ଜାମ୍ମୁ ଓ କାଶ୍ମୀର:୨୮ ଜୁନରୁ ଅମରନାଥ ଯାତ୍ରା ଆରମ୍ଭ, ଏପ୍ରିଲର ଏହି ତାରିଖରୁ ହେବ ରେଜିଷ୍ଟ୍ରେସନ।

ଜାମ୍ମୁ ଓ କାଶ୍ମୀରର ବାର୍ଷିକ ଅମରନାଥ ଯାତ୍ରା ଏହି ବର୍ଷ ୨୮ ଜୁନକୁ ଆରମ୍ଭ ହେବ। ପରମ୍ପରା ଅନୁସାରେ ୨୨ ଅଗଷ୍ଟ ରକ୍ଷାବନ୍ଧନ ଦିନ ଶେଷ ହେବ। ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତିକି ଶନିବାରକୁ ରାଜ୍ୟଭବନରେ ଉପରାଜ୍ୟପାଳ ମନୋଜ ସିଂହାଙ୍କ ଅଧକ୍ଷତାରେ ହୋଇଥିବା ଶ୍ରୀ ଅମରନାଥ ଝାଇନ ବୋର୍ଡର ୪୦ ତମ ବୈଠକରେ ଏହି ଫଇସଲା ନିଆଯାଇଛି।ଅଧିକାରୀ କହିଛନ୍ତି ୩୭ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶରେ ପଞ୍ଜାବ ନେସନାଲ ବ୍ୟାଙ୍କ, ଜାମ୍ମୁ-କାଶ୍ମୀର ବ୍ୟାଙ୍କ, ଓ ୟସ ବ୍ୟାଙ୍କର ୪୪୬ ଚୟନିତ ଶାଖାରେ ୧ ଏପ୍ରିଲକୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ।

Google

ପୂର୍ବ ବର୍ଷ କରୋନା ମହାମାରି କାରଣରୁ କିଛି ସାଧୁମାନେ ହିଁ ଯାତ୍ରା କରିଥିଲେ। ଯେବେକି ବର୍ଷ ୨୦୧୯ରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଛେଦ ହଟାଇବାର ତିନିଦିନ ପୂର୍ବରୁ ବା ଦୁଇ ଅଗଷ୍ଟକୁ ଆତଙ୍କବାଦୀ ଆକ୍ରମଣକୁ ଆଖି ଆଗରେ ରଖି ଯାତ୍ରୀ ମାନଙ୍କୁ ଅଧା ଯାତ୍ରାରୁ ଅଟକାଇ ଦିଆଯାଇଥିଲା।

ବର୍ଷ ୨୦୧୯ରେ ୩.୪୨ ଲକ୍ଷ ଲୋକ ଅମରନାଥ ଗୁମ୍ଫାରେ ହିମଲିଙ୍ଗକୁ ଦର୍ଶନ କରିଥିଲେ। ANI ଅନୁସାରେ ଜାମ୍ମୁ -କାଶ୍ମୀର ପ୍ରଶାସନ କହିଛିକି ଶ୍ରୀ ଅମରନାଥ ଝାଇନ ବୋର୍ଡ ପୂଜାରୀ ମାନଙ୍କୁ ମିଳୁଥିବା ପାରିଶ୍ରମିକକୁ ଏବେ ୧୫୦୦ କରିଦେଇଛି। ପୂର୍ବରୁ ପୂଜାରୀଙ୍କୁ ୧ ହଜାର ଟଙ୍କା ପ୍ରତିଦିନ ପାରିଶ୍ରମିକ ଦିଆଯାଉଥିଲା।

Google

ପ୍ରଶାସନର ଫଇସଲା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାଯ୍ୟକାରୀ ରହିବ ପ୍ରସାଶନ ଅନୁସାରେ ଭକ୍ତମାନଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ।

୨୮ ଜୁନକୁ ଆଷାଢ଼ ଚତ୍ରୁର୍ଥୀ ଦିନ ଆରମ୍ଭ ହେବାକୁ ଥିବା ଯାତ୍ରା ୫୬ ଦିନ ଯାଏ ଚାଲିବ ଓ ୨୨ ଅଗଷ୍ଟକୁ ଶ୍ରାବଣ ପୁର୍ଣିବା ବା ରକ୍ଷାବନ୍ଧନ ଦିନ ସମାପ୍ତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *