ଭାରତୀୟ ଖେଳାଳି ମାନଙ୍କର ରେଷ୍ଟରଣ୍ଟ ଯିବା ମୁଦ୍ଦା ଉପରେ ଏବେ ଭାରତୀୟ କ୍ରିକେଟ ବୋର୍ଡ ଆଉ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ଭିତରେ ଗଭୀର ସମାଲୋଚନା ହେଉଛି। ନୂଆ ବର୍ଷର ସୁଯୋଗ ନେଇକି ରୋହିତ ଶର୍ମା, ଋଷବ ପନ୍ତ , ନବଦୀପ ଷୈନି ଆଉ ପୃଥ୍ବୀ ଶ ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସାରା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଏବେ ଆଇସଲେସନରେ ପଠେଇ ଦିଆଯାଇଛି। ବଏହା ସହିତ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ଏହି କଥାର ଯାଞ୍ଚ ପ୍ରତାଳ ବି କରୁଛି କି ଭାରତୀୟ ଖେଳାଳି ମାନେ ବାୟ ବବଲ ପ୍ରୋଟୋକାଲର ଉଲ୍ଲଂଘନ ତ କରି ନାହାନ୍ତି। ମାତ୍ର ବିସିସିଆଇ ଏବେ ଏହା ଉପରେ କହିଛି କି ଭାରତୀୟ ଖେଳାଳି ମାନେ ଜୈବିକ ରୂପରେ ସୁରକ୍ଷାର ପ୍ରୋଟୋକାଲର ଜମା ବି ଉଲ୍ଲଂଘନ କରିନାହାନ୍ତି। ଟିମ ସହ ଯୋଡ଼ା ସମସ୍ତ ବ୍ୟକ୍ତି ନିୟମ ସହ ଭଲ ଭାବେ ପରିଚିତ।
Mujhe log galiya de rae h.. dekho gaaliyo ka farak nai padta mujhe hum punjabi h 400-500 gaaliyan dosto ke saath bethe to apas main de dete h.. but i am really sad that i am against my country people at the moment. I am really sorry people and i just hope ke sab thik ho jaaye ?
— Navaldeep Singh (@NavalGeekSingh) January 2, 2021
ନବଲଦୀପ ସିଂହ ଉପରେ ଭଡକୀ ଗଲେ ଭାରତୀୟ ଫ୍ୟାନ:
ଏହି ସମସ୍ତ ଜିନିଷ ସେତେବେଳେ ଆରମ୍ଭ ହେଲା ଯେବେ ଏକ ଭାରତୀୟ ଫ୍ୟାନ ନବଲଦୀପ ସିଂ ଭାରତୀୟ ପାଞ୍ଚ ଜଣ ଖେଳାଳି ଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଛାଡିଲେ ଯେଉଁଥିରେ କି ସେମାନେ ମେଲବର୍ଣର ଏକ ଇଣ୍ଡୋର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିଲେ। ସେଥିରେ ସେ ଭାରତୀୟ ଖେଳାଳି ମାନଙ୍କ ପାଖରେ ବସିଥିବାର ଦାବି କଲେ ଆଉ ତାଙ୍କର ବିଲ ଭରିଛନ୍ତି ତଥା ଋଷବ ପନ୍ତଙ୍କୁ ଆଳିଙ୍ଗନ କରିଥିବାର ବି ଟ୍ୱିଟ କରିଥିଲେ। ମାତ୍ର ଆଲିଙ୍ଗନ କରିଥିବା ଟ୍ୱିଟ ସେ ପରେ ଉଠେଇ ଦେଇଥିଲେ। ଏହାଦ୍ୱାରା ପ୍ରୋଟୋକାଲର ଉଲ୍ଲଂଘନର ସମସ୍ୟା ସୃଷ୍ଟି ହେଇ ଯାଇଥିଲା। ପ୍ରକୃତରେ ଖେଳାଳି ମାନଙ୍କୁ ବାହାରେ ଖାଦ୍ୟ ଖାଇବାର ଅନୁମତି ଅଛି ଯେତେ ଯାଏ ସେ ସମସ୍ତ ସୁରକ୍ଷା ପ୍ରୋଟୋକାଲର ଅନୁପାଲନ କରୁଛନ୍ତି। ଏହା ଭିତରେ ସେ ସାମାଜିକ ଦୁରତ୍ତ୍ୱର ପାଳନ କରିବା ଉଚିତ ମାତ୍ର ସେହି ଆଲିଙ୍ଗନ କରିବା କଥାଟି ସମସ୍ତ ପ୍ରୋଟୋକାଲର ଉଲ୍ଲଂଘନ ଅଟେ। ତେଣୁ ଏହି ଟ୍ୱିଟ ସେୟାର କରିବା ପରେ ନବଲଦୀପଙ୍କୁ ଗାଳି ହେଉଛି ଆଉ ଏହି କଥା ସେ ନିଜେ ଟ୍ୱିଟ କରିକି କହିଛନ୍ତି।
Bhai yaar but tumhe excited hoke kuch bhi tweet nahi kardena chahiye tha @NavalGeekSingh. Aussies ko bahana chahiye controversy ka vo unhe dedia aapne! ??
Not your fault completely but still— Vinayak (@Vinayakpandeyy) January 2, 2021
ନବଲଦୀପ ସିଂ କହିଲେ ” ମୋତେ ଲୋକମାନେ ଗାଳି କରୁଛନ୍ତି ଆଉ କୋଟ ସେ ସବୁରୁ ଫରକ ପଡେନା କାରଣ ମୁଁ ପଞ୍ଜାବୀ ଅଟେ ଆଉ ସାଙ୍ଗ ମାନଙ୍କ ସହ ବସିବା ଭିତରେ ଆମେ ୫୦୦-୬୦୦ ଗାଳି ଦିନକୁ ବକିଥାଉ। ମାତ୍ର ମୋତେ ଦୁଃଖ ଏଇଆ କି ମୋତେ ମୋ ଦେଶ ବିପକ୍ଷ କୁହା ଯାଉଛି ଯାହା କି ମୋତେ ବାଧୁଛି। ମୁଁ ଭୁଲ କରିଛି ମାତ୍ର ମୋତେ ବି ଦୁଃଖ ଅଛି କି ମୁଁ ଭୁଲ କରିଛି।”
ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ଚାରି ମ୍ୟାଚ ବିଶିଷ୍ଟ ସିରିଜ ହେଉଛି ଯାହାର ତୃତୀୟ ଟେଷ୍ଟ ୭ ଜାନୁଆରୀକୁ ସିଡ୍ନୀରେ ଖେଳାଯିବ। ଅଷ୍ଟ୍ରେଲିଆ ଠାରୁ ପ୍ରଥମ ଟେଷ୍ଟ ଏଡିଲେଡ଼ରେ ହାରିଥିବା ଭାରତ ମେଲବର୍ଣ ଟେଷ୍ଟରେ ସିରିଜକୁ ଆଉଥରେ ପ୍ରତ୍ୟାବର୍ତ୍ତନ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।