ପେଟ୍ରୋଲ ପମ୍ପର ଲୋକ ଏହି ୧୨ଟି ପ୍ରକାରରେ ଦିଅନ୍ତି ଆପଣଙ୍କୁ ଧୋକା,ସବୁବେଳେ ଏହି କଥାଗୁଡିକର ଧ୍ୟାନ ରଖନ୍ତୁ।

୧)ସବୁବେଳେ ରିଜର୍ଭ ପୂର୍ବରୁ ଭରନ୍ତୁ ପେଟ୍ରୋଲ: ବହୁତ କମ ଲୋକଙ୍କୁ ଜଣା ଅଛି କି ଖାଲି ଟାଙ୍କିରେ ପେଟ୍ରୋଲ ଭରିବା ଦ୍ୱାରା କ୍ଷତି ହୋଇଥାଏ। ଏହାର କାରଣ ଏହା କି ଯେ ଯେତେ ଖାଲି ଆପଣଙ୍କ ଟାଙ୍କି ହେବ, ସେତକି ହିଁ ଟାଙ୍କିରେ ପବନ ଥିବ। ଏମିତିରେ ଯଦି ଆପଣ ପେଟ୍ରୋଲ ଭରନ୍ତି,ତେବେ ବତୁ କାରଣରୁ ପେଟ୍ରୋଲର ମାତ୍ରା କମ ହେବ। ଏଥିପାଇଁ ଅତି କମରେ ଟ୍ୟାଙ୍କ ରିଜର୍ଭ ହେବା ପର୍ଯ୍ୟନ୍ତ ଆସିବାର ଅପେକ୍ଷା କରନ୍ତୁ ନାହିଁ। ଅଧା ଟାଙ୍କି ସବୁବେଳେ ଭରି ରଖନ୍ତୁ।

Google

୨)ଡିଜିଟାଲ ମିଟର ଥିବା ପେଟ୍ରୋଲ ପମ୍ପକୁ ହିଁ ଯାଆନ୍ତୁ: ପେଟ୍ରୋଲ ସବୁବେଳେ ଡିଜିଟାଲ ମିଟର ଥିବା ପେଟ୍ରୋଲ ପମ୍ପରେ ହିଁ ଭରନ୍ତୁ । ପ୍ରକୃତରେ ପୁରୁଣା ପେଟ୍ରୋଲ ପମ୍ପରେ ଯନ୍ତ୍ରଗୁଡିକରେ କମ ପେଟ୍ରୋଲ ଭରି ହେବାର ସମ୍ଭାବନା ଅଧିକ ରହିଥାଏ। ଆପଣ ଏହାକୁ ଧରି ମଧ୍ୟ ପାରିବେ ନାହିଁ।ଏହା କାରଣ ଅଟେ କି ଦେଶରେ ଲଗାତାର ପୁରୁଣା ପେଟ୍ରୋଲ ପମ୍ପ ଯନ୍ତ୍ରଗୁଡିକୁ ହଟା ଯାଉଅଛି ଓ ଡିଜିଟାଲ ମିଟର ଥିବା ପେଟ୍ରୋଲ ପମ୍ପ ଲଗାଯାଉଛି। ଆପଣ ମଧ୍ୟ ଧ୍ୟାନ ରଖନ୍ତୁ।

୩)ରହି- ରହି କରି ଚାଲୁଥିବା ମିଟର: ପ୍ରାୟ ଆପଣ ଦେଖିଥିବେ କି ପେଟ୍ରୋଲ ଭରିବା ସମୟରେ ମିଟର ବାରମ୍ବାର ରହିଯାଏ। ଯଦିଓ ଧିରେ ଧିରେ କରି ଏହି ପ୍ରକାରରେ ଆପଣଙ୍କୁ ପେଟ୍ରୋଲ ଦେଇ ଦିଆଯାଏ। ସୂଚନା ଅନୁସାରେ ବାରମ୍ବାର ରହୁଥିବାରୁ ଆପଣଙ୍କୁ ପେଟ୍ରୋଲର କ୍ଷତି ହୋଇପାରେ। ଏଥିପାଇଁ ଯଦି କୌଣସି ପ୍ରଟ୍ରୋଲ ପମ୍ପରେ ଏପରି ଯନ୍ତ୍ର ଅଛି ତେବେ ଏହି ଯନ୍ତ୍ର ଅଛି ତେବେ ଏହି ଯନ୍ତ୍ରରେ ପେଟ୍ରୋଲ ଭରିବାରୁ ବଞ୍ଚନ୍ତୁ।

୪)ମିଟରରୁ ନଜର ହଟାନ୍ତୁ ନାହିଁ: ଅଧିକାଂଶ ଲୋକ ଯେତେବେଳେ ନିଜର କାରରେ ପେଟ୍ରୋଲ/ଡିଜେଲ ଭରୁ ଥାଆନ୍ତି ତେବେ ଗାଡିରୁ ତଳକୁ ଓହ୍ଲାନ୍ତି ନାହିଁ। ଏହାର ଫାଇଦା ଉଠାଇଥାନ୍ତି ପେଟ୍ରୋଲ ପମ୍ପର କର୍ମୀ। ପେଟ୍ରୋଲ ଭରୁଥିବା ସମୟରେ କାରରୁ ଓହ୍ଲାନ୍ତୁ ଓ ମିଟର ପାଖରେ ଠିଆ ହୁଅନ୍ତୁ ଓ ସେଲସ କର୍ମୀଙ୍କର ସମସ୍ତ ଗତିବିଧିକୁ ଦେଖନ୍ତୁ। ଏହାଦ୍ୱାରା ଆପଣଙ୍କ ସହିତ ଧୋକା ହେବାର ସୁଯୋଗ ବହୁତ କମ ହୋଇଯିବ।

୫)ସବୁବେଳେ ଶୂନ୍ୟ ଦେଖିକରି ହିଁ ପେଟ୍ରୋଲ ଭରନ୍ତୁ: ହୋଇପାରେ କି ଆପଣଙ୍କୁ କଥାରେ ବ୍ୟସ୍ତ କରି ପେଟ୍ରୋଲ ପମ୍ପର କର୍ମୀମାନେ ଶୂନ୍ୟ ତ ଦେଖାଇବେ,କିନ୍ତୁ ମିଟରରେ ଆପଣଙ୍କ ଦ୍ଵାରା କୁହାଯାଇଥିବା ମୂଲ୍ୟ ପକାଇ ନଥିବେ।ଆଜିକାଲି ସମସ୍ତ ପେଟ୍ରୋଲ ପମ୍ପରେ ଡିଜିଟାଲ ମିଟର ଅଛି।ଏଥିରେ ଆପଣଙ୍କ ତରଫରୁ କୁହାଯାଇଥିବା ପେଟ୍ରୋଲର ପରିମାଣ ଓ ମୂଲ୍ୟ ପ୍ରଥମରୁ ହିଁ ଭରା ଯାଇଥାଏ। ଏଥିରେ ପେଟ୍ରୋଲ ପମ୍ପର କର୍ମୀମାନଙ୍କର ମନ ଇଚ୍ଛା ଓ ଧୋକା ଦେବାର ସୁଯୋଗ ବହୁତ କମ ହୋଇଯାଏ।

Google

୬)ରିଡିଙ୍ଗ ହେଉ ଏହିଠାରୁ ଆରମ୍ଭ: ପେଟ୍ରୋଲ ପମ୍ପର ଯନ୍ତ୍ରରେ ଶୂନ୍ୟ ପରିମାଣ ତ ଆପଣ ଦେଖିନେଲେ କିନ୍ତୁ ରିଡିଙ୍ଗ ଆରମ୍ଭ କେଉଁ ପରିମାଣରୁ ହେଲା । ସିଧା ୧୦,୧୫ କିମ୍ବା ୨୦ରୁ । ମିଟରର ରିଡିଙ୍ଗ ଅତି କମରେ ୩ରୁ ଆରମ୍ଭ ହୁଏ । ଯଦି ୩ରୁ ଅଧିକ ଅଙ୍କକୁ ଡେଇଁଲା ତେବେ ବୁଝି ନିଅନ୍ତୁ ଆପଣଙ୍କର କ୍ଷତି ମଧ୍ୟ ସେତିକି ହିଁ ହେବ।

୭)ଯଦି ମିଟର ଶୀଘ୍ର ଚାଲୁଛି: ଆପଣ ପେଟ୍ରୋଲ ଅର୍ଡର କଲେ ଓ ମିଟର ବହୁତ ଶୀଘ୍ର ଚାଲୁଅଛି,ତେବେ ବୁଝିନିଅନ୍ତୁ କିଛି ଗଡବଡ଼ ଅଛି। ପେଟ୍ରୋଲ କର୍ମୀମାନଙ୍କୁ ମିଟରର ଗତି ସାଧାରଣ କରିବାକୁ କୁହନ୍ତୁ । ହୋଇପାରେ କି ଶୀଘ୍ର ମିଟର ଚାଲିବାରୁ ଆପଣଙ୍କ ପକେଟ ମାର ହୋଇପାରେ ।

୮)ଚେକ୍ କରୁଥାନ୍ତୁ ମାଇଲେଜ: ପେଟ୍ରୋଲ ଚୋରି କରିବା ପାଇଁ ପମ୍ପ ମାଲିକ ପ୍ରାୟ ପ୍ରଥମରୁ ହିଁ ମିଟରରେ ଅଦଳ ବଦଳ କରିଦିଅନ୍ତି। ସୂଚନକାରୀ ନରେଶ ତନେଜାଙ୍କ ଅନୁସାରେ ଦେଶରେ କେତେକ ପେଟ୍ରୋଲ ପମ୍ପ ଏବେ ମଧ୍ୟ ପୁରୁଣା ଶୈଳୀରେ ଚାଲୁଛନ୍ତି। ଯେଉଁଥିରେ ଅଦଳ ବଦଳ କରିବା ବହୁତ ସହଜ ଅଟେ। ନିୟମ ଅନୁସାରେ ପେଟ୍ରୋଲ ଭରିବାର ଯନ୍ତ୍ର ଖରାପ ହେଲେ କେବଳ ତେଲ କମ୍ପାନୀର ଯନ୍ତ୍ରୀ ହିଁ ତାକୁ ଠିକ କରିପାରିବେ। କିନ୍ତୁ ପେଟ୍ରୋଲ ପମ୍ପର ମାଲିକ ପ୍ରାୟ ବେସରକାରୀ ଯନ୍ତ୍ରୀଙ୍କର ସାହାଯ୍ୟ ନିଅନ୍ତି।ଯନ୍ତ୍ରରେ ଅଦଳ ବଦଳ ସେହି ସମୟରେ ହୋଇଥାଏ।ସେଥିପାଇଁ ଆପଣ ଅଲଗା ଅଲଗା ପେଟ୍ରୋଲ ପମ୍ପରୁ ତେଲ ଭରନ୍ତୁ ଏବଂ ନିଜ ଗାଡିର ମାଇଲେଜ ଲଗାତାର ଦେଖନ୍ତୁ।

୯)ଚେକ୍ କରନ୍ତୁ କି ପାଇପରେ ବଲ ଅଛି କି ନାହିଁ: ତେଲ ଭରିବା ସମୟରେ ଗାଡିକୁ ଯନ୍ତ୍ର ଠାରୁ ଟିକିଏ ଦୂରରେ ଠିଆ କରନ୍ତୁ ଯାହାଦ୍ଵାରା ପାଇପ ଟାଣି ହୋଇ ରହିବ ଓ ସେଥିରେ ପଡୁଥିବା ବଲରେ ତେଲ ବଳିକି ରହିଯିବ ନାହିଁ।

Google

୧୦)ରାଉଣ୍ଡ ଫିଗରର ମୂଲ୍ୟ ଦେଇ ଭରନ୍ତୁ ନାହିଁ ତେଲ: ପ୍ରାୟ ଲୋକ ୫୦୦,୧୦୦୦ କିମ୍ବା ୨୦୦୦ ଭଳି ମୂଲ୍ୟ ଦେଇ ପେଟ୍ରୋଲ କିମ୍ବା ଡିଜେଲ ଭରନ୍ତି। କିନ୍ତୁ କେତେକ ପେଟ୍ରୋଲ ପମ୍ପ ମାଲିକ ଏପରି ମୂଲ୍ୟ ପାଇଁ ପ୍ରଥମରୁ ହିଁ ଯନ୍ତ୍ରକୁ ସ୍ଥିର କରି ରଖିଥାନ୍ତି। ଏଥିପାଇଁ ଭଲ ହେବ କି ଆପଣ ରାଉଣ୍ଡ ଫିଗରର ମୂଲ୍ୟ ଦେଇ ପେଟ୍ରୋଲ ନ ଭରନ୍ତୁ। ୫୩୦ଟଙ୍କା କିମ୍ବା ୧୫୭୫ଟଙ୍କାର ପେଟ୍ରୋଲ ଭରିବାରେ ପେଟ୍ରୋଲର ଚୋରି କରିବା କଷ୍ଟ ହେବ ଓ ଆପଣଙ୍କର ପକେଟ ମାର ହେବ ନାହିଁ। ଏଥିପାଇଁ ଯେଉଁ ପର୍ଯ୍ୟନ୍ତ ସମ୍ଭବ ହେବ କାର୍ଡରେ ପୈଠ କରନ୍ତୁ।

୧୧)କଣ ଆପଣ ତେଲ ବଦଳରେ ପବନ ଭରୁଛନ୍ତି କି?: ଟାଙ୍କି ଫୁଲ କରିବା ସମୟରେ ଅଟୋ କଟ ହେବା ପରେ ପ୍ରାୟ ପେଟ୍ରୋଲ ପମ୍ପ ରାଉଣ୍ଡ ଫିଗରରେ ପେଟ୍ରୋଲ ଭରି ଦେବାର କଥା କୁହନ୍ତି। ଏଥିପାଇଁ ରାଜି ହୁଅନ୍ତୁ ନାହିଁ କାରଣ ଅଟୋ କଟ ହେବା ପରେ ପ୍ରାୟ ଆପଣଙ୍କ ଗାଡ଼ିରେ କମ ତେଲ ଯାଏ ଓ କେତେଥର ଯନ୍ତ୍ର ରିସେଟ ନ ହେବା କାରଣରୁ କିଛି ତେଲ ଯାଏ ନାହିଁ ଅଥବା କେବଳ ପବନ ହିଁ ଆପଣଙ୍କ ଗାଡିର ଟାଙ୍କିକୁ ଯାଇଥାଏ।

୧୨)ଅଭିଯୋଗ ଦାଖଲ କରିବା ପାଇଁ ଭୁଲନ୍ତୁ ନାହିଁ: ଯଦି ଆପଣଙ୍କୁ ପେଟ୍ରୋଲ ଚୋରିର ଟିକେ ବି ସନ୍ଦେହ ହେଉଛି ତେବେ ପେଟ୍ରୋଲ ପମ୍ପର ମ୍ୟାନେଜରକୁ ଅଭିଯୋଗ ବହି ମାଗି ଲିଖିତ ଅଭିଯୋଗ ଦାଖଲ କରିବା ହେଳା କରନ୍ତୁ ନାହିଁ । ଯଦି ଆପଣଙ୍କୁ ଅଭିଯୋଗ ବହି ଦେବାରେ ଏପଟ ସେପଟ କରାଯାଏ ତେବେ କମ୍ପାନୀର କଷ୍ଟମର କେୟାରଙ୍କୁ ଅଭିଯୋଗ କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *