ଆଇପିଏଲ ୨୦୨୧:ବିସିସିଆଇ ସଫ୍ଟ ସିଗନାଲକୁ ହଟାଇଦେଲା। ଏବେ ଏମିତି ହେବ ଫଇସଲା। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ବିସିସିଆଇ ଶେଷରେ ସଫ୍ଟ ସିଗନାଲକୁ ନେଇ ନିଜ ରାୟ ଦେଇଦେଇଛନ୍ତି। ଏହି ବର୍ଷର ଆଇପିଏଲ ସଂସ୍କରଣରେ ଏହାକୁ ହଟାଇଦିଆଯାଇଛି। ଏହା ସହ ଥାର୍ଡ ଅମ୍ପାୟାର ପଡିଆ ଅମ୍ପାୟାରଙ୍କ ନୋବଲ ଓ ଶର୍ଟରନକୁ ବଦଳାଇପାରିବେ। ଏହା ବିଷୟରେ ଆଇପିଏଲ ଗର୍ଭରନିଙ୍ଗ କାଉନ୍ସିଲ ତରଫରୁ ସବୁ ଟିମକୁ ଏହା ଜଣାଇଦିଆଯାଇଛି।

Google

ସ୍ପୋର୍ଟଷ୍ଟାରର ଖବର ଅନୁସାରେ ପୂର୍ବରୁ ଯେବେ କୌଣସି ଖେଳାଳିର ନିର୍ଣ୍ଣୟକୁ ନେଇ ପଡିଆ ଅମ୍ପାୟାର ଥାର୍ଡ ଅମ୍ପାୟାର ପାଖକୁ ଯାଉଥିଲା ସେବେ ଥାର୍ଡ ଅମ୍ପାୟାରକୁ ପଡିଆ ଅମ୍ପାୟାରର ସଫ୍ଟ ସିଗନାଲ ଅନୁସାରେ ଫଇସଲା ନେବାକୁ ପଡୁଥିଲା। ମାନେ ସେହି ଖେଳାଳିକୁ ଆଉଟ ବା ନଟଆଉଟ ଦେବାର ପଡୁଥିଲା। ଏହା ପରେ ଥାର୍ଡ ଅମ୍ପାୟାରକୁ ପଡିଆ ଅମ୍ପାୟାରର ନିର୍ଣ୍ଣୟକୁ ବଦଳାଇବା ପାଇଁ ଠୋସ ପ୍ରମାଣର ଆବଶ୍ୟକ ପଡୁଥିଲା। ଏପରି ନହେବା ଦ୍ଵାରା ପଡିବା ଅମ୍ପାୟାରର ନିର୍ଣ୍ଣୟ ହିଁ ରହୁଥିଲା।କିନ୍ତୁ ଆଇପିଏଲର ଏହି ସଂସ୍କରଣରେ ଏପରି ହେବ ନାହିଁ। ସଫ୍ଟ ସିଗନାଲ ଭଳି କୌଣସି ଜିନିଷ ରହିବ ନାହିଁ। ଥାର୍ଡ ଅମ୍ପାୟାର ରିପ୍ଲାଏ ଦେଖି ନିଜେ ନିର୍ଣ୍ଣୟ ନେବେ।

ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଚତ୍ରୁର୍ଥ ଟି-୨୦ ସମୟରେ ସୂର୍ଯ୍ୟକୁମାର ଯାଦବ ଓ ୱାସିଙ୍ଗଟନ ସୁନ୍ଦରଙ୍କ ଆଉଟ ହେବା ପରେ ସଫ୍ଟ ସିଗନାଲକୁ ନେଇ ଅନେକ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଧିନାୟକ ବିରାଟ କୋହଲି ମଧ୍ୟ ଏଥିରେ ନିରାଶ ହୋଇ ଏହା ଉପରେ ଧ୍ୟାନ ଦେବାକୁ କହିଥିଲେ। ଏହା ସହ ଅମ୍ପାୟାର କଲକୁ ନେଇ ମଧ୍ୟ ଆଲୋଚନା ଚାଲିଥିଲା। ଗୁରୁବାରକୁ ଆଇସିସି ବୋର୍ଡର ବୈଠକରେ ବିସିସିଆଇ ସଚିବ ଜୟ ସାହା ଅନ୍ୟ ସଦସ୍ୟ ମାନଙ୍କୁ କହିଥିଲେ କି ସଫ୍ଟ ସିଗନାଲକୁ ଚେଞ୍ଜ କରିବାର ଆବଶ୍ୟକତା ଅଛି।

Google
ସର୍ଟ ରନର ନିର୍ଣ୍ଣୟ ଥାର୍ଡ ଅମ୍ପାୟାର ବଦଳାଇପାରିବ:

ମ୍ୟାଚ ବେଳେରେ ଶର୍ଟ ରନକୁ ନେଇ ପଡିଆ ଅମ୍ପାୟାର ହିଁ ନିର୍ଣ୍ଣୟ ନେଇଥାନ୍ତି। କିନ୍ତୁ ଯଦି ଥାର୍ଡ ଅମ୍ପାୟାରକୁ ଲାଗିଲାକି ପଡିଆ ଅମ୍ପାୟାର ଭୁଲ ନିର୍ଣ୍ଣୟ ନେଇଛି ତେବେ ସେ ନିର୍ଣ୍ଣୟ ପରିବର୍ତ୍ତନ କରିପାରିବେ। ଏହା ସହ ଥାର୍ଡ ଅମ୍ପାୟାର ପଡିଆ ଅମ୍ପାୟାରର ନୋ ବଲକୁ ପରିବର୍ତ୍ତନ କରିପାରିବେ। ଯଦି ତାଙ୍କୁ ଦେଖାଯିବ କି ଏହା ଭୁଲ।

Google
୯୦ ମିନିଟରେ ୨୦ ଓଭର ପୁରା କରିବାକୁ ହେଁ:

ମ୍ୟାଚକୁ ନେଇ ମଧ୍ୟ ନିୟମ ବଦଳିଛି ଆଗରୁ ପାରିର ୨୦ ତମ ଓଭର ୯୦ ମିନିଟ ପୂର୍ବରୁ ଆରମ୍ଭ ହୋଇଯାଉଥିଲା।କିନ୍ତୁ ଏବେ ୯୦ ମିନିଟ ପୂର୍ବରୁ ୨୦ ଓଭର ସାରିବାକୁ ହେବ।ଏହି ନିର୍ଣ୍ଣୟ ଏଥିପାଇଁ ନିଆଯାଇଛି କାରଣ ଅନେକ ସମୟରେ ମ୍ୟାଚ ୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଯାଉଛି। ଟିମ ୨୦ ତମ ଓଭର ପକାଇବା ଅଧିକ ଟାଇମ ନେଇଯାଉଥିଲା। ଏବେ ତାଙ୍କ ଉପରେ ଫାଇନ ଲାଗିବାର ବ୍ୟବସ୍ଥା କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *