ଭାରତରେ ବଢୁଥିବା କୋରନା ସଂକ୍ରମଣ କାରଣରୁ ଟି-୨୦ବିଶ୍ୱକପ ଉପରେ ଉଠିଲା ବିପଦ,ICC ର ଏହି ବୟାନ ବଢ଼ାଇଲା ଚିନ୍ତା।

ଭାରତରେ ଏହି ବର୍ଷ ଅକ୍ଟୋବର ନଭେମ୍ବରରେ ଟି-୨୦ ବିଶ୍ୱକପ ହେବାର ଅଛି। କିନ୍ତୁ ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ବିତିଥିବା ୨୪ ଘଣ୍ଟାରେ ଭାରତରେ ୧.୧୫ଲକ୍ଷ କରୋନା ସଂକ୍ରମଣ ମିଳିଛନ୍ତି। ସେଥିପାଇଁ ଟି-୨୦ ବିଶ୍ୱକପର ଆୟୋଜନରେ ମଧ୍ୟ ବାଧକ ଆସିପାରେ। ଏହା ଉପରେ ଅନ୍ତରାଷ୍ଟ୍ରୀୟ ପରିଷଦ ନିଜ ରାୟ ଦେଇଛି। ଆଇସିସିର ଅନ୍ତରିମ ସିୟ ଜିଓଫ ଏଲଡିସ କହିଛନ୍ତି ଏହି ବର୍ଷ ଶେଷରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ତାଙ୍କ ପାଖରେ ବିକଳ୍ପ ପ୍ଲାନ ଅଛି।କିନ୍ତୁ ଏହା ଠିକ ସମୟ ଆସିବା ପରେ ଯାଇ ଆସିବ। ଏବେ ଏହା ଉପରେ କାମ ଆରମ୍ଭ ହୋଇନି। କାରଣ ଆମେ ଆଗରୁ ହୋଇଥିବା ସେଡ୍ୟୁଲ ମୁତାବକ ହିଁ ଭାରତରେ ଟି-୨୦ ବିଶ୍ୱକପର ଆୟୋଜନ କରିବାକୁ ତୟାରୀ କରୁଛୁ।

Google

ଏଲଡିସ କହିଛନ୍ତି ଆଇସିସି ପାଖରେ ଟି-୨୦ବିଶ୍ୱକପର ବିକଳ୍ପ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ଏବେ ସମୟ ବହୁତ ଅଛି। ବର୍ତ୍ତମାନ ତାଙ୍କର ପୁରା ଧ୍ୟାନ ୧୮ଜୁନକୁ ହେବାକୁ ଥିବା ଇଣ୍ଡିଆ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟାନର ଫାଇନାଲ ଉପରେ ଅଛି। ସେ କହିଛନ୍ତି ଆମ ପାଖରେ ବିକଳ୍ପ ରୂପରେ ୟୁଏଇ ଅଛି ଯେଉଁଠାରେ କି ପୂର୍ଵ ବର୍ଷ ଆଇପିଏଲ ହୋଇଥିଲା। କଥାବାର୍ତ୍ତା ସମୟରେ ତାଙ୍କ ସହ ଡିସିଜନ ରିଭ୍ୟୁ ସିଷ୍ଟମ ବିଷୟରେ ପଚରା ଯାଇଥିଲା ଯେଉଁଥିରେ କି ବିବାଦ ପୁର୍ଣ ଅମ୍ପାୟାର କଲ ସାମିଲ ଅଛି।ଏହି ଡିସିଜନ ପାଇ ଅଳ୍ପ ଦିନ ତଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସୀମିତ ଓଭର ସିରିଜରେ ଅନେକ ଭୁଲ ଡିସିଜନ ଦେଖିବାକୁ ମିଳିଥିଲା ବୋଲି ଜଣା ଯାଇଛି ଓ ଇଣ୍ଡିଆନ କ୍ୟାପଟେନ ବିରାଟ କୋହଲି ଏହା ଉପରେ ପ୍ରଶ୍ନ ଉଠାଇଥିଲେ।

ଡିଆରଏସରେ ବର୍ତ୍ତମାନ କୌଣସି ବଡ଼ ପରିବର୍ତ୍ତନ ନାହିଁ-ଏଲଡିସ:

କହିରଖିବୁକି ଡିଆରଏସକୁ ଅମ୍ପାୟାରଙ୍କ ଭୁଲ ନିସ୍ପତିକୁ ପରିବର୍ତ୍ତନ କରିବା ପାଇଁ ଅଣାଯାଇଥିଲା।କିନ୍ତୁ ଏବେ ମଧ୍ୟ ଏଥିରେ ଭୁଲ ନିସ୍ପତି ଅଛି। ଏଲଡିସ କହିଛନ୍ତି ମତେ ଲାଗୁଛିକି ଯେବେ ଆମେ ରିପ୍ଲାଏ ଦେଖୁଛେ ବାସ୍ତବିକ ପ୍ରକ୍ରିୟା ଏହା ଅଟେକି ଆମେ କଣ କରିପାରିବା। ଆମେ ସଠିକ ନିର୍ଣ୍ଣୟ ନେବା ପାଇଁ ଟେକ୍ନିକର ଉପଯୋଗ କରୁଛେ।କିନ୍ତୁ ଏଥିରେ ମଧ୍ୟ ସଠିକ ନିଷ୍ପତି ମିଳିପାରୁନାହିଁ। ଏବେ ଆମେ ଏହାକୁ ନେଇ ଯେଉଁ ସ୍ଥିତିରେ ଅଛେ ତାହା ଠିକ ଅଛି।

Google
ଡିଆରଏସ ଓ ଥାର୍ଡ ଅମ୍ପାୟାର ସହ ଜଡିତ ନିୟମରେ ତିନୋଟି ପରିବର୍ତ୍ତନ ହୋଇଛି:

ଅଳ୍ପଦିନ ତଳେ ଆଇସିସି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଓ କ୍ରିକେଟ କମେଟ୍ରିରେ ମଧ୍ୟ ଅମ୍ପାୟାର କଲକୁ ନେଇ ଚର୍ଚା ହୋଇଥିଲା। କିନ୍ତୁ ଅନୀଲ କୁମ୍ବଲେଙ୍କ କମେଟ୍ରି ଟିମକୁ ଏହାକୁ ସେହିପରି ରଖିବାକୁ କହିଥିଲେ କିନ୍ତୁ କମେଟ୍ରି ଡିଆରଏସ ଥାର୍ଡ ଅମ୍ପାୟାର ନିୟମରେ ତିନୋଟି ପରିବର୍ତ୍ତନ କରିଥିଲେ। ଏଥିରେ ସବୁଠୁ ବଡ଼ ପରିବର୍ତ୍ତନ ଏହା ହେଲାକି ଏବେ ୱିକେଟ ଜୋନର ଉଚ୍ଚତାକୁ ବଢ଼ାଇ ଷ୍ଟମ୍ପ ପର୍ଯ୍ୟନ୍ତ କରିଦିଆଯାଇଛି। ଏହି ଫଇସଲା ପରେ ଏବେ ଅମ୍ପାୟାର କଲ ୱିକେଟର ଉଚ୍ଚତା ଓ ମୋଟେଇରେ ଏକ ନିରନ୍ତର ଭାବେ ସମାନତା ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *