IPL ୨୦୨୧:DC VS PBKS: ଜନ୍ମ ଦିନରେ କେଏଲ ରାହୁଲଙ୍କର ଧମାକା। ଏହି ଷ୍ଟାର ଖେଳାଳିଙ୍କୁ ପକାଇଲେ ପଛରେ।

ପଞ୍ଜାଵ କିଙ୍ଗସର ଅଧିନାୟକ କେଏଲ ରାହୁଲ ନିଜ ଜନ୍ମ ଦିନରେ ଧମାକା କଲେ। ସେ ଆଇପିଏଲ ୨୦୨୧ର ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ଶାନଦାର ଅର୍ଦ୍ଧଶତକ ଲଗାଇଲେ। ରାହୁଲ ରବିବାର ଦିନ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୬୧ରନର ପାଳି ଖେଳିଲେ,ଯାହା ବହୁତ ଆକର୍ଷଣୀୟ ଥିଲା। ନିଜ ପାଳି ସମୟରେ ପଞ୍ଜାଵର ଅଧିନାୟକ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ବରାବରୀ କରିନେଲେ। ସେହିପରି,ସେ ପୂର୍ବ ଦିଗଜ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହଙ୍କୁ ପଛରେ ଛାଡିଦେଲେ।

Google

ରାହୁଲ ୫୧ଟି ବଲରେ ୬୧ ରନ କରି ଆଉଟ ହେଲେ। ସେ ନିଜ ପାଳିରେ ୭ଟି ଚୌକା ଓ ୨ଟି ଛକା ଲଗାଇଲେ। ରାହୁଲ ଗୋଟେ ପଟର ଭାର ସମ୍ଭାଳିଥିଲେ ଓ ପଞ୍ଜାଵ କିଙ୍ଗସର ପାଳିକୁ ଆଗକୁ ବଢ଼ାଇଲେ। ରାହୁଲଙ୍କର ଆଇପିଏଲରେ ଏହା ୨୩ତମ ଅର୍ଦ୍ଧଶତକ ଥିଲା। ସେ ସବୁଠାରୁ ଅଧିକ ଅର୍ଦ୍ଧଶତକ ଲଗାଇବା ମାମଲାରେ ଧୋନୀଙ୍କର ବରାବରୀ କରିନେଲେ। ଚେନ୍ନାଇର ଅଧିନାୟକ ୨୦୬ଟି ମ୍ୟାଚର ୧୮୩ଟି ପାଳିରେ ୨୩ଟି ଅର୍ଦ୍ଧଶତକ ଲଗାଇଛନ୍ତି। ଏହି ମାମଲାରେ ଏହି ଦୁଇଙ୍କ ଠାରୁ ଆଗରେ ୧୦ଜଣ ଖେଳାଳୀ ଅଛନ୍ତି। ଆଇପିଏଲର ଇତିହାସରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ଲଗାଇବାର ରେକର୍ଡ ସନରାଇଜରର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାରନରଙ୍କ ନାମରେ ଅଛି। ସେ ୧୪୫ଟି ମ୍ୟାଚର ୧୪୫ଟି ପାଳିରେ ୪୯ଟି ଅର୍ଦ୍ଧଶତକ ଲଗାଇବାର ନଜର ଆସିଛନ୍ତି।

ରାହୁଲ ଆଇପିଏଲରେ ସବୁଠାରୁ ଅଧିକ ରନ କରିବା ମାମଲାରେ ଯୁବରାଜ ସିଂହଙ୍କ ଠାରୁ ଆଗକୁ ଆସିଛନ୍ତି।ତାଙ୍କର ୮୪ଟି ମ୍ୟାଚରେ ୨୮୦୪ ରନ ହୋଇଯାଇଛି। ଏହା ମଧ୍ୟରେ ୭୫ଟି ପାଳିରେ ତାଙ୍କର ଔଷତ ୪୫.୨୨ ଓ ଷ୍ଟ୍ରାଇକ ରେଟ ୧୩୬.୩୧ ଅଟେ। ସେ ଦୁଇଟି ଶତକ ମଧ୍ୟ ଲଗାଇଛନ୍ତି। ଯୁବରାଜ ୧୩୨ଟି ମ୍ୟାଚର ୧୨୬ଟି ପାଳିରେ ୨୪.୭୭ର ଔଷତରେ ୨୭୫୦ ରନ ବନେଇଥିଲେ। ୟୁଭି ୧୩ ଅର୍ଦ୍ଧଶତକ ବନେଇଥିଲେ। ରାହୁଲ ସବୁଠାରୁ ଅଧିକ ରନ କରିବା ମାମଲାରେ ୨୦ତମ ସ୍ଥାନରେ ପହଁଞ୍ଚିଗଲେ। ଆଇପିଏଲରେ ବିରାଟ କୋହଲିଙ୍କ ନାମ ସବୁଠାରୁ ଅଧିକ ୫୯୪୯ ରନ ଅଟେ।

Google

ପଞ୍ଜାଵ ଦିଲ୍ଲୀ ବିରୁଦ୍ଧରେ ୨୦ ଓଭରରେ ୪ ୱିକେଟରେ ୧୯୫ ରନ ବନେଇଥିଲା। ଦଳ ପାଇଁ ରାହୁଲଙ୍କ ଛଡା ମୟଙ୍କ ଅଗ୍ରୱାଲ ୬୯ ରନ କଲେ। ମୟଙ୍କ ୩୬ ବଲର ପାଳିରେ ୭ ଚୌକା ଓ ୪ ଛକା ଲଗାଇଲେ। କ୍ରିସ ଗେଲ ୧୧ ଏବଂ ନିକୋଲସ ପୂରନ ୯ ରନ କରି ଆଉଟ ହୋଇଗଲେ। ଦୀପକ ହୁଡା ୧୩ଟି ବଲରେ ୨ଟି ଛକାର ସାହାଯ୍ୟରେ ୨୨ ରନ କରି ନଟ ଆଉଟ ରହିବାର ନଜର ଆସିଥିଲେ। ଶେଷ ଓଭରରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଶାହାରୁଖ ଖାନ କ୍ରିସ ଓକ୍ସକୁ ୧୫ ରନ ମାରିଲେ। ସେ ୫ଟି ବଲରେ ୨ ଚୌକା ଏବଂ ଏକ ଛକାର ସାହାଯ୍ୟରେ ନଟ ଆଉଟ ୧୫ ରନ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *