IND VS ENG:ନୂଆ ମୈଦାନ ଆଉ ନୂଆ ଫର୍ମାଟ, ଖେଳାଯିବ ପ୍ରଥମ ଦିନିକିଆ। କେବେ, କେଉଁଠି ଆଉ କେମିତି ଜାଣନ୍ତୁ।

ଭାରତ ଆଉ ଇଂଲଣ୍ଡ ଭିତରେ କ୍ରିକେଟ ସିରିଜ ଏବେ ଶେଷ ପାଦରେ ଅଛି। ଟେଷ୍ଟ ଆଉ ଟି ଟ୍ୱେଣ୍ଟି ଶୃଙ୍ଖଳା ପରେ ଏବେ ସମୟ ଆସି ଯାଇଛି ଦିନିକିଆ ସିରିଜର। ଦୁଇ ଟିମ ମାନଙ୍କ ଭିତରେ ଏବେ ଫଟାଫଟ ଦିନିକିଆ ଶୃଙ୍ଖଳା ଅନୁଷ୍ଠିତ ହେବ। ଦୁନିଆର ଶୀର୍ଷ ଦୁଇ ଟିମ ଏବେ ଦିନିକିଆ ଶୃଙ୍ଖଳା ଖେଳିବା ପାଇଁ ଭିଡ଼ିବେ। ଟେଷ୍ଟ ଆଉ ଟି ଟ୍ୱେଣ୍ଟି ସିରିଜ ଜିତି ଭାରତ ଜୋସରେ ଭରା ଅଛି ଆଉ ଦ୍ୱିତୀୟ ପାର୍ଶ୍ଵରେ ଇଂଲଣ୍ଡ ସିରିଜରେ ଫେରିବା ପାଇଁ ବହୁତ ବ୍ୟସ୍ତ ବିବ୍ରତ ଅଛି। ମାତ୍ର ଏଥରର ପରିସ୍ଥିତି ଆଉ ମୈଦାନ କିଛି ଅଲଗା ହେବାକୁ ଯାଉଛି।

Google

କେବେ ହେବ ମ୍ୟାଚ: ଭାରତ ଆଉ ଇଂଲଣ୍ଡ ଭିତରେ ପ୍ରଥମ ଏକଦିବସିୟ ମ୍ୟାଚ ୨୩ ମାର୍ଚ୍ଚକୁ ଖେଳାଯିବାକୁ ଯାଉଛି। ୨୦୧୯ ପରେ ଏହା ପ୍ରଥମ ଥର ହେବ କି ଏହି ଦୁଇ ଟିମ ପୁଣି ଦିନିକିଆରେ ସାମ୍ନା ସାମ୍ନି ହେବେ। ଏହା ଆଗରୁ ୨୦୧୯ ବିଶ୍ୱ କପରେ ଇଂଲଣ୍ଡ ଭାରତକୁ ୩୧ ରନରେ ହରାଇ ଥିଲା।

କେଉଁଠି ଖେଳାଯିବ: ଟେଷ୍ଟ ଆଉ ଟି ଟ୍ୱେଣ୍ଟି ପରେ ଏବେ ଏକଦିବସିୟ ସିରିଜ ମହାରାଷ୍ଟ୍ରର ପୁନେ ଠାରେ ଖେଳାଯିବ। ଦୁଇଟି ହିଁ ଟିମ ମହାରାଷ୍ଟ୍ରର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଠାରେ ଏକତ୍ର ହେବେ।

କେତେ ସମୟରେ ହେବ ଦୁଇ ଟିମ ମାନଙ୍କ ଭିତରେ ଟକ୍କର:

ଦିନ ରାତ୍ରି ମୁକାବିଲା ହେବା କାରଣରୁ ଏହି ଦୁଇ ଟିମ ଭିତରେ ମୁକାବିଲା ଭାରତୀୟ ସମୟ ଅନୁସାରେ ୧.୩୦ରୁ ଆରମ୍ଭ ହେବାକୁ ଯାଉଛି। କରୋନାର ବଢୁଥିବା କେସ ମାନଙ୍କୁ ନଜରରେ ରଖି ଦୁଇଟି ଟିମର ଦର୍ଶକ ମାନଙ୍କୁ ଷ୍ଟାଡିଅମ ଭିତରେ ଆଉ ଏଣ୍ଟ୍ରି ମିଳିବ ନାହିଁ। ଏମିତିରେ ସମସ୍ତ ମୁକାବିଲା ଦର୍ଶକ ମାନଙ୍କର ବିନା ଉପସ୍ଥିତିରେ ଖେଳା ଯିବାକୁ ସ୍ଥିର କରା ଯାଇଛି।

Google
କେଉଁ ଚ୍ୟାନେଲରେ ହେବ ପ୍ରସାରଣ:

ଭାରତରେ ଖେଳା ଯାଉଥିବା ଅଧିକାଂଶ ମ୍ୟାଚ ସାଧାରଣତଃ ଷ୍ଟାର ସ୍ପୋର୍ଟସରେ ପ୍ରସାରଣ ହେଇଥାଏ। ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋର୍ଟସ ୧ ଏଚ୍ଡି/ଏସ୍ଡି, ଆଉ ଷ୍ଟାର ସ୍ପୋର୍ଟସ ୩ ଏଚ୍ଡି/ଏସ୍ଡି ରେ ହେବ। ଇଂରାଜୀ ଆଉ ହିନ୍ଦୀ ଦୁଇଟିରେ ସିଧାପ୍ରାସାରଣ ହେବାର ଅଛି ଆଉ ଦର୍ଶକ ମାନେ ଏହାର ମଜା ନେଇପାରିବେ।

ଏହିପରି ଦେଖନ୍ତୁ ଅନଲାଇନ ଆକ୍ସନ:-

ଡିଜିଟାଲ ମାଧ୍ୟମରେ ମ୍ୟାଚ ଲାଇଭ ଡିସନୀ ହଟଷ୍ଟାରରେ ଦୃଶ୍ୟ ମାନ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *