ଏଲେକ୍ସ କେରି:ଏଡିଲେଡ଼ ଷ୍ଟ୍ରାଇକସର ଅଧିନାୟକ ବିଗ ବସ ଲିଗ ୨୦୨୧ରେ ଭଲ ଫର୍ମରେ ରହିଛନ୍ତି ଏବଂ ସେ ୧୩ଟି ମ୍ୟାଚରୁ ୩୯.୬୯ର ଔଷତରୁ ୪୨୫ ରନ କଲେ। ସେ ଏକ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ବି କରିଛନ୍ତି। କେରି ଟମ ବେଟନଙ୍କର ସଠିକ ପୁନଃସ୍ଥାପନ ହୋଇପାରେ। ସେ ମଧ୍ୟକ୍ରମରେ ଦୃଢତା ଆଣିପାରନ୍ତି ଏବଂ ଡେଥ ଓଭରରେ ବିସ୍ଫୋଟକ ବ୍ୟାଟିଂ କରିପାରନ୍ତି।

କ୍ରିସ୍ ମୋୖରିସ: କ୍ରିସ୍ ଗ୍ରୀନଙ୍କର ସଠିକ ପୁନଃସ୍ଥାପନ ହୋଇପାରନ୍ତି କ୍ରିସ୍ ମୋରିସ। କେକେଆରଙ୍କୁ ଏକ ବିଦେଶୀ ଅଲରାଉଣ୍ଡରର ଆବଶ୍ୟକତା ଅଛି ଓ ଦକ୍ଷିଣ ଆଫ୍ରିକାର ଏହି ଅଲରାଉଣ୍ଡର ଚୂଡ଼ାନ୍ତ ଏକାଦଶରେ ସମ୍ପୂର୍ଣ୍ଣ ଭାବରେ ଠିକ ବସୁଛି। ମୋରିସ ମଧ୍ୟମ ଦୃତ ଗତିର ବୋଲର ଅଟନ୍ତି।ତାଙ୍କ ପାଖରେ ଅଧିକ ଅନୁଭବ ଅଛି। ସେ ନିମ୍ନତମ କ୍ରମରେ ଭଲ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ୧୫୧.୦୨ଅଟେ। ୨୧୮ଟି ଟି୨୦ରେ ତାଙ୍କର ଇକୋନୋମି ୭.୭୬ ଅଟେ। ୟୁଏଇରେ ଆଇପିଏଲରେ ଯେବେ ଆରସିବି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କଲା ତେବେ ସେ ତତ୍କକାଳ ନିଜର ଖେଳ ପଦର୍ଶନ କଲେ।

ଜେମ୍ସ ନିସନ: କେକେଆର ନିଜ ବାମ ହାତର ସିମର ହେରିଗନେଙ୍କୁ ଜାନୁଆରୀରେ ରିଲିଜ କରିଦେଇଥିଲା।ତାଙ୍କର ସଠିକ ପୁନଃସ୍ଥାପନ ନ୍ୟୁଜଲ୍ୟାଣ୍ଡର ଅଲରାଉଣ୍ଡର ଜେମ୍ସ ନିସମ ହୋଇପାରନ୍ତି। ନ୍ୟୁଜଲ୍ୟାଣ୍ଡରେ ସୁପର ସ୍ମାସରେ ନିସମ ୱିକେଟ ନେଲା ବୋଲର ପ୍ରମାଣିତ ହେଲେ। ୱେଲିଙ୍ଗଟନର ପ୍ରତିନିଧିତ୍ୱ କରି ସେ ୬ଟି ମ୍ୟାଚରେ ୧୧ଟି ୱିକେଟ ନେଲେ ତାଙ୍କର ଔଷତ ୧୫.୫୪ ଓ ଇକୋନୋମି ୭.୫୪ ଥିଲା। ସେ ବଡ଼ ହିଟ ଲଗାଇପାରନ୍ତି। ନିସମଙ୍କର ଷ୍ଟ୍ରାଇକ ରେଟ ୧୪୮ ବୋଲି ଜଣା ଯାଇଛି। କେକେଆରଙ୍କୁ ମୋରିସ କିମ୍ବା ନିସମଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ।

ପବନ ନେଗି: କେକେଆର ପାଇଁ ଏମ୍ସ ସିର୍ଦ୍ଧାର୍ଥଙ୍କ ଜାଗା ପବନ ନେଗି ନେଇପାରନ୍ତି। ନେଗିଙ୍କ ପାଖରେ ୧୧୯ଟି ଟି୨୦ର ଅନୁଭବୀ ଅଛି। ବାମ ହାତର ଅର୍ଥଡ଼କ୍ସ୍ ବୋଲର ୯୬ଟି ୱି କେଟ ନେଇସାରିଛନ୍ତି। ତାଙ୍କର ଏକୋନୋମି ରେଟ ୭.୪୪ ଅଟେ। ଆରସିବି ପାଇଁ ୨୧୭ର ଆଇପିଏଲ ସିଜନ ବେଷ୍ଟ ରହିଥିଲା। ସେ ୧୨ଟି ମ୍ୟାଚରୁ ୧୨.୩୧ର ଔଷତରେ ୧୬ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କର ଇକୋନୋମି ୬.୧୨ ଅଟେ।
କରୁନ ନାୟର: କେକେଆରଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର ଆବଶ୍ୟକତା ଅଛି। ଏହିଥର ନିଲାମୀରେ କେକେଆର କରୁନ ନାୟରଙ୍କୁ କିଣିପାରନ୍ତି।କରୁନ ୧୩୮ଟି ଟି୨୦ ମ୍ୟାଚରେ ୨୭୩୨ରନ କରିସାରିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ୧୩୨ ଅଟେ। ଅନ୍ତଃରାଷ୍ଟ୍ରୀୟ ଅନୁଭବ ଥିବା ଏହି ଖେଳାଳି ଚାପ ସହିବାରେ ସମର୍ଥ ଅଟନ୍ତି। ସେ ଭାରତ ପାଇଁ ୬ଟି ଟେଷ୍ଟ ଓ ଦୁଇଟି ଦିନିକିଆ ଖେଳି ସାରିଛନ୍ତି। ସେ ପାର୍ଟ ଟାଇମ ବୋଲର ମଧ୍ୟ ଅଟନ୍ତି।

ମହମ୍ମଦ ଅଜହରୁଦିନ: କେକେଆରଙ୍କୁ ଏକ ଭାରତୀୟ ୱିକେଟ କିପରର ମଧ୍ୟ ଆବଶ୍ୟକତା ଅଛି। କେରଳର ଥିବା ମହମ୍ମଦ ଅଜହରୁଦିନ ଭକ ବିକଳ୍ପ ହୋଇପାରନ୍ତି।ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ୧୯୪.୫୪ର ଔଷତରେ ୨୧୪ରନ ବନେଇଥିଲେ। ସେ ମୁମ୍ବାଇ ବିରୁଦ୍ଧରେ ୫୪ଟି ବଲରେ ଅପରାଜିତ ୧୩୭ ରନର ପାଳି ଖେଳିଥିଲେ। ଏଥିରେ ୧୧ଟି ଛକା ସାମିଲ ଥିଲା । ୧୯୬ ରନର ଲକ୍ଷ ଦଳ ୧୬ତମ ଓଭରରେ ହିଁ ହାସଲ କରିନେଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।