ବ୍ୟୁରୋ ରିପୋର୍ଟ: କେକେଆରକୁ ଅନେକ କ୍ଷେତ୍ରରେ ସୁଧାର କରିବାର ଆବଶ୍ୟକତା ଅଛି କିନ୍ତୁ ତାଙ୍କ କୋଚ ମାକ୍ୟୁଲମକୁ ଲାଗୁଛି ତାଙ୍କ ଟିମ ପାୱାର ପ୍ଲେରେ ଭଲ ପ୍ରଦର୍ଶନ କରିପାରୁନଥିବାରୁ ହାରୁଛି। କେକେଆରକୁ ଲକ୍ଷନୌ ସୁପର ଜାଏଣ୍ଟସ ଶନିବାରକୁ ୭୫ ରନରେ ହରାଇଛି ଯାହାକି କେକେଆରର ଏହି ସିଜନର ୭ମ ପରାଜୟ ଅଟେ।

ମାକ୍ୟୁଲମ କହିଛନ୍ତି ଟିମକୁ ପ୍ରଥମ ଛଅ ଓଭରରେ ୱିକେଟ ସମ୍ଭାଳି ଆକ୍ରାମକ ବ୍ୟାଟିଙ୍ଗ କରିବାକୁ ହେବ। ସେ ମ୍ୟାଚ ପରେ ପ୍ରେସ କନ୍ଫରେନ୍ସରେ କହିଛନ୍ତି,”ଆମେ ପାୱାର ପ୍ଲେରେ ସଂଘର୍ଷ କରୁଛୁ ଯାହା ଏହି ସିଜନରେ ଆମ ପାଇଁ ନିରାଶଜନକ ଅଟେ। ଏହି ସିଜନରେ ମଝି ଓଭର ଓ ଶେଷ ଓଭର ମାନଙ୍କରେ ଆମେ ଭଲ ଖେଳ ଦେଖାଇଛୁ କିନ୍ତୁ ପାୱାରପ୍ଲେରେ ଆମେ ଭଲ ପ୍ରଦର୍ଶନ କରିପାରିନାହୁଁ। ଆମକୁ ପାୱାରପ୍ଲେରେ ବିନା ୱିକେଟ ହରାଇ ଆକ୍ରାମକ ବ୍ୟାଟିଙ୍ଗ କରିବାକୁ ହେବ”।
କେକେଆର ଏହି ସିଜନରେ ଆଗକ୍ରମରେ ଅନେକ ଖେଳାଳିଙ୍କୁ ମୌକା ଦେଇଛି କିନ୍ତୁ ସଠିକ ବିକଳ୍ପ ପାଇପାରିନାହିଁ। ତାଙ୍କ ଓପନର ବ୍ୟାଟ୍ସମ୍ୟାନ ଟିମକୁ ସେହିପରି ଆରମ୍ଭ ଦେଇପାରି ନାହଁନ୍ତି ଯାହା ଟିମକୁ ବିଜୟ ପାଇଁ ଆବଶ୍ୟକ ହୋଇଥାଏ।
KKR head coach Brendon McCullum opened up on their PowerPlay struggles after they were virtually knocked out of the IPL 2022 playoffs race. #IPL #IPL2022 #KKR #BrendonMcCullum #ShreyasIyer #KKRvMI #KKRHaiTaiyaar https://t.co/H233sPivEX
— SportsLumo (@SportsLumo) May 9, 2022
ଟପ ଅର୍ଡର ଆମର କମଜୋରି ସାବ୍ୟସ୍ତ ହେଲା:
ମାକ୍ୟୁଲମ ଆଗକୁ କହିଛନ୍ତି,”ଯଦି ଆପଣ ଟପରେ ଥିବା ଟିମକୁ ଦେଖିବେ ତାଙ୍କ ଓପନର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ନା କେହି ସର୍ବାଧିକ ରନ କରିଥିବେ। ଏହାଏକ ଏପରି ଜିନିଷ ଯାହାକୁ ଆମେ ଠିକ କରିପାରିନାହୁଁ। ଦୃଭାଗ୍ୟରେ କିଛି ଖେଳାଳି ସେହି ଫର୍ମରେ ନାହଁନ୍ତି ଯାହା ଆମେ ଆଶା କରିଥିଲୁ”।
“If you look around other teams at the top of the table, one of their opening batters is also one of their highest run-scorers. It's an area we haven't been able to settle,” @Bazmccullum said. #KKR #LSGvKKR #IPL2022 https://t.co/1Efrpq7dBC
— Circle of Cricket (@circleofcricket) May 8, 2022
ବାରମ୍ବାର ଖେଳାଳିଙ୍କୁ ବଦଳାଇବା ନିରାଶଜନକ:
କେକେଆରର କୋଚ କହିଛନ୍ତି ଏହିପରି ଲିଗରେ ବେଳେ ବେଳେ ହୋଇଥାଏ। ଆପଣଙ୍କୁ ବାରମ୍ବାର ଖେଳାଳିଙ୍କୁ ବଦଳାଇବାକୁ ପଡିଥାଏ, ଏହା ନିରାଶଜନକ ଅଟେ। କିନ୍ତୁ ବାସ୍ତବରେ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି। ଏହା ଦ୍ଵାରା ଜରୁରୀ ନୁହେଁକି ଆମେ ଅନୁକୂଳ ପରିଣାମ ହାସଲ କରିବୁ ,କିନ୍ତୁ ତାଙ୍କ ପ୍ରୟାସକୁ ଦୋଷ ଦେଇହବନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।