IPL ୨୦୨୧: DC VS CSK: କିଛି ସମୟ ଭିତରେ ଆରମ୍ଭ ହେବ ମହା ମୁକାବିଲା। ଦେଖନ୍ତୁ ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଁ ଏକାଦଶ।

ଆଇପିଏଲ ଆରମ୍ଭ ହୋଇସାରିଛି। ପ୍ରଥମ ମ୍ୟାଚ ରୋମାଂଚକ ହେବା ପରେ ଏବେ ନଜର ୨ୟ ମ୍ୟାଚକୁ ଯାହାକି ଚେନ୍ନାଇ ସୁପର କିଙ୍ଗସ ସହିତ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚ ମଧ୍ୟରେ ଦୁଇ ଦଳ ନିଜର ବିଜୟ ସହ ଟୁର୍ଣାମେଣ୍ଟ ଆରମ୍ଭ କରିବାକୁ ଚାହିଁବେ।

Google

ଦିଲ୍ଲୀ କ୍ୟାପିଟାଲସ ଏଥର ଋଷବ ପନ୍ତଙ୍କ କ୍ୟାପଟେନସି ରେ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସକୁ ସାମ୍ନା କରିବ। ଚେନ୍ନାଇ ଦଳ ଏଥର ନିଜ ପ୍ଲେଇଁ ଏକାଦଶରେ କିଛି ନୂଆ ମୁହଁଙ୍କୁ ସାମିଲ କରିପାରେ। ଯେଉଁଥିରେ କୃଷ୍ଣପା ଗୌତମ ଅନ୍ୟତମ। ଦଳର କମ୍ବିଂନେସନ ବହୁତ ଭଲ ଅଛି। ମାନା ଯାଉଛି ଦଳ ଫାଫ ଡୁପ୍ଲେସିଙ୍କ ସହିତ ଋତୁରାଜ ଗାଇକବଡ ସହ ଓପନ କରିବ। ମଧ୍ୟକ୍ରମ ସୁରେଶ ରାଇନା ଏବଂ ଅମ୍ବତି ରାୟୁଡୁ ସମ୍ଭାଳିପାରିବେ। ଫିନିସର କଥା କହିବା ତ ଚେନ୍ନାଇ ପାଖରେ ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜାଙ୍କ ସମେତ ସାମ କରନ ମଧ୍ୟ ସାମିଲ ଅଛନ୍ତି।

Google

ଏପଟେ ଦିଲ୍ଲୀ ହୋଇଥିବା ପୂର୍ବ ମିନି ଅକ୍ସନରେ ଅଷ୍ଟ୍ରେଲିଆର ମହାନ ଖେଳାଳି ଷ୍ଟିଭ ସ୍ମିଥଙ୍କୁ କିଣିଛି। ଦଳ ଶିଖର ଧାୱନ ଏବଂ ପୃଥୀ ସ୍ୱଙ୍କ ଦ୍ଵାରା ଓପନ କରିବାକୁ ଚାହିଁବ। ମଧ୍ୟ କ୍ରମରେ ଆଜିଙ୍କ୍ୟ ରହନେ/ଷ୍ଟିଭ ସ୍ମିଥ,ଋଷଭ ପନ୍ତ,ସିମରନ ହେଟମାୟାରଙ୍କ ଭଳି ଖେଳାଳି ଅଛନ୍ତି। ଏହା ପରେ ଫିନିସର ବିଭାଗ ମାର୍କସ ଷ୍ଟୋଇନିକସ ସମ୍ଭାଳି ପାରନ୍ତି।

Google

ଚେନ୍ନାଇର ସମ୍ଭାବ୍ୟ ପ୍ଲେଇଁ ଏକାଦଶ:ଏମ ଏସ ଧୋନି(କ୍ୟାପଟେନ)ଫାଫ ଡୁପ୍ଲେସି, ଋତୁରାଜ ଗାଏକବାଡ଼,ଅମ୍ବାତି ରାଇଡୁ, ମୋଇନ ଅଲି/ଡିଜେ ବ୍ରାଭୋ,ସୁରେଶ ରାଇନା, ସାମ କରନ,ରବିନ୍ଦ୍ର ଜାଡେଜା, କୃଷ୍ଣପା ଗୌତମ,ଦୀପକ ଚାହାର ଓ ସାରଦୁଲ ଠାକୁର ।

Google

ଦିଲ୍ଲୀର ସମ୍ଭାବ୍ୟ ପ୍ଲେଇଁ ଏକାଦଶ:ଋଷବ ପନ୍ତ(କ୍ୟାପଟେନ),ଶିଖର ଧାୱନ,ପୃଥୀ ସ୍ୱ,ଆଜିଙ୍କ୍ୟ ରାହାଣେ,ସିମରନ ହେଟମୟାର,ଷ୍ଟିଭ ସ୍ମିଥ/ଟମ କରନ,ମାର୍କସ ଷ୍ଟୋଇନିକସ,କ୍ରିସ ଓକ୍ସ,ରବିଚନ୍ଦ୍ରନ ଅଶ୍ୱିନୀ,ଉମେଶ ଯାଦବ,ଅମିତ ମିଶ୍ର/ପ୍ରଭିନ ଦୁବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *