IND VS ENG:୪ଟି ପାରିରେ ତୃତୀୟ ଥର ୦ ରେ ଆଉଟ ହେଲେ କେଏଲ ରାହୁଲ,ଏବେ ଟିମରେ ରହିବା କଷ୍ଟକର!

ଇଂଲଣ୍ଡ ବିରୁଦ୍ଧରେ ଚାଲୁଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୧ ଓ ପରେ ୦, ୦ । ଏହା ଅଟେ ଇଣ୍ଡିଆର ସେହି ବ୍ୟାଟ୍ସମ୍ୟାନର ସ୍କୋର ଯିଏକି ଇଣ୍ଡିଆ ପାଇଁ ପୂର୍ଵ ଟି-୨୦ ଓ ଦିନିକିଆ ସିରିଜରେ ରନର ବର୍ଷା କରିଥିଲା। ଆମେ କହୁଛୁ କେଏଲ ରାହୁଲଙ୍କ କଥା ଯିଏକି ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ତିନୋଟି ଟି-୨୦ ମ୍ୟାଚରେ ଫ୍ଲପ ହୋଇଯାଇଛନ୍ତି।

Google

କେଏଲ ରାହୁଲ ତିନୋଟି ମ୍ୟାଚରେ ମାତ୍ର ୧ ରନ କରିଛନ୍ତି।କେଏଲ ରାହୁଲଙ୍କର ପୂର୍ବ ଚାରିଟି ଟି-୨୦ ପାରିକୁ ଦେଖିବା ତ ଏଥିରୁ ତିନୋଟି ପାରିରେ ସେ ଖାତା ଖୋଲିପାରି ନାହାଁନ୍ତି।କେଏଲ ରାହୁଲ ଲଗାତର ଭୁଲ କରିବାର ନଜର ଆସୁଛନ୍ତି ଓ ପୂର୍ବ କ୍ରିକେଟରଙ୍କ କହିବା ଅଟେ କି ତାଙ୍କ ଟେକ୍ନିକରେ ଖରାପ ଅଛି।

କେଏଲ ରାହୁଲଙ୍କ ଖେଳର ଟେକ୍ନିକରେ ଖରାପ:

ଭିଭିଏସ ଲକ୍ଷ୍ମଣ ଷ୍ଟାର ସ୍ପୋର୍ଟ ସହ କମେଟ୍ରି ସମୟରେ କହିଛନ୍ତି ରାହୁଲ ଗୋଟେ ଭଳି ଭୁଲ ଲଗାତର କରୁଛନ୍ତି।ତାଙ୍କ ପାଦ ବାହାରକୁ ଆସୁନାହିଁ ଓ ବ୍ୟାଟ ଓ ପ୍ୟାଡ଼ ମଧ୍ୟରେ ବହୁତ ଗ୍ୟାପ ରହୁଛି। କେଏଲ ରାହୁଲ ପୂର୍ବ ତିନୋଟି ପାରିରୁ ଦୁଇଥର ବୋଲ୍ଡ ହୋଇଛନ୍ତି। ତାଙ୍କୁ ଭିତରକୁ ଆସୁଥିବା ଓ ବାହାରକୁ ଯାଉଥିବା ବଲ ଅଶୁବିଧାରେ ପକାଉଛି।

Google
କଣ କେ ଏଲ ରାହୁଲଙ୍କୁ ଆଉ ଏବେ ମିଳିବ ମୌକା:

କେଏଲ ରାହୁଲ ପୂର୍ଵ ଦୁଇଟି ପାରିରେ ଫ୍ଲପ ରହିବା ପରେ ମଧ୍ୟ ତାଙ୍କୁ ତୃତୀୟ ପାରିରେ ମୌକା ଦିଆଯାଇଥିଲା। ଟିମ ଇଣ୍ଡିଆ ତାଙ୍କ ଉପରେ ଭରସା ଦେଖାଇ ଟିମରେ ରୋହିତ ଶର୍ମାଙ୍କୁ ରଖି ମଧ୍ୟ ରାହୁଲଙ୍କୁ ବାହାର କରିନଥିଲା। ରୋହିତ ଶର୍ମାଙ୍କ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ତୃତୀୟ ଟି-୨୦ ରେ ଖେଳାଗଲାନାହିଁ। କେଏଲ ରାହୁଲ ଲଗାତର ତିନୋଟି ଯାକ ମ୍ୟାଚରେ ଫ୍ଲପ ହୋଇଯାଇଛନ୍ତି ତେଣୁ ସେ ଚତ୍ରୁର୍ଥ ମ୍ୟାଚରେ ଖେଳିବା କଷ୍ଟକର ଦେଖାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *