ଭାରତରେ ବ୍ଲାଡ଼ ଫ୍ଲୁ:ଭାରତରେ ଏ ପର୍ଯ୍ୟନ୍ତ ୯ଟି ରାଜ୍ୟରେ ବ୍ଲାଡ଼ ଫ୍ଲୁ ପ୍ରଚଳିତ ହୋଇସାରିଛି। ଏହି ରୋଗ ପାଇଁ ପଲ୍ୟୁଟାରି ଇଣ୍ଡଷ୍ଟ୍ରିକୁ ଜୋରଦାର ଝଟକା ଲାଗିଅଛି,ମନୁଷ୍ୟମାନଙ୍କ ମଧ୍ୟରେ ମଧ୍ୟ ଏହି ଡର ପ୍ରଚଳିତ ହୋଇଅଛି କି କଣ କୋରନା ଭାଇରସ ଭଳି ଏହି ରୋଗ ତାଙ୍କୁ ବି ନିଜ କବଳରେ ନେଇପାରିବ? ବର୍ତ୍ତମାନ କେରଳ,ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂମଧ୍ୟ ପ୍ରଦେଶରେ ଏହାର କାରଣରୁ ହଜାର ହଜାର ପକ୍ଷୀଗୁଡିଙ୍କୁ ଶେଷ କରିବାକୁ ପଡିଲା। ହରିୟାଣାରେ ବି ପଞ୍ଚକୁଲାର ପଲ୍ୟୁଟାରୀ ଫାର୍ମରେ କୁକୁଡାମାନଙ୍କର ଅସାଧରଣତଃ ମୃତ୍ୟୁ ପରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି। ପିଆଇବି ଠାରୁ ଜାରି ହୋଇଥିବା ସୂଚନା ଅନୁସାରେ ରାଜ୍ୟର ବରଵାଲା ଏବଂ ପଞ୍ଚକୁଲାରେ ବିତିଥିବା ୨୫ ଦିନରୁ ମୋଟ ୪,୩୦,୨୬୭ ପକ୍ଷୀଗୁଡିଙ୍କର ମୃତ୍ୟୁ ହୋଇଯାଇଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ନୂଆ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇରେ କାଉର ମୃତ୍ୟୁ ପୂର୍ବରୁ ହିଁ ହଇଚଇ ସୃଷ୍ଟି ହୋଇଥିଲା,ଏବେ ପରଭନୀରୁ ମଧ୍ୟ ଭାଇରସର ପୃଷ୍ଟି ହୋଇଯାଇଛି,ଯେଉଁଠାରେ ସରକାର ପାଖାପାଖି ୯,୦୦୦ ପକ୍ଷୀଗୁଡିକୁ ମାରିବାକୁ ଯାଉଛନ୍ତି। ଲାତୁର ଏବଂ ଅମରାବତୀରୁ ବି ପକ୍ଷୀଗୁଡିକଙ୍କର ମୃତ୍ୟୁର ଖବର ସାମ୍ନାକୁ ଆସିଛି।

ବ୍ଲାଡ଼ ଫ୍ଲୁ କ’ଣ ଅଟେ?:
ବ୍ଲାଡ଼ ଫ୍ଲୁ ଏକ ଭାଇରାଲ ଇନଫେକ୍ସନ ଅଟେ, ଯାହା ମୁଖ୍ୟତଃ ପକ୍ଷୀମାନଙ୍କୁ ହୁଏ। ଏହା ଏକ ପ୍ରକାରର ଇନଫ୍ଲୁଏନଜା ଅଟେ,ଯାହା ଟାଇପ-ଏ ଭାଇରସ ଠାରୁ ସାମନ୍ୟ ଭାବରେ ସଧାରଣ ପକ୍ଷୀ କିମ୍ବା ପଲ୍ୟୁଟାରିରେ ତିଆରି ହେଉଥିବା ପକ୍ଷୀମାନଙ୍କୁ ହୋଇଥାଏ। ଏହି ଭାଇରସର ମଧ୍ୟ କେତେକ ଶାଖା ଥାଇପାରେ। ଅଧିକାଂଶ ହାଲକା ଲକ୍ଷଣ ହୋଇଥାଏ, ଓ ଏହାର ପ୍ରଭାବରେ ପଲ୍ୟୁଟାରୀରେ ଅଣ୍ଡାର ଉତ୍ପାଦନ କମିଯାଏ କିନ୍ତୁ,କିଛି ପ୍ରକାରର ବହୁତ ହିଁ ଅଧିକ ବିପଦଜନକ ପ୍ରମାଣିତ ହୋଇଥାନ୍ତି ଓ ଏବେ ଭାରତର କେତେକ ରାଜ୍ୟରୁ ଯେଉଁ ମମାଲା ସାମ୍ନାକୁ ଆସୁଅଛି,ତାହା ସେମାନଙ୍କ ମଧ୍ୟରୁ ଅଟେ।ବର୍ତ୍ତମାନର ସଂକ୍ରମଣ ଏଚ୫ଏନ୧ ଓ ଏଚ୮ଏନ୧ ଶାଖା କାରଣରୁ ହେଉଅଛି,ଯାହା ପାଇଁ ବହୁତ ଅଧିକ ପକ୍ଷୀଙ୍କର ମୃତ୍ୟୁର ସୂଚନା ସାମ୍ନାକୁ ଆସୁଅଛି। ବ୍ଲାଡ଼ ଫ୍ଲୁ ଭାଇରସ ମଧ୍ୟ ସବୁଠୁ ପ୍ରଥେମ ୧୯୯୬ରେ ଚୀନରେ ସାମ୍ନାକୁ ଆସିଥିଲା।ଏହାପରେ ଏହା କେତେଥର ଦୁନିଆର କେତେକ ଦେଶରେ ପ୍ରଚଳିତ ହୋଇସାରିଛି। ଭାରତରେ ପ୍ରଥମ ସଂକ୍ରମଣ ୨୦୦୬ରେ ମହାରାଷ୍ଟ୍ରର ନନ୍ଦୁରବାରରେ ସାମ୍ନାକୁ ଆସିଥିଲା।
ବ୍ଲାଡ଼ ଫ୍ଲୁର ସଂକ୍ରମଣ କିପରି ପ୍ରଚଳିତ ହୋଇଥାଏ?:
ପାଣିରେ ରହୁଥିବା ପକ୍ଷୀ ଯେପରିକି ବତକ ଓ କଳା ହଂସର ମଳମୂତ୍ର ବ୍ଲାଡ଼ ଫ୍ଲୁ ଭାଇରସର ସଂକ୍ରମଣର ସବୁଠାରୁ ବଡ଼ କାରଣ ଧରାଯାଏ। ଏହି ପାଣିରେ ରହୁଥିବା ପକ୍ଷୀ ପ୍ରାୟତଃ ବହୁତ ଦୂର ଯାତ୍ରା କରିନିଅନ୍ତି। ଯାହାଦ୍ୱାରା ଏହାର ସଂକ୍ରମଣ ବହୁତ ଜଲ୍ଦି ଓ ଦୂର ଅଞ୍ଚଳ ପର୍ଯ୍ୟନ୍ତ ପ୍ରଚଳିତ ହେବାକୁ ଲାଗେ ଓ ଏହାର କବଳରେ ପଲ୍ୟୁଟାରୀ ଏବଂ ବାକି ପକ୍ଷୀମାନେ ଆସିବାକୁ ଲାଗନ୍ତି। ବର୍ତ୍ତମାନର ସମୟରେ ଏପରି ହିଁ ହେବାର ଲାଗୁଅଛି। କେତେଥର ଘୋଡ଼ା, ବିଲେଇ, କୁକୁରମାନଙ୍କ ମଧ୍ୟରେ ଏହାର ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

କ’ଣ ମଣିଷକୁ ହେଇପାରିବ ବ୍ଲାଡ଼ ଫ୍ଲୁ?:
ଏହାର ଜବାବ ଅଟେ ହଁ। ଏଚ୫ଏନ୧ ଭାଇରସ ବହୁତ ପ୍ରଜାତିମାନଙ୍କ ମଧ୍ୟରେ ପ୍ରଚଳିତ ହୋଇପାରେ ଓ ପୀଡିତ ପକ୍ଷୀ ଠାରୁ ଏହାର ସଂକ୍ରମଣ ମଣିଷମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ପକ୍ଷୀମାନଙ୍କ ଠାରୁ ମଣିଷକୁ ବ୍ଲାଡ଼ ଫ୍ଲୁ ହେବାର ପ୍ରଥମ ମାମଲା ୧୯୯୭ରେ ହଙ୍ଗକଙ୍ଗରେ ସାମ୍ନାକୁ ଆସିଥିଲା। ସେଠାରେ ଏକ ପଲ୍ୟୁଟାରୀ ଫାର୍ମ କର୍ମଚାରୀକୁ ପକ୍ଷୀମାନଙ୍କ ଠାରୁ ସଂକ୍ରମଣ ହୋଇଯାଇଥିଲା। ଯଦିଓ ଭାରତରେ ଏବେ ଯେଉଁ ବ୍ଲାଡ଼ ଫ୍ଲୁର ସଂକ୍ରମଣ ହେଉଅଛି,ସେଥିରୁ କୌଣସି ମଣିଷକୁ ସଂକ୍ରମିତ ହେବାର କୌଣସି ସୂଚନା ଆସି ନାହିଁ। ଯେଉଁ ବ୍ୟକ୍ତି ସଂକ୍ରମିତ ପକ୍ଷୀଙ୍କର ସମ୍ପର୍କରେ ଆସନ୍ତି, ତାଙ୍କୁ ଏହାର ସଂକ୍ରମଣ ହେବାର ସବୁଠାରୁ ଅଧିକ ବିପଦ ଥାଏ।
ଭାରତରେ ମଣିଷମାନଙ୍କୁ କେତେ ଅଛି ବିପଦ?:
ସୁବିଜ୍ଞମାନେ କୁହନ୍ତି କି ଦକ୍ଷିଣ ପୂର୍ବ ଏସିଆର ଦେଶ ଅପେକ୍ଷା ଭାରତରେ ଏଚ୫ଏନ୧ ଭାଇରସରୁ ମଣିଷମାନଙ୍କର ସଂକ୍ରମିତ ହେବାର ଆଶଙ୍କା ବହୁତ କମ ଅଛି। ମସଲନ, ବମ୍ବେ ଭେଟନାରୀ କଲେଜର ଡିନ ଡ଼ାଃ .ଏଏସ ରାଣାଡ଼େ ଇଣ୍ଡିଆନ ଏକ୍ସପ୍ରେସକୁ କହିଥିଲେ କି,ଯେମିତି ହିଁ ଏହି ଭାଇରସକୁ ୭୦ଡିଗ୍ରୀରୁ ଅଧିକ ତାପମାନ ମିଳିଥାଏ ଏହା ତୁରନ୍ତ ମରିଯାଏ। ତାଙ୍କ ଅନୁସାରେ,’ଦକ୍ଷିଣ-ପୂର୍ବ ଏସିଆର ଦେଶ ଠାରୁ ଓଲଟା ଭାରତରେ ମାଂସ ଓ ଅଣ୍ଡା ଦୁହିଁଙ୍କୁ ଭଲ ଭାବରେ ରାନ୍ଧି କରି ଖିଆଯାଏ,ଯେଉଁ କାରଣରୁ ତାଙ୍କୁ ୧୦୦ ଡିଗ୍ରୀରୁ ଅଧିକ ତାପମାନରେ ଯିବାକୁ ପଡିଥାଏ। ଏଥିପାଇଁ ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା ଭାରତରେ ଏହି ଭାଇରସର ସଂକ୍ରମଣର ବିପଦ ବହୁତ ହିଁ କମ ଅଟେ।’

ଏହି ରୋଗ କେତେ ବିପଦପୂର୍ଣ୍ଣ ଅଟେ?:
ବ୍ଲାଡ଼ ଫ୍ଲୁରୁ ହେଉଥିବା ମୃତ୍ୟୁର ହାର ପାଖାପାଖି ୬୦ ପ୍ରତିଶତ ଅଟେ। ୨୦୦୬ରୁ ୨୦୧୮ ମଧ୍ୟରେ ଭାରତରେ ମୋଟ ୨୨୫ ଜାଗାରେ ଏହାର ସଂକ୍ରମଣ ପ୍ରଚଳିତ ହୋଇଛି। ଏହାର ସଂକ୍ରମଣଙ୍କୁ ନିୟନ୍ତ୍ରିତ କରିବା ପାଇଁ ୮୩.୪୯ ଲକ୍ଷ ପକ୍ଷୀଙ୍କୁ ମାରିବାକୁ ପଡିଲା ଓ ସରକାରଙ୍କୁ ପଲ୍ୟୁଟାରୀ କୃଷକମାନଙ୍କୁ ତାଙ୍କର କ୍ଷତି ପୂରଣ ବାବଦରେ ୨୬.୩୭କୋଟି ଟଙ୍କାର ଭରପାଇ କରିବାକୁ ପଡିଲା।ଭାରତରେ ଏ ପର୍ଯ୍ୟନ୍ତ ୯ଟି ରାଜ୍ୟରେ ଏହାର ପ୍ରଚଳନ ହୋଇସାରିଛି। ଏହି ରାଜ୍ୟ ମଧ୍ୟରେ ଦିଲ୍ଲୀ,କେରଳ,ମହାରାଷ୍ଟ୍ର,ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ,ଗୁଜୁରାଟ, ହରିୟାଣା ଓ ହିମାଚଳ ପ୍ରଦେଶ ସାମିଲ ଅଟେ। ଜାମ୍ମୁ-କାଶ୍ମୀର ଓ ଛତିଶଗଡ଼ରେ ଆଲର୍ଟ ଜାରି କରାଯାଇସାରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।