ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଦୁଧିଆ ଆଲୁଅରେ ୨୪ ଫେବୁଆରୀରୁ ମୋଟେରାର ସରଦାର ପଟେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମୋଟେରା ଷ୍ଟାଡିୟମରେ ଏଲିଡ଼ି ବଲ୍ବଲାଇଟ ଲଗାଯାଇଛି ଯାହା ଦ୍ୱାରା ଡେ ନାଇଟ ମ୍ୟାଚରେ ପବନରେ ବଲ ସହଜରେ ଦେଖାଯିବ।

ଗୁଜୁରାଟ କ୍ରିକେଟ ସଂଘର ସଂଯୁକ୍ତ ସଚିବ ଅନୀଲ ପଟେଲ କହିଛନ୍ତିକି ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ୧୧ଟି ସେଣ୍ଟର ପିଚ ଅଛି ତା ସହିତ ୪ଟି ଡ୍ରେସିଙ୍ଗ ରୁମ ମଧ୍ୟ ରହିଛି। ମୋଟେରା ଷ୍ଟାଡିୟମରେ ବ୍ୟାପକ ପୁନଃନିର୍ମାଣର କାମ କରାଯାଇଛି ଯାହା ସେବେ ଆରମ୍ଭ ହୋଇଥିଲା ଯେବେ ଉପସ୍ଥିତ ବିସିସିଆଇ ସଚିବ ଜୟ ସାହା ଯେବେ ରାଜ୍ୟ କ୍ରିକେଟ ଇକାଇର ଅଧକ୍ଷ ଥିଲେ। ଏଥିରେ ୧ ଲକ୍ଷ ୧୦ ହଜାର ଦର୍ଶକଙ୍କ ବସିବାର ସିଟ ଅଛି। ଯାହା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରୁ ବି ଅଧିକ।
ଜିସିଏ ଷ୍ଟାଡିୟମରେ ହେବାକୁ ଥିବା ଆଗାମୀ ଟେଷ୍ଟ ମ୍ୟାଚ ପାଇଁ ପାଖାପାଖି ୫୫ ହଜାର ଟିକେଟକୁ ବିକ୍ରିକରିବା ପାଇଁ ରଖାଯାଇଛି। ଅଳ୍ପ ଦିନ ତଳେ ସୈଦ ମୁସ୍ତାଲ ଅଲ୍ଲୀ ଟ୍ରଫିର ନକଆଉଟ ମ୍ୟାଚ ମୋଟେରାରେ ହିଁ ଆୟୋଜନ କରାଯାଇଥିଲା।

ଜିସିଏର ସଂଯୁକ୍ତ ସଚିବ ପଟେଲ କହିଛନ୍ତିବ,”ଏହା ଦୁନିଆର ଏକ ମାତ୍ର ଷ୍ଟାଡିୟମ ଯେଉଁଠି ସେଣ୍ଟରରେ ୧୧ ଟି ପିଚ ଅଛି। ତା ସହିତ ଏହା ଦୁନିଆର ଏକ ମାତ୍ର ଷ୍ଟାଡିୟମ ଯେଉଁଠି ଅଭ୍ୟାସ ଓ ସେଣ୍ଟର ପିଚ ପାଇଁ ଗୋଟିଏ ମାଟି ହିଁ ବ୍ୟବହାର କରାଯାଇଛି। ଆମେ ସବୁ ଛାଇକୁ ହଟାଇବା ପାଇଁ ଗୋଲ କରି ଛାତରେ ଏଲଇଡ଼ି ଲଗାଇଛୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।