ଭାରତୀୟ କ୍ରିକେଟର ଭରସାଯୋଗ୍ୟ ଖେଳାଳି କେଏଲ ରାହୁଲ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ର ଟି-୨୦ ରାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନଙ୍କ ସୁଚିରେ ଦ୍ୱିତୀୟ ନମ୍ବରରେ ପହଁଚିଯାଇଛନ୍ତି। ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୭ ମ ସ୍ଥାନରେ ଅଛନ୍ତି।ରାହୁଲଙ୍କର ୮୧୬ ଅଙ୍କ ଅଛି ସେ ଇଂଲଣ୍ଡର ଡେଭିଡ ମଲାନ(୯୧୫ ଅଙ୍କ) ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୋହଲିଙ୍କର ୬୯୭ ଅଙ୍କ ଅଛି।

କେଏଲ ରାହୁଲ ଦୁଇମାସରୁ ଅଧିକ ସମୟ ହେବ ଗୋଟିଏ ମଧ୍ୟ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳି ନାହାଁନ୍ତି। ସେ ନିଜ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ ୮ ଡିସେମ୍ବରକୁ ସିଡନିରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳିଥିଲେ। ସେ ତିନୋଟି ଟି-୨୦ ସିରିଜର ଶେଷ ମ୍ୟାଚ ଥିଲା। ରାହୁଲଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ସିରିଜ ପାଇଁ ମଧ୍ୟ ବଛାଯାଇଥିଲା କିନ୍ତୁ ମ୍ୟାଚ ପୁର୍ବରୁ ସେ ଆଘାତ ହୋଇଯାଇଥିଲେ। ସିଡନି ଟେଷ୍ଟ ପୂର୍ବରୁ ଅଭ୍ୟାସ ସମୟରେ ତାଙ୍କ ବାମ କାନ୍ଧରେ ଆଘାତ ହୋଇଥିଲା। ଏହା ପରେ ସେ ସ୍ବଦେଶ ଫେରିଆସିଥିଲେ।
ଟି-୨୦ ବ୍ୟାଟ୍ସମ୍ୟାନଙ୍କ ରାଙ୍କିଙ୍ଗରେ ଟପ ୧୦ରେ କେଏଲ ରାହୁଲ ଓ ବିରାଟ କୋହଲି ଅଛନ୍ତି। ସେହିପରି ଟି-୨୦ ବୋଲର ରାଙ୍କିଙ୍ଗରେ ଟପ ୧୦ ରେ କୌଣସି ଭାରତୀୟ ବୋଲର ନାହାଁନ୍ତି। ସେହିପରି ଟି-୨୦ ଅଲରାଉଣ୍ଡରଙ୍କ ରାଙ୍କିଙ୍ଗରେ ଟପ ୧୦ରେ ମଧ୍ୟ କୌଣସି ଇଣ୍ଡିଆନ ଅଲରାଉଣ୍ଡର ନାହାଁନ୍ତି।

ଅଷ୍ଟେଲିଆର ସୀମିତ ଓଭରର ଅଧିନାୟକ ଏରନ ଫିଞ୍ଚ (୮୦୮) ମଧ୍ୟ ତୃତୀୟ ସ୍ଥାନରେ ପହଁଚିଯାଇଛନ୍ତି। ଯେବେକି ପାକିସ୍ତାନର ଅଧିନାୟକ ବାଵର ଆଜାମ(୮୦୧) ଚତ୍ରୁର୍ଥ ସ୍ଥାନକୁ ଖସିଆସିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ସୁଚିରେ ଭାରତର କେଏଲ ରାହୁଲ ଓ ବିରାଟ କୋହଲି ହିଁ ଶୀର୍ଷ ୧୦ ରେ ସାମିଲ ଅଛନ୍ତି। ବୋଲିଙ୍ଗ ଓ ଅଲରାଉଣ୍ଡର ସୁଚିରେ ଟପ ୧୦ ରେ କୌଣସି ଭାରତୀୟ ନାହାଁନ୍ତି। ଏହି ରାଙ୍କିଙ୍ଗ ପାକିସ୍ତାନ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟି୨୦ ସିରିଜ ପରେ ଘୋଷଣା କରାଯାଇଛି। ପାକିସ୍ତାନ ସେହି ସିରିଜ ୨-୧ରେ ଜିତିଛି।
ବୋଲିଙ୍ଗ ସୁଚିରେ ଦକ୍ଷିଣଆଫ୍ରିକାର ସ୍ପିନର ନବରେଜ ସମସି ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଦ୍ୱିତୀୟ ରାଙ୍କିଙ୍ଗ ଲାଭ କରିଛନ୍ତି। ଆଫଗାନିସ୍ଥାନର ସ୍ପିନର ରାସିଦ ଖାନ ଏକ ନମ୍ବର ରାଙ୍କିଙ୍ଗରେ ରହିଛନ୍ତି। ଏହି ସିରିଜ ପରେ ଟିମର ସୁଚିରେ କୌଣସି ବଦଳ ଆସିନାହିଁ। ପାକିସ୍ତାନ ୧ ଅଙ୍କ ହାସଲ କଲା କିନ୍ତୁ ସେ ଏବେ ମଧ୍ୟ ଚତ୍ରୁର୍ଥ ସ୍ଥାନରେ ଅଛି। ଦକ୍ଷିଣଆଫ୍ରିକା ଏକ ଅଙ୍କ ହରାଇଛି ଏହା ପରେ ମଧ୍ୟ ସେ ରାଙ୍କ ୫ ରେ ରହିଛି ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।