ଇଂଲଣ୍ଡ ଠାରୁ କିପରି ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ହାରିଲା ଜାଣନ୍ତୁ ଏହି ୧୦ଟି ପଏଂଟରେ ବିବରଣୀ।

କାହାକୁ ଆଶା ନଥିଲା କି ଭାରତ ଇଂଲଣ୍ଡ ଠାରୁ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ହାରିଯିବ ବୋଲି ତାହା ବି ସେତେବେଳେ ଯେତେବେଳେ କି ଭାରତ ଅଷ୍ଟ୍ରେଲିଆକୁ ତାଙ୍କରି ଘରେ ହରେଇକି ଆସିଛି। ଏବେ ଇଂଲଣ୍ଡ ସିରିଜରେ ୧-୦ ର ବୃଦ୍ଧି ନେଇଯାଇଛି।

Google

୧: ଟସ ହାରିବା କ୍ଷତିକାରକ ଥିଲା: ଇଂଲଡ଼ ଟସ ଜିତିବା ଭାରତ ପାଇଁ କ୍ଷତିକାରକ ଥିଲା କାରଣ ଏହାପରେ ଇଂଲଣ୍ଡ ପ୍ରାୟ ୧୯୦ ଓଭର ବ୍ୟାଟିଂ କଲା।

୨: ଇଂଲଣ୍ଡ ନିଜର ପ୍ରଥମ ପାଳିରେ ଭଲ ବ୍ୟାଟିଂ କଲା: ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବହୁତ ଉନ୍ନତ ବ୍ୟାଟିଂ କଲା। ରୋରି ବର୍ଣ୍ଣସ ଆଉ ଡମ ଶିବଲି ପ୍ରଥମ ୱିକେଟ ପାଇଁ ୬୩ ରନ ସଂଗ୍ରହ କଲେ। ତା ପରେ ଜୋ ରୁଟ ଆଉ ଶିବଲିଙ୍କ ଭିତରେ ୨୦୦ ରନର ପାର୍ଟନରଶିପ ହେଲା। ବେନ ଷ୍ଟକସ ଆଉ ରୁଟଙ୍କ ଭିତରେ ବି ୧୨୫ ରନର ପାର୍ଟନରଶିପ ହେଲା।

୩: ଭାରତୀୟ ସ୍ପିନର ପ୍ରଭାବଶାଳୀ ଦେଖାଗଲେ ନାହିଁ: ଭାରତୀୟ ଟିମକୁ ସ୍ପିନର ମାନେ ନିରାଶ କଲେ। ଭାରତକୁ ଆଶା ଥିଲା କି ଏହି ପିଚରେ ସ୍ପିନର ମାନଙ୍କୁ ସାହାଯ୍ୟ ମିଳିବ ମାତ୍ର ଏହା ହେଲାନାହିଁ।

Google

୪: ଭାରତୀୟ ବୋଲର ପ୍ରେସର ପକାଇ ପାରିଲେ ନାହିଁ: ଭାରତୀୟ ବୋଲର ଏହି ମ୍ୟାଚରେ ଇଂଲିଶ ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ପ୍ରେସର ପକାଇ ପାରିଲେ ନାହିଁ। ଏଥିରେ ଆର ଅଶ୍ୱିନ ସଫଳତ୍ତମ ବୋଲର ରହିଲେ ଆଉ ୯ ୱିକେଟ ନେଲେ ଆଉ ନଦୀମ ବି ୪ଟି ୱିକେଟ ଅକ୍ତିଆର କରିଥିଲେ।

୫: ୱାଶିଂଟନ ସୁନ୍ଦରଙ୍କୁ ନିରାଶା ହାତ ଲାଗିଲା: ବୋଲିଂରେ ୱାଶିଂଟନ ସୁନ୍ଦରଙ୍କୁ ନିରାଶା ଲାଗିଲା। ଚେନ୍ନାଇର ୱିକେଟ ଏମିତି ଥିଲା କି ପ୍ରଥମ ପାଳିରେ ଭାରତୀୟ ବୋଲର ମାନଙ୍କୁ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡ଼ିଲା।

୬: ଜୋ ରୁଟଙ୍କର ଜବରଦସ୍ତ ବ୍ୟାଟିଂ: ଇଂଲଣ୍ଡ ଅଧିନାୟକ ରୁଟ ଜବରଦସ୍ତ ବ୍ୟାଟିଂ କଲେ ଆଉ ୩୭୭ ବଲରେ ୨୧୮ ରନ ବନେଇଲେ। ତାଙ୍କର ଏହି ବ୍ୟାଟିଂ ହିଁ ଅତିଥି ମାନଙ୍କୁ ବିଜୟ ଦେଲା।

Google

୭:- ଭାରତ ପ୍ରେସରରେ ଆସିଗଲା: ଇଂଲଣ୍ଡର ପ୍ରଥମ ଇନିଂସ ସମାପ୍ତ ହେବା ପରେ ଜବାବରେ ଭାରତ ୩୩୭ ରନରେ ଅଲ ଆଉଟ ହେଇଗଲା ଆଉ ଇଂଲଣ୍ଡ ଟିମକୁ ୨୪୧ ରନରେ ଲିଡ଼ ମିଳିଗଲା। ଏହାଦ୍ୱାରା ଭାରତ ପ୍ରେସରରେ ଆସିଗଲା।

୮: ଏହି ଖେଳାଳି ମାନେ ନିରାଶ କଲେ: ଏହି ମ୍ୟାଚରେ ଦ୍ରୁତ ବୋଲର ଇଶାନ୍ତ ଶର୍ମା କିଛି ଖାସ ପ୍ରଭାବୀ ରହିଲେ ନାହିଁ। ରୋହିତ ଶର୍ମାଙ୍କ ଠାରୁ ବହୁତ ଆଶା ଥିଲା ତଥାପି ସେ ଭଲ ପ୍ରଦର୍ଶନ କରି ପାରିଲେ ନାହିଁ। ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ ବି କିଛି କରି ପାରିଲେ ନାହିଁ।

Google

୯: ଇଂଲିଶ ବୋଲର ମାନେ ଭଲ ପ୍ରଦର୍ଶନ କଲେ: ସାଧାରଣ ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ସ୍ପିନର ମାନଙ୍କୁ ଭଲ ଭାବରେ ଖେଳନ୍ତି। ଖାସ କରି ଘରୋଇ ସ୍ଥିତିରେ। ମାତ୍ର ଏଥର ଇଂଲିଶ ସ୍ପିନର ଡମ ବେଶ ଆଉ ଜ୍ୟାକ ଲିଚ ଭଲ ବୋଲିଙ୍ଗ କଲେ ଆଉ ଦୁହେଁ ମିଶି ଭାରତର ୧୧ଟି ୱିକେଟ ଅକ୍ତିଆର କରିନେଲେ।

୧୦: ଏଣ୍ଡରସନଙ୍କର ବୋଲିଂ: ଜେମ୍ସ ଆଣ୍ଡରସନଙ୍କର ବୋଲିଂ ଦ୍ୱିତୀୟ ଇନିଂସରେ ଭାରତର କମର ଭାଙ୍ଗିଦେଲା। ସେ ଶୁଭମାନ ଗିଲ, ଆଜିଙ୍କ୍ୟ ରାହାଣେ ଆଉ ଋଷଭ ପନ୍ତଙ୍କୁ ଆଉଟ କଲେ ଆଉ ମୋଟ ୫ଟି ୱିକେଟ ଅକ୍ତିଆର କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *