ବ୍ୟୁରୋ ରିପୋର୍ଟ: ରଣବୀର କପୁର ଓ ଆଲିଆ ଭଟ ବିବାହ କରିବା ପରେ ଏବେ ଆଥିଆ ସେଠି ଓ କେ ଏଲ ରାହୁଲ ଜଲ୍ଦି ବିବାହ କରିପାରନ୍ତି। ଦୁହେଁ ଲମ୍ବା ସମୟରେ ଡେଟ କରୁଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ଦୁହେଁ ଏହି ବର୍ଷ ଶୀତଋତୁରେ ବିବାହ କରିପାରନ୍ତି। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ପିଂକବିଲାର ରିପୋର୍ଟ ଅନୁସାରେ ,ଏହି କପଲ। ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିପାରନ୍ତି।

ସେଠି ପରିବାରର ପାଖ ସୂତ୍ର ତରଫରୁ ପିଂକବିଲା କହିଛି ଆଥିଆଙ୍କ ପରିବାର ରାହୁଲଙ୍କୁ ବହୁତ ପସନ୍ଦ କରନ୍ତି ଓ ଯଦି ସବୁ କିଛି ଭଲ ରହିଲା ତେବେ ଦୁହେଁ ଏହି ବର୍ଷ ଶେଷରେ ବିବାହ କରିପାରନ୍ତି। କହିରଖିବୁ ସୁନୀଲ ସେଠି ଏକ ମଗୋଲିୟନ ତୁଲୁ ପରିବାରରେ ଜନ୍ମ ହୋଇଥିଲେ। କେ ଏଲ ରାହୁଲ ମଧ୍ୟ ମାଙ୍ଗାଲୋର ଅଟନ୍ତି ତେଣୁ ରାହୁଲ ଓ ଆଥିଆଙ୍କ ବିବାହ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସରେ ହୋଇପାରେ। କିନ୍ତୁ ଏବେ ପର୍ଯ୍ୟନ୍ତ ପରିବାର ତରଫରୁ କୌଣସି ଅଧିକାରୀକ ସୂଚନା ଦିଆଯାଇନାହିଁ।

ରାହୁଲ ଓ ଆଥିଆ ପୂର୍ଵ ବର୍ଷ ଇଂଷ୍ଟାଗ୍ରାମ ଜରିଆରେ ନିଜସମ୍ପର୍କର ଖୁଲାସା କରିଥିଲେ। ସେବେଠୁ ଆଥିଆ ନିଜ ପ୍ରସଂସକଙ୍କ ସହ ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଫଟୋ ସେୟାର କରିଥାନ୍ତି। ଏଥିରେ ଅନେକ ଥର କେ ଏଲ ରାହୁଲଙ୍କ କଥା ମଧ୍ୟ କୁହାଯାଇଛି। କେ ଏଲ ରାହୁଲଙ୍କ ୩୦ ତମ ଜନ୍ମ ଦିନରେ ଆଥିଆ ତାଙ୍କୁ ଏକ ନୋଟ ଲେଖି ପ୍ରେମ ନିବେଦନ କରିଥିଲେ। ଆଥିଆ କେ ଏଲ ରାହୁଲଙ୍କ ସହ ନଜର କିଛି ଫଟୋ ମଧ୍ୟ ସେୟାର କରିଥିଲେ। ଆଥିଆଙ୍କ ଭାଇ ଅହାନ ଓ ଆଥିଆଙ୍କ ବାପା ସୁନୀଲ ସେଠିଙ୍କ ସହ ମଧ୍ୟ ରାହୁଲଙ୍କର ଭଲ ସଂପର୍କ ଅଟେ।
#AthiyaShetty has a heartfelt post for partner #KLRahul on his birthday 😍 Happy Birthday KL Rahul #HappyBirthdayKLRahul pic.twitter.com/KUNYGwCMKU
— Dr. Natasha Joshi (@iplnewz2022) April 18, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।