ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମୈଦାନ ଉପରେ ଦେଖାଯିବେ କି ଦର୍ଶକ? ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତ ଆଉ ଇଂଲଣ୍ଡ ଭିତରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ଭିତରେ ମୈଦାନ ଭିତରକୁ ଆସିପାରନ୍ତି ଦର୍ଶକ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚେନ୍ନାଇର ଚିପକ ଷ୍ଟାଡିୟମ ତଥା ଅହମ୍ମଦାବାଦର ମୋଟେରା ଷ୍ଟାଡିଅମରେ ୫୦%ଦର୍ଶକ ମାନଙ୍କୁ ପସେଇବା ପାଇଁ ପ୍ରଚେଷ୍ଟା ଚଳେଇଛି। ଭାରତ ଆଉ ଇଂଲଣ୍ଡ ଭିତରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚିପକରେ ଖେଳାଯିବ। ଯେତେବେଳେ କି ତୃତୀୟ ଆଉ ଚତୁର୍ଥ ଟେଷ୍ଟ ମ୍ୟାଚ ଅହମ୍ମଦାବାଦ ମୋଟେରା ଷ୍ଟାଡିଅମରେ ଅନୁଷ୍ଠିତ ହେବ। ବିସିସିଆଇ ଏହା ବାବଦରେ କ୍ରିକେଟ ଅଷ୍ଟ୍ରେଲିଆ ପାଖରୁ ଉପଦେଶ ନେଇଛି ଯିଏ କି ବର୍ଡର ଗାଭାସ୍କର ଟ୍ରଫିରେ ଦର୍ଶକ ମାନଙ୍କୁ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଥିଲା।

Google

ବିସିସିଆଇର ଜଣେ ବରିଷ୍ଠ ସୂତ୍ର ତାଙ୍କର ନାମ ନ ଛାପିବା ସର୍ତ୍ତରେ ପିଟିଆଇକୁ କହିଲେ ” ବୋର୍ଡ ଚାରୋଟି ଟେଷ୍ଟ ମ୍ୟାଚର ସିରିଜରେ ୫୦ ପ୍ରତିଶତ ଦର୍ଶକ ମାନଙ୍କୁ ମୈଦାନ ଭିତରକୁ ଆସିବାକୁ ଅନୁମତି ଦିଆଯିବା ଉପରେ ନଜର କରୁଛି।” ଏହା ପାଇଁ ବିସିସିଆଇ ତାମିଲନାଡୁ କ୍ରିକେଟ ସଂଘ ଆଉ ଗୁଜୁରାଟ କ୍ରିକେଟ ସଂଘ ସହ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହ କଥା ହେଉଛି।

ବାକି ବିସିସିଆଇର କହିବା କଥା କି ଯଦି ଚେନାଇ ଆଉ ଅହମ୍ମଦାବାଦରେ କରୋନା ଭାଇରସ ମାମଲାରେ ବୃଦ୍ଧି ହୁଏ ତାହେଲେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ କି ଦର୍ଶକ ମାନଙ୍କୁ ଆସିବାକୁ ଦିଆଯିବ କି ନାହିଁ। ଆଉ ଯଦି ଦର୍ଶକ ମାନଙ୍କୁ ଆସିବାର ଅନୁମତି ଦିଆଯାଏ ତାହେଲେ ବିସିସିଆଇର ଅଧିକାରୀ ମାନଙ୍କ ଅନୁସାରେ ଆଇପିଏଲରେ ବି ଦର୍ଶକ ମାନଙ୍କୁ ଆସିବାକୁ ଅନୁମତି ଦିଆଯିବ। ଆପଣଙ୍କୁ କହି ରଖୁଛୁ କି ବିସିସିଆଇ ଆଇପିଏଲ ୨୦୨୧ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି। କରୋନା ଭାଇରସ କାରଣରୁ ଆଇପିଏଲ ୨୦୨୦ କୁ ସଂଯୁକ୍ତ ଆରବ ଏମୀରେଟସ ଅଥବା ୟୁଏଇ ରେ ଆୟୋଜନ କରାଯାଇଥିଲା।

Google

ଅହମ୍ମଦାବାଦର ମୋଟେରା ଷ୍ଟାଡିଅମରେ ଏକ ଲକ୍ଷରୁ ଅଧିକ ଦର୍ଶକ ବସିବା ପାଇଁ ଜାଗା ତଥା ସିଟ ଅଛି। ଏଠାରେ ସୋସିଆଲ ଡିଷ୍ଟସିଙ୍ଗର ମାମଲା ରହିବ ନାହିଁ। ବାକି ଇଂଲଣ୍ଡ ଏବେ ଶ୍ରୀଲଙ୍କାରେ ଟେଷ୍ଟ ସିରିଜ ଖେଳୁଛି। ଏହାପରେ ସେ ଚଟାର୍ଡ ଫ୍ଲାଇଟରେ ଭାରତ ଆସିବେ ଆଉ ଏଠାରେ ଆସିକି ବାୟୋ ବବଲରେ ରହିବେ।

Google
ଇଂଲଣ୍ଡ ବିପକ୍ଷ ଭାରତୀୟ ଟିମ:-

ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା,ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ସାହା, ହାର୍ଦ୍ଧିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ,ଶରଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, କୂଳଦୀପ ୟାଦବ, ଉଆସିଙ୍ଗଟନ ସୁନ୍ଦର ଆଉ ଅକ୍ଷର ପଟେଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *