IND VS AUS: ୩ୟ ଟେଷ୍ଟରେ ରୋହିତ, ପନ୍ତ ଏବଂ ଗିଲ ଖେଳିବା ବିଷୟରେ ଆସିଲା ଅପଡ଼େଟ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତ ଉପରେ ଯଉ ବୟୋ ବବଲ ଉଲ୍ଲଂଘନର ଆରୋପ ଲାଗିଥିଲା ତାହା ଉପରେ ଏକ ବଡ଼ ଖବର ଆଗକୁ ଆସିଛି। ଅଷ୍ଟ୍ରେଲିଆର ମିଡିଆ ତଥା ସୂତ୍ର ମୁତାବିକ ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା , ଓପନର ଶୁଭମାନ ଗିଲ ତଥା ଉଇକେଟ କିପର ଋଷବ ପନ୍ତ ସିଡ୍ନୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ମାତ୍ର ଯାହା ଖବର ମିଳୁଛି କି କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ସେମାନଙ୍କ ଉପରେ ଲାଗିଥିବା ବାୟୋ ବବଲର ଆରୋପ ଉପରେ ଯାଞ୍ଚ ପ୍ରତାଳ କରୁଛି। ଏହି ଖେଳାଳି ମାନେ ମେଲବରନର ଏକ ହୋଟେଲରେ ଖାଦ୍ୟ ଖାଇଥିଲେ। ଏହା ଉପରେ ତାଙ୍କ ଉପରେ ବାୟୋ ବବଲର ଆରୋପ ଲାଗିଥିଲା। ମାତ୍ର ଆମ ଭାରତୀୟ କ୍ରିକେଟ ବୋର୍ଡ ବିସିସି ଆଇ ଏହାକୁ ସଫା ସଫା ଖାରଜ କରି ଦେଇଛି। ମାତ୍ର କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ସେମାନଙ୍କ ବିପକ୍ଷରେ ଯାଞ୍ଚ କରୁଛି।

Google
କ୍ରିକେଟ ଅଷ୍ଟ୍ରେଲିଆ କିଛି ବି କରିପାରିବ ନାହିଁ:

ସିଡ୍ନୀର ହେରାଲଡ଼ ଖବର ମୁତାବିକ ଯଦି ଭାରତୀୟ ଖେଳାଳି ମାନେ ଦୋଷୀ ବି ମିଳିଲେ ତାହେଲେ ବି କ୍ରିକେଟ ଅଷ୍ଟ୍ରେଲିଆ କିଛି କରିପାରିବ ନାହିଁ। କାରଣ କ୍ରିକେଟ ଅଷ୍ଟ୍ରେଲିଆ କେବଳ ନିଜ ଦେଶର ଖେଳାଳି ମାନଙ୍କ ଉପରେ ହି କାର୍ଜ୍ୟବାହି କରି ପାରିବ। ଆଉ ଯାହା ଜଣା ପଡୁଛି କି ବିସିସିଆଇ ଆମ ଖେଳାଳି ମାନଙ୍କ ସହ ଛିଡା ହେଉଛି ଆଉ ସେହି ଖେଳାଳି ମାନେ ଯେକୌଣସି ପରିସ୍ଥିତିରେ ବି ସିଡ୍ନୀ ଟେଷ୍ଟ ଖେଳିବେ। ଆପଣଙ୍କୁ କହି ରଖୁଛୁ କି ଶନିବାର ଦିନ ଜଣେ ବିସିସିଆଇ ର କାର୍ୟ୍ଯନିର୍ବାହୀ ଅଧିକାରୀଙ୍କ ଅନୁସାରେ ଋଷବ ପନ୍ତ, ଶୁଭମାନ ଗିଲ ତଥା ରୋହିତ ଶର୍ମା ଙ୍କର ସିଡ୍ନୀ ଟେଷ୍ଟ ନ ଖେଳିବାର କିଛି କାରଣ ହି ନାହିଁ। ଆଉ ଯଦି କ୍ରିକେଟ ଅଷ୍ଟ୍ରେଲିଆ ଏହା କରିବାକୁ ଚାହେଁ ତ ତାହାର ବହୁତ ଖରାପ ରେଜଲ୍ଟ ହେଇପାରେ।

Google

ଆପଣଙ୍କୁ କହି ରଖୁଛୁ କି ଭାରତ ଆଉ ଅଷ୍ଟ୍ରେଲିଆ ଟିମ ସୋମବାର ଦିନ ଟେଷ୍ଟ ଖେଳିବା ପାଇଁ ସିଡ୍ନୀ ଯିବେ। ରୋହିତ ଶର୍ମା, ଶୁଭମାନ ଗିଲ, ଋଷଭ ପନ୍ତ, ପୃଥ୍ବୀ ଶ ତଥା ନବଦୀପ ଷୈନି ବି ଟିମ ସହିତ ଯିବେ ମାତ୍ର ସେମାନେ ସୋସିଆଲ ଡ଼ିଷ୍ଟନ୍ସିଂର ପାଳନ କରିବେ। ତୃତୀୟ ଟେଷ୍ଟ ମ୍ୟାଚ ୭ ଜାନୁଆରୀରୁ ଆରମ୍ଭ ହେବ। ସିରିଜ ଏଯାଏ ୧-୧ ର ବରାବରୀରେ ଅଛି। ପ୍ରଥମ ଦୁଇଟି ଟେଷ୍ଟ ଖେଳି ନଥିବା ରୋହିତ ଶେଷ ଦୁଇଟି ଟେଷ୍ଟ ପାଇଁ ଟିମର ଉପ ଅଧିନାୟକ ହେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *