୧୬କୁ ଇସ୍ରୋର ଶକ୍ତିଶାଳୀ ସ୍ୟାଟଲାଇଟ ଲଞ୍ଚ ହେବ। ଶତ୍ରୁ କିଛି ଆକ୍ରମଣ ଆଗରୁ ଅନେକ ଥର ଭାବିବ।ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଭାରତୀୟ ଅନ୍ତରୀକ୍ଷା ଅନୁସନ୍ଧାନ ପରିଷଦ(ଇସ୍ରୋ) ୧୬ ଏପ୍ରିଲ କୁ ଏକ ସ୍ୟାତେଲାଇଟ ଲଞ୍ଚ କରିବାକୁ ଯାଉଛି ଯାହା କି ଭାରତର ଭୂମିଗତ ବିକାଶ ତଥା ଅନୁସନ୍ଧାନକୁ ବିକଶିତ କରିବାକୁ ଯାଉଛି। ଏହି ଜିଓ ଏମାର୍ଜିଙ୍ଗ ସ୍ୟାତେଲାଇଟର ନାମ ହେଉଛି ଇଓଏସ-୩ ଯାହା କି କେବଳ ଭାରତ ଆଉ ଏହାର ସୀମା ଉପରେ ନଜର ରଖିବ।

Google

ଇଓଏସର ଲଂଚିଂ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପରେ ଥିବା ସତୀଶ ଧବନ ସ୍ପେସ ସେଣ୍ଟରରୁ ହେବ। ଏହା ପାଇଁ ଜିଏସଏଲଭି ରକେଟର ବ୍ୟବହାର କରା ଯାଇଛି ଯାହା କି ୩୬୦୦ କିମି ଉଚ୍ଚରେ ପୃଥିବୀର ଚକ୍କର କାଟିବ।

ଜିଏସଏଲଭି ଏମକେ -୨ରକେଟ ଦ୍ୱାରା ପ୍ରଥମ ଥର ପାଇଁ ଏକ ଓପିଏଲଏଫ ସ୍ୟାଟେଲାଇଟ ଛଡା ଯିବାର ଅଛି। ଅର୍ଥାତ ଇଓଏସ-୩ ଏହି କ୍ୟାଟେଗୋରି ଭିତରେ ଯାଏ। ଅର୍ଥାତ ଏହି ସ୍ୟାଟେଲାଇଟ ୪ମିଟର ବ୍ୟାସ ବିଶିଷ୍ଟ ମେହରାଵ ଭଳି ଦେଖା ଯିବ।

ଲଂଚର ମାତ୍ର ୧୯ ମିନିଟ ଭିତରେ ହିଁ ଏହି ସ୍ୟାଟେଲାଇଟ ନିଜସ୍ୱ କକ୍ଷରେ ଘୁରି ବୁଲିବାକୁ ଲାଗିବ ଆଉ ଏହି ସ୍ୟାଟେଲାଇଟର ଖାସ କଥା ଏହା କି ଏଥିରେ ତିନୋଟି ରୁମ ଲାଗିଛି , ପ୍ରଥମ ହେଉଛି ମଲ୍ଟି ସ୍ପେକ୍ଟରାଲ ଭିଜିବୁଲ ଏଣ୍ଡ ନିଆର ଇଂଫ୍ରାରେଡ଼ , ଦ୍ୱିତୀୟ ହେଉଛି ହାଇପର ସ୍ପେକ୍ଟରଲ ଶର୍ଟ ଏଣ୍ଡ ୱେବ ଇଂଫ୍ରା ରେଡ଼ , ତୃତୀୟ ହେଉଛି ହାଇପର ସ୍ପେକ୍ଟରଲ ଭିଜିବୁଲ ଏଣ୍ଡ ନିଆର ଇନ୍ଫ୍ରାରେଡ଼।

Google

ଭିଜିବୁଲ କ୍ୟାମେରା ଯାହା ଦିନରେ ଫୋଟୋ ଉଠେଇବ ଆଉ ଅନ୍ୟ କ୍ୟାମେରା ଯାହା କି ଇଂଫ୍ରାରେଡ଼ ହେଇ ରାତିରେ ଫୋଟୋ ନେବ।

ଏଥି ସହିତ ଏହି ସ୍ୟାଟଲାଇଟ ଦ୍ୱାରା ଆପଦା ତଥା ଅଚାନକ ହେଇଥିବା ଘଟଣା ବାବଦରେ ଜାଣି ହେଇଯିବ ଆଉ କୃଷି, ସୁରକ୍ଷା ତଥା ଘଟଣା ବାବଦରେ ବି ଜାଣି ହେଇଯିବ।

Google

୧୯୭୯ ଠାରୁ ନେଇକି ଆଜି ଯାଏ ପ୍ରାୟ ୩୭ଟି ଆର୍ଥ ଅବଜାରଭେସନ ସ୍ୟାତେଲାଇଟ ଲଞ୍ଚ କରା ଯାଇ ସାରିଛି ଯାହା ଭିତରୁ କି ୨ଟି ଲଂଚିଂ ସମୟରେ ହିଁ ଫେଲ ହେଇଯାଇଛି। ଇସ୍ରୋ ଏହି ସ୍ୟାତେଲାଇଟ କୁ ୫ମାର୍ଚ୍ଚରେ ଲଞ୍ଚ କରିବାକୁ ଯାଉଥିଲା ଆଉ ତା ପରେ ଖବର ଆସିଲା କି ତାହା ୨୮ ମାର୍ଚ୍ଚକୁ ଲଞ୍ଚ ହେବ। ମାତ୍ର ଏବେ ଖବର ଆସୁଛି କି ତାହା ୧୬ ଏପ୍ରିଲକୁ ଲଞ୍ଚ ହେବାକୁ ଯାଉଛି।

୨୨୬୮ କିଲୋଗ୍ରାମ ଓଜନ ଥିବା ଏହି ଇଓଏସ-୩ ସ୍ୟାଟଲାଇଟ ଭାରତର ଆଜି ଯାଏର ସବୁଠୁ ଓଜନୀ ସ୍ୟାଟଲାଇଟ ହେବାକୁ ଯାଉଛି। ଏହା ଆଗରୁ ଇସ୍ରୋ ୬୦୦-୮୦୦ କେଜି ଓଜନ ର ସ୍ୟାଟଲାଇଟ ଲଞ୍ଚ କରୁଥିଲା ଆଉ ସେମାନେ ପ୍ରାୟ ଆର୍ବିଟର ୬୦୦ କିମିର ଚକ୍କର ୯୦ ମିନିଟରେ ଲଗାଉଥିଲେ।

Google

ଇଓଏସ ୩ ପରେ ଇସ୍ରୋ ଭାରତର ଦ୍ୱିତୀୟ ଜିଓ ଇମାର୍ଜିଙ୍ଗ ସ୍ୟାଟଲାଇଟ ଇଓଏସ-୨ ଲଞ୍ଚ କରିବ। ଏହା ବି ଭାରତର ସୁରକ୍ଷା ପାଇଁ ଖାସ ପ୍ରକାର ଉପକରଣ ମାନଙ୍କରେ ଲେସ ଥିବ। ଏହାର ତାରିଖ ଏଯାଏ କୁହା ଯାଇନାହିଁ। ଏହି ଉପକରଣ ମାନଙ୍କ ଭିତରେ ଥର୍ମାଲ ଏମାର୍ଜିଙ୍ଗ କ୍ୟାମେରା ଆଉ ଅନେକ ଆର୍ଥ ଅବଜାରଭେସନ କ୍ୟାମେରା ଅନ୍ୟତ୍ତମ ଅଟେ।

ସୂତ୍ର ମୁତାବିକ ଇଓଏସ -୩ ସ୍ୟାଟଲାଇଟର ଲଂଚିଂ ଆନ୍ଧ୍ରପ୍ରଦେଶର ସତୀଶ ଧାବନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡ଼ -୨ ରୁ ହେବାକୁ ଯାଉଛି। ଏହାକୁ ୧୯.୪ ଡିଗ୍ରୀ ତଳକୁ କରି ରଖାଯିବ ଯାହା କି ଦୁନିଆର ପୁରା ନଜର ରଖିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *