ଇଣ୍ଡିଆନ ପ୍ରିମିଅର ଲିଗର ସବୁଠୁ ସଫଳତ୍ତମ ଅଧିନାୟକ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ। ହିଟମ୍ୟାନ ନାମରେ ଲୋକପ୍ରୟ ରୋହିତ ଶର୍ମା ଯେବେ ଠାରୁ ମୁମ୍ବାଇର ଅଧିନାୟକ ହେଇଛନ୍ତି ସେବେ ପରଠାରୁ ଏହି ଫ୍ରାଂଚାଇଜିର ଭବିଷ୍ୟତ ହି ପରିବର୍ତ୍ତିତ ହେଇଯାଇଛି। ରୋହିତ ଶର୍ମାଙ୍କର ଅଧୀନରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି ଆଉ ସେ ଦୁନିଆର ସବୁଠୁ ବଡ଼ ଲିଗର ସଫଳତ୍ତମ ଅଧିନାୟକ ଅଟନ୍ତି। ଏମିତିରେ ମୁମ୍ବାଇ ଇଣ୍ଡିଆନ୍ସ ବି ରୋହିତ ଶର୍ମାଙ୍କୁ ବହୁତ କିଛି ଦେଇଛି। ସେ ନିଜର ଆଇପିଏଲର ଯାତ୍ରା ଡେକାନ ଚାର୍ଜର୍ସ ଟିମରୁ ଆରମ୍ଭ କରି ଥିଲେ ଆଉ ୨୦୧୧ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ହେଇଥିଲେ ଆଉ ତାଙ୍କୁ ୨୦୧୩ରେ ଅଧିନାୟକ କରା ଯାଇଥିଲା। ତା ପରେ ତାଙ୍କର ଭାଗ୍ୟ ପରିବର୍ତ୍ତିତ ହେଇଯାଇଥିଲା।

ରୋହିତଙ୍କର ଆଇପିଏଲ କମେଇ ବାବଦରେ କହିବା ତ ରୋହିତ ଶର୍ମା ଏଯାଏ ପ୍ରାୟ ୧୪୬.୬ କୋଟି ଟଙ୍କା କମେଇ ସାରିଛନ୍ତି। ସେ ଏମେଶ ଧୋନୀଙ୍କ ପରେ ଦ୍ୱିତୀୟ ସର୍ବାଧିକ ପଇସା କମେଇବା ଵାଲା ଖେଳାଳି ଅଟନ୍ତି। ତାଙ୍କ ବୃଦ୍ଧି ବାବଦରେ କହିବା ତ ରୋହିତ ଙ୍କର ଦରମାରେ ପ୍ରଥମ ସିଜିନ ଠାରୁ ପ୍ରାୟ ୪୦୦% ବୃଦ୍ଧି ଘଟିଛି। ଆଇପିଏଲରେ କେବଳ ଏମଏସ ଧୋନୀ ହିଁ ଏକମାତ୍ର କ୍ରିକେଟର ଯିଏ କି ୧୫୦ କୋଟି ଟଙ୍କା କମେଇ ସର୍ବୋପରେ ଅଛନ୍ତି।
ଜାଣନ୍ତୁ ରୋହିତ ଶର୍ମାଙ୍କର ସାଲେରି କିପରି ବୃଦ୍ଧି ହେଲା:
ରୋହିତ ଶର୍ମାଙ୍କୁ ୨୦୦୮ରେ ଡେକାନ ଚାର୍ଜର୍ସ ପ୍ରାୟ ୩ କୋଟି ଟଙ୍କାରେ କିଣିଥିଲା। ଏହାପରେ ୨୦୦୯ ଆଉ ୨୦୧୦ରେ ରୋହିତ ସେହି ଡେକାନ ଚାର୍ଜର୍ସର ପାର୍ଟ ଥିଲେ। ସେହି ସମୟରେ ବି ତାଙ୍କର ସାଲେରି ୩ କୋଟି ଟଙ୍କା ରହିଲା। ୨୦୧୧ ମସିହାରେ ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣି ନେଲା ଆଉ ତା ପରେ ସେ ମୁମ୍ବାଇ ସହ ଯୋଡି ଗଲେ। ମୁମ୍ବାଇ ତାଙ୍କୁ ପ୍ରାୟ ୯.୨ କୋଟି ଟଙ୍କାରେ କିଣିଲା। ୨୦୧୩ଯାଏ ରୋହିତ ଶର୍ମାଙ୍କର ସାଲେରି ଏତିକି ହିଁ ରହିଲା। ତା ପରେ ୨୦୧୪ରେ ଅଚାନକ ତାଙ୍କର ସାଲେରି ବଢିକି ୧୨.୫ କୋଟି ହେଇ ଗଲା। ଆଇପିଏଲ ୨୦୧୮ରେ ରୋହିତ ଙ୍କର ସାଲେରିରେ ପୁଣି ଥରେ ଅଭିବୃଦ୍ଧି ହେଲା ଆଉ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଗୋଟେ ସିଜିନରେ ପ୍ରାୟ ୧୫କୋଟି ଲେଖାଏଁ ଦେବାକୁ ଲାଗିଲା। ୨୦୧୯ ଆଉ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେନ କଲା ଆଉ ତାଙ୍କର ସ୍ୟାଲେରି ଆଜି ବି ୧୫ କୋଟି ହିଁ ଅଛି।
ରୋହିତ ପ୍ରାୟ ୬ଥର ଆଇପିଏଲ ଜିତି ସାରିଛନ୍ତି। ୨୦୦୯ରେ ସେ ଡେକାନ ଚାର୍ଜର୍ସର ପାର୍ଟ ଥିଲେ ଆଉ ତା ପରେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଆଉ ୨୦୨୦ରେ ମୁମ୍ବାଇ ସହ ଖେଳି ତାଙ୍କୁ ଚାମ୍ପିୟାନ ବନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।