IPL ୨୦୨୧:RCB VS MI: କିଛି ସମୟ ଭିତରେ ଆରମ୍ଭ ହେବ ମହାଲଢ଼େଇ। ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ।

ଆଉ କିଛି ସମୟ ବାକି ତାପରେ ଆରମ୍ଭ ହେବ ଆଇପିଏଲର ୧୪ ତମ ସଂସ୍କରଣ। ପ୍ରଥମ ମ୍ୟାଚରେ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଭେଟିବ କୋହଲିଙ୍କ ଟିମ ରୟାଲ ଚାଲେଞ୍ଜରସ ବାଙ୍ଗାଲୋରକୁ। ଦୁଇ ଟିମ କିଛି ଦିନ ଧରି ନିଜର ପ୍ରାକ୍ଟିସ ଜବରଦସ୍ତ କରିଛନ୍ତି ବୋଲି ଦେଖା ଦେଇଛି। ଆଇପିଏଲରେ ମୁମ୍ବାଇର ରେକର୍ଡ ବାଙ୍ଗାଲୋର ବିରୁଦ୍ଧରେ ଭଲ ରହିଛି। ଆଜିର ମ୍ୟାଚ ୭.୩୦ ରେ ଆରମ୍ଭ ହେବ।

Google

ସବୁବେଳେ ଶକ୍ତିଶାଳୀ ଲାଗୁଥିବା ବାଙ୍ଗାଲୋର ଏଥର ନିଜ ଦଳରେ ମାକ୍ସୱେଲ,ଯେମିଶନ ଏବଂ ଡାନିଏଲ କ୍ରିଷ୍ଟ୍ରଆନଙ୍କୁ ନୂଆ ଖେଳାଳି ଭାବେ ସାମିଲ କରିଛି। ଏପଟେ ମୁମ୍ବାଇ ତରଫରୁ ପ୍ରଥମ ମ୍ୟାଚ ତାଙ୍କର ଷ୍ଟାର ବ୍ୟାଟ୍ସମାନ ଡି କକ ନଖେଳି ପାରନ୍ତି କାରଣ ତାଙ୍କର କ୍ବାରେଣ୍ଟିନ ପିରିୟଡ଼ ସମାପ୍ତ ହୋଇନାହିଁ।

ଏଥିମଧ୍ୟରେ ଦୁଇ ଦଳର ଚୂଡାନ୍ତ ଏକାଦଶ ବହୁତ ଶକ୍ତିଶାଳୀ ଅଟେ। ମ୍ୟାଚ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯିବ। ଯେହେତୁ ଚେନ୍ନାଇରେ ମ୍ୟାଚ ଅଛି ତେବେ ଉଭୟ ଦଳ ଅତିରିକ୍ତ ସ୍ପିନର ଖେଳେଇବାକୁ ଚାହିଁ ପାରନ୍ତି।

Google

ବାଙ୍ଗାଲୋରର ପ୍ଲେଇଁ ଇଲେଭେନ:
ବିରାଟ କୋହଲି(କ୍ୟାପିଟେନ),ଦେବଦତ୍ତ ପାଡିକଲ,ରଜତ ପତିଦର/ମହମ୍ମଦ ଆଝାରୁଧିନ,ଏବି ଡିଭିଲିୟର୍ସ,ଗ୍ଲେନ ମାକୱେଲ,ଡାନିଏଲ ଖିଷ୍ଟ୍ରିଆନ,ସାହାବାଜ ଅହମଦ,ୱାଶିଂଟନ ସୁନ୍ଦର,କାଏଲ ଯେମିଶନ/ନବଦିପ ସୈନି,ମହମ୍ମଦ ସିରାଜ,ୟୁଜବେନ୍ଦ୍ର ଚାହଲ।

Google

ମୁମ୍ବାଇର ପ୍ଲେଇଁ ଇଲେଭେନ:
ରୋହିତ ଶର୍ମା(କ୍ୟାପଟେନ),କ୍ରିସ ଲୀନ/ଜିମି ନିଶାମ,ଇଶାନ କିଷାନ,ସୂର୍ଯ୍ୟକୁମାର ଯାଦବ,ହାର୍ଦିକ ପାଣ୍ଡ୍ୟା,କ୍ରୁନାଲ ପାଣ୍ଡ୍ୟା,କିରୋନ ପୋଲର୍ଡ଼,ରାହୁଲ ଚାହାର,ଯଶପ୍ରୀତ ବୁମରା,ଟ୍ରେଣ୍ଟ ବୋଲଟ,ପିୟୁସ ଚାୱଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *