ଏହି କୁକୁର ମାନଙ୍କ ଠାରୁ ଶିଖିବା ଦରକାର, କିପରି ଲୋକ ମାନଙ୍କର ସାହାଯ୍ୟ କରିବା କଥା। ଦେଖନ୍ତୁ ଭିଡିଓ।

ବହୁତ ଥର ଏହି ବେଜୁବାନ ପଶୁ କିଛି ଏପରି କାମ କରିଯାନ୍ତି ଯାହା ବାବଦରେ ଆମେ ମଣିଷ ମାନେ ବି କହି କହି ଥକି ନଥାଉ। ସମସ୍ତେ ଜାଣନ୍ତି କି ସଚ୍ଚୋଟ ପଣିଆରେ କୁକୁର ସର୍ବାଗ୍ରେ ଆଉ ଆଜି ବି ସେପରି ଏକ ଘଟଣା ବାବଦରେ କହିବାକୁ ଯାଉଛୁ। ଆପଣ ଯଦି କୁକୁରକୁ ଗୋଟେ ରୋଟି ବି ଖୁଆନ୍ତି ତାହେଲେ ସେମାନେ ଆମକୁ ମନେ ରଖିଥାନ୍ତି। ସୋସିଆଲ ମିଡିଆ ଉପରେ ଏପରି ହିଁ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେହି କୁକୁରଟି ଜଣେ ଅସହାୟ ମହିଳାର ଜୀବନ ବଂଚାଉଥିବାର ନଜର ଆସୁଛି। ଲୋକ ଏହି କୁକୁରକୁ ସଲାମ କରୁଛନ୍ତି ଆଉ କହୁଛନ୍ତି କି ମଣିଷକୁ ମଣିଷ ପଣିଆ ଏମାନଙ୍କ ଠାରୁ ଶିଖିବା ଦରକାର।

ଏହି ଭିଡିଓକୁ ଟ୍ୱିଟର ୟୁଜର ଆଇପିଏସକାବ୍ରା ସେୟାର କରିଛନ୍ତି ଆଉ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି,” ଛଳ, କପଟ, ଲୋଭ ତଥା ଭୟ ଇତ୍ୟାଦି ମଣିଷ ମାନଙ୍କର ଗୁଣ ଅଟେ। ଅସହାୟ ତଥା ଆବଶ୍ୟକ ଲୋକଙ୍କର କାମରେ ଆସିବା ତଥା ବିନା କପଟରେ ତାଙ୍କ ସାହାଯ୍ୟ କରିବା ଇତ୍ୟାଦି ଆମକୁ ଏହି ପଶୁ ମାନଙ୍କ ଠାରୁ ଶିଖିବା ଦରକାର। ଏହି ଭିଡିଓ ସେୟାର ହେବା ପରେ ଏହାକୁ ୪୦ ହଜାରରୁ ଅଧିକ ଭିଉ ତଥା ୫ ହଜାର କମେନ୍ଟସ ମିଳି ସାରିଛି।

“ଗୋଟେ ସେଲ୍ୟୁଟ ତ ଦରକାର ଶେରୁ ନାମରେ।”

“ଏମାନଙ୍କ ଠାରୁ ବଡ଼ ଆଉ କେହି ସଚ୍ଚୋଟ ଯିବ ନାହିଁ। ସତରେ ଏମାନଙ୍କ ଠାରୁ ମଣିଷ ପଣିଆ ଶିଖିବା ଦରକାର।”

” ଏହି ଜୀବ ମାନଙ୍କ ଠାରୁ ମଣିଷ ପଣିଆ ଶିଖିବା ଦରକାର।”

ଆପଣ ଏହି ୧୯ ସେକେଣ୍ଡର ସିସିଟିଭି ଫୁଟେଜରେ ଦେଖି ପାରିବେ କି ଜଣେ ମହିଳାର ପର୍ସ ଛଡ଼େଇବା ପାଇଁ ଗୋଟେ ଚୋର ପ୍ରୟାସ କରୁଛି ଆଉ ମହିଳା ସାହାଯ୍ୟ ପାଇଁ ଡାକୁଛି। ପାଖରେ କେହି ବି ନାହାନ୍ତି ମାତ୍ର ଏହି ସମୟରେ ଗୋଟେ କୁକୁର ଆସି ସେହି ଚୋର ଉପରେ ଭୋକୁଛି ଆଉ ତା ସହିତ ଆହୁରି ଦୁଇଜଣ କୁକୁର ଆସି ଭୋକୁଛନ୍ତି। ଏମିତି ପରେ ସେହି ଚୋରଟି ଏହି କୁକୁର ମାନଙ୍କ ଠାରୁ ଡ଼ରିଯାଇ ଦୌଡ଼ି ପଳାଉଛି। ପାଖରେ ଥିବା ନିଜର ସ୍କୁଟିରେ ବସି ଚୋର ବହୁତ ଜଲଦି ଚଳେଇ ଚଳେଇ ପଳାଇ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *