ଜାଣନ୍ତୁ ଧୋନୀଙ୍କର ବିରାଟ ବିଜନେସ ବିଷୟରେ। କ୍ରିକେଟ ଠାରୁ ପୁରା ଅଟେ ଅଲଗା। କମାଉଛନ୍ତି ଲକ୍ଷ ଲକ୍ଷ….

ମହେନ୍ଦ୍ର ସିଂ ଧୋନିଙ୍କୁ ‘ ଗଡ଼ ଗିଫଟେଡ଼’ କ୍ରିକେଟର ଭାବେ ଜଣାଯାଏ। ଏକ ଦଶକରୁ ଅଧିକ ସମୟ ହେଲାଣି ସେ ନିଜର ବିସ୍ଫୋଟକ ବ୍ୟାଟିଙ୍ଗ ପାଇଁ ଇଣ୍ଡିଆରେ ଏକ ନୂଆ ଉଦାହରଣ ଉପସ୍ଥାପନ କରିଛନ୍ତି। ଗୋଟେ ଅଧିନାୟକ ଭାବରେ ତାଙ୍କର କ୍ଷମତା ଅବିସ୍ମରଣୀୟ ଥିଲା। କ୍ରିକେଟରେ ତାଙ୍କ ବୁଦ୍ଧିକୁ ସବୁଠୁ ବେଶି ବୋଲି ଜଣାଯାଏ। କେତେ ବଡ ବଡ କ୍ରିକେଟ ବିଶେଷଜ୍ଞ ଧୋନୀଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି। ପୂର୍ବ ବର୍ଷ ଅଗଷ୍ଟରେ ଖେଳରୁ ସନ୍ୟାସ ନେଇଥିବା ଧୋନି ଏବେ ଆଇପିଏଲରେ ଖେଳିବା ସହ ନିଜର ଅଲଗା ଅଲଗା ବିଜନେସ ବେଞ୍ଚର୍ସ ଉପରେ ଧ୍ୟାନ ଦେବାର ନଜର ଆସୁଛନ୍ତି। ଆସନ୍ତୁ ଧୋନିଙ୍କ ଅଲଗା ଅଲଗା ବିଜନେସ ବେଞ୍ଚର୍ସ ଉପରେ ଜାଣିବା

Google

ସ୍ପୋର୍ଟସ ଫ୍ରେଞ୍ଚଇଜ: ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ ସୁପର ଲିଗରେ ଖେଳିବାକୁ ଯାଉଥିବା ଫୁଟବଲ ଦଳ ଚେନ୍ନାଇନ ଏଫସି ରେ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ଓନର ଅଟନ୍ତି। କେତେଥର ଆଇପିଏଲ ସମୟରେ ତାଙ୍କୁ ମ୍ୟାଚ ଦେଖୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହା ଛଡା ଧୋନି ଭାରତୀୟ ହକି ଲିଗରେ ରାଞ୍ଚି ରେୟସ ସହ ମଧ୍ୟ ଜଡିତ। ରାଞ୍ଚି ରେୟସକୁ ପ୍ରଥମେ ରାଞ୍ଚି ରିନହାନ୍ସ ନାମରେ ଜଣାଯାଉଥିଲା। ଏହି ଦଳ ୨୦୧୫ରେ ଲିଗ ଜିତିବାର ନଜର ଆସିଥିଲା। ଫୁଟବଲ ଏବଂ ହକି ଛାଡ ଧୋନୀ ସୁପର ସ୍ପୋର୍ଟସ ଚମ୍ପିୟାନସିପ ଦଳ ଯାହାକୁ ଯେସି ମାହି ରେସିଙ୍ଗ ଦଳ ଇଣ୍ଡିଆ ମଧ୍ୟ କୁହାଯାଏ ସେ ଏହାର ଓନର ଅଟନ୍ତି।

ସେଭେନ ବ୍ରାଣ୍ଡ: ଧୋନି ୨୦୧୬ରେ ଲାଇଫ ଷ୍ଟାଇଲ ବ୍ରାଣ୍ଡ ସେଭେନ ଲଞ୍ଚ କରିଛନ୍ତି। ସେ ତାଙ୍କର ଜର୍ସି ନମ୍ବର ୭ ଅନୁସାରେ ଏହାର ନାମ ରଖିବାର ନଜର ଆସିଛନ୍ତି। ସେଭେନ କ୍ଲଥିଙ୍ଗ ଏବଂ ଫୁଟଉଇଅର ଉପରେ ଡିଲ କରେ। ସେଭେନରେ ଧୋନି ଫୁଟଉଇଅରର ଓନର ଅଟନ୍ତି ବୋଲି ଜଣା ଯାଇଛି। ଏହା ଛଡା ରିହିତି ସ୍ପୋର୍ଟସ ଗ୍ରୁପର କମ୍ପାନୀ ଆର ଏସ ସେଭେନ ଲାଇଫ ଷ୍ଟାଇଲର ବ୍ରାଣ୍ଡ ଆମ୍ବାସେଡର ବି ଅଛନ୍ତି ବୋଲି ଜଣାଶୁଣା।

Google

ରିହିତି ସ୍ପୋର୍ଟସ: ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରିହିତିରେ ମଧ୍ୟ ସହଭାଗୀ ଅଛନ୍ତି ବୋଲି ଜଣା। ଏହା ଏକ ସ୍ପୋର୍ଟସ ମ୍ୟାନେଜମେଣ୍ଟ ମାର୍କେଟିଙ୍ଗ କମ୍ପାନୀ ଅଟେ। ଏହା ସହ ଭୁବନେଶ୍ୱର କୁମାର,ଫାଫ ଡୁପ୍ଲେକ୍ସି ଏବଂ ମୋହିତ ଶର୍ମା ଆଦି ଖେଳାଳିମନେ ମଧ୍ୟ ସାମିଲ।

ସ୍ପୋର୍ଟସ ଫିଟ ୱାଲଡ଼ ପ୍ରାଇଭେଟ ଲିମିଟେଡ଼: ଧୋନି ସ୍ପୋର୍ଟସ ଫିଟ ୱାଲଡ଼ ପ୍ରାଇଭେଟ ଲିମିଟେଡ଼ ବ୍ରାଣ୍ଡ ନାମରେ ଫିଟନେସ ବଜାରରେ ବି ଯାଇସାରିଛନ୍ତି ବୋଲି ଜଣା।ଫିଟନେସ ଉପରେ ଧୋନୀଙ୍କ ଆଗ୍ରହ ଏଠି ଦେଖିବାକୁ ମିଳିଛି। ସ୍ପୋର୍ଟସ ଫିଟର ଶାଖା ଦିଲ୍ଲୀ,ମୁମ୍ବାଇ,ଗାଜିୟାବାଦ ଏବଂ ଅନ୍ୟ ସହରରେ ୧୧ଟି ଷ୍ଟୁଡିଓ ଅଛି ବୋଲି ଜଣା ଯାଇଛି।

Google

ଖାତାବୁକ: ମହେନ୍ଦ୍ର ସିଂହ ଧୋନି ଏବେ ବାଙ୍ଗାଲୋର ସ୍ଥିତ ଷ୍ଟାର୍ଟ ଆପ ଖାତାବୁକରେ ମଧ୍ୟ ନିବେଶ କରିବାର ନଜର ଆସିଛନ୍ତି। ସେ ନିଜେ ଏହି ଆପର ବ୍ରାଣ୍ଡ ଆମ୍ବାସେଡର ମଧ୍ୟ ଅଛନ୍ତି ବୋଲି ଜଣା ଯାଇଛି। ଏହି କମ୍ପାନୀ ୨୯ ମିଲିୟନ ଆମେରିକନ ଡଲାର୍ସ ଏକାଠି କରିଛି। ଧୋନିଙ୍କର ମଧ୍ୟ ଏଥିରେ ବହୁତ ପଇସା ଲାଗିଛି। ଏହି କମ୍ପାନୀ ଛୋଟ ବିଜନେସର ଏକାଉଣ୍ଟ ଓ ଖାତାକୁ ମ୍ୟାନେଜ କରେ।

ଜୈବିକ ଚାଷ: ବ୍ୟବସାୟିକ ବେଞ୍ଚର୍ସ ଛଡା ଧୋନି ରାଞ୍ଚିରେ ଜୈବିକ କ୍ଷେତି ଉପରେ ମଧ୍ୟ ପଇସା ଲଗାଇଛନ୍ତି। ୪୩ଏକର ଫାର୍ମରେ ସେ ୧୦ ଏକର କ୍ଷତି ପାଇଁ ୟୁଜ କରିବାର ନଜର ଆସିଛନ୍ତି। ଷ୍ଟ୍ରବେରିଜ, ମଟର, ଟମାଟର, ବନ୍ଧାକୋବି,ଏବଂ କେତେକ ଅଲଗା ପାରିବ ମଧ୍ୟ ଚାଷ କରୁଛନ୍ତି। ଏଠି କରାଯାଉଥିବା ପରିବା ଦୁବାଇକୁ ପଠାଯାଉଛି ଯେଉଁଥିରୁ ଧୋନୀଙ୍କୁ ଭଲ ଲାଭ ମଧ୍ୟ ହେଉଛି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *