍ପିନରଙ୍କ ବିପକ୍ଷରେ କିପରି ବ୍ୟାଟିଂ କରି ହେବ ତାହା ପଚାରିଥିଲେ। ଦ୍ରାଭିଡ ତାଙ୍କୁ ଏକ ଇମେଲ ଜରିଆରେ ସବୁ ଟିପସ ଲେଖିକି ଦେଇଥିଲେ ଆଉ ପିଟରସନଙ୍କ ଅନୁସାରେ ତାଙ୍କରି ଏହି ଟିପ ଦ୍ୱାରା ୟାଙ୍କର ଅନେକ ଦିନର ସ୍ପିନରଙ୍କ ବିପକ୍ଷରେ ଦୁର୍ବଳତା ସମାପ୍ତ ହେଇଥିଲା।
Hey @englandcricket, print this and give it to Sibley & Crawley.
They can call me to discuss it at length if they want…!
?? pic.twitter.com/qBmArq211s— Kevin Pietersen? (@KP24) January 23, 2021
ଦ୍ରାଭିଡ ପିଟରରସନଙ୍କୁ ଏହି ଉପଦେଶ ଦେଇଥିଲେ:
ଦ୍ରାଭିଡ ପିଟର୍ସନଙ୍କୁ ଏହି ଉପଦେଶ ଦେଇଥିଲେ କି ସେ ନେଟରେ ପ୍ରାକ୍ଟିସ କରୁଥିବା ସମୟରେ ସ୍ପିନ ବୋଲରର ହାତରୁ ବଲ ବାହାରୁ ଥିବା ସମୟରେ ତାର ହାତକୁ ଦେଖିକି ବଲର ଲେଙ୍ଗଥ ପଢିବାକୁ ଚେଷ୍ଟା କରନ୍ତୁ। ଦ୍ରାଭିଡ ଗ୍ରେମ ସ୍ୱାନ ତଥାଏ ମୋଣ୍ଟି ପାନିଶାରଙ୍କ ବିପକ୍ଷରେ ବିନା ପ୍ୟାଡ଼ରେ ବ୍ୟାଟିଂ କରିବା ପାଇଁ ତାଙ୍କୁ ଉପଦେଶ ଦେଇଥିଲେ। ଏହାଦ୍ୱାରା ସେ ବଡୀ ବ୍ୟତୀତ ବଲର ଲେଙ୍ଗଥ ଯାଏ ପହଂଚି ପାରିବେ। ପିଟରସନଙ୍କୁ ଦ୍ରାଭିଡଙ୍କର ଉପଦେଶର ବହୁତ ଫାଇଦା ହେଲା ଆଉ ସେ ଏଣେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନଙ୍କୁ ଏହି ଉପଦେଶ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ କି ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରଳୀ ଆଉ ଡମ ଶିବଲି ଶ୍ରୀଲଙ୍କାର ସ୍ପିନର ଏଂବୁଲଡେନିଆଙ୍କ ହାତରେ ତିନି ଥର ଲଗାତାର ଆଉଟ ହେଇ ସାରିଛନ୍ତି। ଏବେ ତାଙ୍କୁ ଭାରତ ବି ଆସିବାର ଅଛି ତ ତାଙ୍କୁ ପିଟରସନ ସ୍ପିନରଙ୍କ ସହ ଲଢ଼ିବା ପାଇଁ ଦ୍ରାଭିଡଙ୍କର ଉପଦେଶ ନେବାକୁ ଉପଦେଶ ଦେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।