ଟେଷ୍ଟ ଓ ଟି-୨୦ ସିରିଜ ପରେ ଏବେ ଟିମ ଇଣ୍ଡିଆ ଏକଦିବସିୟ ସିରିଜ ମଧ୍ୟ ଜିତିଯାଇଛି। ତୃତୀୟ ଏକଦିବସିୟରେ ଟିମ ଇଣ୍ଡିଆ ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ହରାଇଛି। ଏହା ସହିତ ଭାରତ ଏକ ଦିବସିୟ ସିରିଜକୁ ୨-୧ରେ ଜିତିଯାଇଛି। କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପ୍ରଥମେ ଟେଷ୍ଟ ଓ ଟି-୨୦ ସିରିଜ ପରେ ଏବେ ଏକଦିବସିୟ ସିରିଜରେ ମଧ୍ୟ କବ୍ଜା କରିଛି। ଟିମ ଇଣ୍ଡିଆ ଇଂଲଣ୍ଡକୁ ଘରେ ଲଗାତର ୬ଷ୍ଟ ଏକଦିବସିୟ ସିରିଜରେ ହରାଇଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ଟେଷ୍ଟ ସିରିଜକୁ ୩-୧ ରେ ଓ ଟି-୨୦ ସିରିଜକୁ ୩-୨ ରେ ବିଜୟ ଲାଭ କରିଥିଲା। ମାନେ ଟିମ ଇଣ୍ଡିଆ ହାଟ୍ରିକ ସିରିଜ ଜିତିଛି।

୩୩୦ ରନର ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଆରମ୍ଭ ଭଲ ରହିଲା ନାହିଁ। ପାରିର ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଓଭରର ଶେଷ ବଲରେ ଜେସନ ରଏ(୧୪) ଙ୍କୁ ଆଉଟ କରିଦେଲେ। ଏହା ପରେ ପୁଣି ଭୁବନେଶ୍ୱରକୁମାର ଜନି ବେୟରଷ୍ଟୋ(୧) ଙ୍କୁ ଆଉଟ କରି ଭାରତକୁ ବଡ଼ ୱିକେଟ ଦେଲେ। ଦ୍ୱିତୀୟ ଏକ ଦିବସିୟରେ ବେୟରଷ୍ଟୋ ସୁନ୍ଦର ୧୨୪ ରନର ପାରି ଖେଳିଥିଲେ ଓ ତା ପୂର୍ଵ ମ୍ୟାଚରେ ୯୪ ରନର ପାରି ମଧ୍ୟ ଖେଳିବାର ନଜର ଆସିଥିଲେ।

୨୮ରନରେ ଦୁଇଟି ୱିକେଟ ଗଳିବା ପରେ ବେନ ଷ୍ଟୋକ (୩୫) କିଛି ବଡ଼ ଶର୍ଟ ଖେଳିଲେ। ତାଙ୍କୁ ଜୀବନଦାନ ମଧ୍ୟ ମିଳିଲା କିନ୍ତୁ ସେ ଏହାର ଫାଇଦା ଉଠାଇପାରିଲେନି। ଷ୍ଟୋକସଙ୍କୁ ନଟରାଜନ ଆଉଟ କରିଥିଲେ। ଡେଭିଡ ମଲାନ(୫୦) ଓ ଲିୟାମ ବିଲିଙ୍ଗଷ୍ଟୋନ(୩୬) ୬ଷ୍ଟ ୱିକେଟ ପାଇଁ ୬୦ ରନର ପାର୍ଟନରସିପ କରିଥିଲେ। ମଝି ଓଭରରେ ସାରଦୁଲ ଠାକୁର ୩ ଟି ୱିକେଟ ନେଇ ଇଂଲଣ୍ଡକୁ ପଛକୁ କରିଦେଇଥିଲେ। ମୋଇନ ଅଲ୍ଲୀ ୨୯ ରନ କରିଥିଲେ।୨୦୦ ରନରେ ୭ ଟି ୱିକେଟ ଗଳିବା ପରେ ସାମ କରନ(୯୫) ଓ ଆଦିଲ ରାସିଦ (୧୯) ୫୭ ରନର ପାର୍ଟନରସିପ କରି ଇଂଲଣ୍ଡକୁ ମ୍ୟାଚରେ ରଖିଥିଲେ। ସାମ କରନ ଟିମକୁ ବିଜୟ ପାଖାପାଖି କରିଦେଇଥିଲେ। କିନ୍ତୁ ଇଂଲଣ୍ଡ ଟିମ ଜିତିପାରିନଥିଲା। ଇଣ୍ଡିଆ ଖେଳାଳି ଖରାପ ଫିଲଡିଙ୍ଗ କଲେ ଓ ୪ଟି କ୍ୟାଚ ଛାଡିଲେ। ୪୯ ଓଭରରେ ସାରଦୁଲ ଠାକୁର ଓ ଟି ନଟରାଜନ କ୍ୟାଚ ଛାଡିଥିଲେ। ଶେଷ ଓଭରରେ ଇଂଲଣ୍ଡକୁ ବିଜୟ ପାଇଁ ୧୪ ରନର ଆବଶ୍ୟକତା ଥିଲା କିନ୍ତୁ ଇଂଲଣ୍ଡ ମାତ୍ର ୬ ରନ କରିପାରିଲା। ଇଂଲଣ୍ଡର ଟିମ ୫୦ ଓଭରରେ ୯ ୱିକେଟ ହରାଇ ୩୨୨ ରନ କରିବାରେ ସକ୍ଷମ ହୋଇଥିଲା। ପ୍ରେସ ବୋଲର ସାରଦୁଲ ଠାକୁରଙ୍କୁ ୪ ଟି ଓ ଭୁବନେଶ୍ୱର କୁମାରଙ୍କୁ ୩ ଟି ୱିକେଟ ମିଳିଥିଲା।

ଋଷଭ ପନ୍ତ କ୍ୟାରିୟରର ସବୁଠୁ ବଡ଼ ପାରି ଖେଳିଥିଲେ:
ଏହା ପୂର୍ବରୁ ଋଷଭ ପନ୍ତ (୭୮) ଓ ହାର୍ଦିକ ପାଣ୍ଡ୍ୟା (୬୪) ରନ କରି ଟିମ ଇଣ୍ଡିଆର ସ୍କୋର ୩୦୦ ପାର କରିଥିଲେ।ଏହା ପନ୍ତଙ୍କ ଏକଦିବସିୟରେ ସବୁଠୁ ବଡ଼ ପାରିଥିଲା।ଏହା ସହ ଶିଖର ଧାବନ ୬୭, କୁନାଲ ପାଣ୍ଡ୍ୟା ୨୫ ଓ ସାରଦୁଲ ଠାକୁର ୩୦ ରନର ପରି ଖେଳିଥିଲେ। ଇଣ୍ଡିଆର ପାରି ୪୮.୨ ଓଭରରେ ୩୨୯ ରନରେ ଅଲଆଉଟ ହୋଇଯାଇଥିଲା।ପ୍ରେସ ବୋଲରମାର୍କ ବୁଡ଼ ୩ ଟି ଓ ସ୍ପିନ ବୋଲର ଆଦିଲ ରାସିଦ ୨ ଟି ୱିକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୭ ଜଣ ବୋଲରଙ୍କ ଦ୍ଵାରା ବୋଲିଙ୍ଗ କରେଇଥିଲା ଓ ସମସ୍ତେ କମସେ କମ ୧ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।